BOIରେ ନିଯୁକ୍ତି, ଗ୍ରାଜୁଏସନ ପାସ୍ କରିଥିବା ପ୍ରାର୍ଥୀ କରିପାରିବେ ଆବେଦନ

ବ୍ୟାଙ୍କ ଅଫ୍ ଇଣ୍ଡିଆ ଗ୍ରାଜୁଏସନ୍ ପ୍ରାର୍ଥୀଙ୍କ ପାଇଁ ଆଣିଦେଇଛି ସୁବର୍ଣ୍ଣ ସୁଯୋଗ । ଆବେଦନର ଶେଷ ତାରିଖ ୧୫ ମାର୍ଚ୍ଚ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି । ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀ ବ୍ୟାଙ୍କ ଅଫ୍ ଇଣ୍ଡିଆ ୱେବସାଇଟକୁ ଯାଇ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ । ଅଲଗା ଅଲଗା ରାଜ୍ୟ ପାଇଁ ୪୦୦ ପଦବୀ ଖାଲି ପଡିଛି । ଅଧିକ ବିବରଣୀ ପାଇଁ ବ୍ୟାଙ୍କ ଅଫ୍ ଇଣ୍ଡିଆ ୱେବସାଇଟକୁ ଯାଇ ଚେକ୍ କରିପାରିବେ ।
ପଦବୀ : ୪୦୦
ଜରୁରୀ ତାରିଖ : ଆବେଦନର ଶେଷ ତାରିଖ ୧୫ ମାର୍ଚ୍ଚ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି ।
ଶିକ୍ଷାଗତ ଯୋଗ୍ୟତା : ଏହି ନିଯୁକ୍ତିରେ ଭର୍ତ୍ତି ପାଇଁ ଆବେଦନକାରୀ ମାନ୍ୟତା ପ୍ରାପ୍ତ ବିଶ୍ବବିଦ୍ୟାଳୟର ଯେକୌଣସି ଷ୍ଟ୍ରିମରୁ ଗ୍ରାଜୁଏସନ ପାସ୍ କରିଥିବା ଆବଶ୍ୟକ।
ବୟସ ସୀମା : ନିୟମାନୁସାରେ ଆବେଦନକାରୀଙ୍କ ବୟସ ୨୦ ବର୍ଷରୁ କମ୍ ଏବଂ ୨୮ ବର୍ଷରୁ ଅଧିକ ହୋଇନଥିବା ଆବଶ୍ୟକ।
ଆବେଦନ ଶୁଳ୍କ : ସାଧାରଣ ବର୍ଗ, ଓବିସି, EWS ବର୍ଗର ପ୍ରାର୍ଥୀଙ୍କ ପାଇଁ ୮୦୦ ଟଙ୍କା ଧାର୍ଯ୍ୟ କରାଯାଇଛି । ଏସସି, ଏସଟି ଏବଂ ସମସ୍ତ ବର୍ଗର ମହିଳା ପ୍ରାର୍ଥୀଙ୍କ ପାଇଁ ୬୦୦ ଟଙ୍କା ଧାର୍ଯ୍ୟ କରାଯାଇଛି । ପିଏଚ୍ ବର୍ଗର ପ୍ରାର୍ଥୀଙ୍କ ପାଇଁ ୪୦୦ ଟଙ୍କା ଧାର୍ଯ୍ୟ କରାଯାଇଛି ।
ଆବେଦନ ପ୍ରକ୍ରିୟା :
ଆବେଦନକାରୀମାନେ ପ୍ରଥମେ ବ୍ୟାଙ୍କ ଅଫ୍ ଇଣ୍ଡିଆ ୱେବସାଇଟକୁ ଯାଆନ୍ତୁ ।
ଇଚ୍ଛୁକ ପ୍ରାର୍ଥୀ ଆପ୍ଲାଏ ଥ୍ରୋ NATS ପୋର୍ଟାଲରେ କ୍ଲିକ୍ କରି ରେଜିଷ୍ଟ୍ରେସନ୍ କରନ୍ତୁ ।
ସଠିକ୍ ବିବରଣୀ ଦେଇ ଫର୍ମକୁ ପୂରଣ କରନ୍ତୁ ।
ଇଚ୍ଛୁକ ପ୍ରାର୍ଥୀ ନିର୍ଦ୍ଧାରିତ ଶୁଳ୍କ ଦେଇ ଫର୍ମକୁ ସମିଟ୍ କରନ୍ତୁ ।
ଶେଷରେ ଇଚ୍ଛୁକ ପ୍ରାର୍ଥୀ ପେଜ୍ ଡାଉନଲୋଡ୍ କରି ଫର୍ମର ପ୍ରିଣ୍ଟଆଉଟ୍ କାଢି ସୁରକ୍ଷିତ ଭାବରେ ରଖନ୍ତୁ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟକୁ ଯାଇ ଯିବାକୁ ହେବ ।
Also Read : TRAIରେ ସିନିୟର ରିସର୍ଚ୍ଚ ଅଫିସର ପଦବୀ ପଡିଛି ଖାଲି, ଜାଣନ୍ତୁ କଣ ରହିଛି ଆବେଦନ ପ୍ରକ୍ରିୟା