ଭାବା ଆଟମିକ୍ ରିସର୍ଚ୍ଚ ସେଣ୍ଟରରେ ୪୩୭୪ ଟେକ୍ନିକାଲ ଅଫିସର ପଦବୀ ଖାଲି, ରେଜିଷ୍ଟ୍ରେସନ ଆସନ୍ତାକାଲିରୁ ଆରମ୍ଭ
ଚାକିରି କରିବାକୁ ଇଚ୍ଛୁକ ।ଭାବା ଆଟମିକ୍ ରିସର୍ଚ୍ଚ ସେଣ୍ଟରର ଆଟମିକ ଏନର୍ଜି ବିଭାଗରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଏଥିପାଇଁ ନୋଟିଫିକେସନ ଜାରି ହୋଇଛି ।

ଭାବା ଆଟମିକ୍ ରିସର୍ଚ୍ଚ ସେଣ୍ଟରର ଆଟମିକ ଏନର୍ଜି ବିଭାଗରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଏଥିପାଇଁ ନୋଟିଫିକେସନ ଜାରି ହୋଇଛି । ନୋଟିଫିକେସନ ମୁତାବକ, ଟେକ୍ନିକାଲ ଅଫିସର ସମତେ ଟ୍ରେନି ପଦବୀ ପାଇଁ ଭର୍ତ୍ତି କରାଯିବ । ଯେଉଁପ୍ରାର୍ଥୀ ଇଚ୍ଛୁକ ସେମାନେ ଆସନ୍ତାକାଲିରୁ ଆବେଦନ କରିପାରିବେ । ଆବେଦନ କରିବା ପାଇଁ ପ୍ରାର୍ଥୀ ଅଫିସିଆଲ ୱେବସାଇଟ barc.gov.in କୁ ଯାଇ ଅନଲାଇନ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୨୨ ମଇ ୨୦୨୩ ରହିଛି ।
ପଦବୀ ବିବରଣୀ :୪୩୭୪
ଟେକ୍ନିକାଲ ଅଫିସର/ସି: ୧୮୧
ସାଇଣ୍ଟିଫିକ୍ ଆସିଷ୍ଟାଣ୍ଟ/ବି: ୭
ଟେକ୍ନିସିଆନ/ବି: ୨୪
ଟ୍ରେନିଂ ସ୍କିମ କ୍ୟାଟେଗୋରୀ ୧: ୧୨୧୬
କ୍ୟାଟେଗୋରୀ ୨: ୨୯୪୬
ଜରୁରୀ ତାରିଖ: ଆବେଦନ କରିବାର ଶେଷ ତାରିଖ ମଇ ୨୨, ୨୦୨୩ ରହିଛି ।
ଆବେଦନ ଶୁଳ୍କ : ଏହି ପ୍ରକ୍ରିୟା ପାଇଁ ଟେକ୍ନିକାଲ ଅଫିସର/ସି ପଦବୀ ପାଇଁ ୫୦୦ ଟଙ୍କା, ସାଇଣ୍ଟିଫିକ ଆସିଷ୍ଟାଣ୍ଟ/ବି ପାଇଁ ୧୫୦ ଟଙ୍କା ଟେକ୍ନିସିଆନ/ବି ପାଇଁ ୧୦୦ ଟଙ୍କା, ଟ୍ରେନିଂ ସ୍କିମ କ୍ୟାଟେଗୋରୀ ୧ ପାଇଁ ୧୫୦ ଏବଂ କ୍ୟାଟେଗୋରୀ ୨ ପାଇଁ ୧୦୦ ଟଙ୍କା ଦେବାକୁ ହେବ ।
କେମିତି କରିବେ ଆବେଦନ :
ଇଚ୍ଛୁକ ପ୍ରାର୍ଥୀ ୨୪ ଏପ୍ରିଲରୁ barconlineexam.com ମାଧ୍ୟମରେ ଅନଲାଇନ ଆବେଦନ କରିପାରିବେ ।
ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ ;