ଆରମ୍ଭ ହୋଇଯାଇଛି ବାସନ୍ତୀ ନବରାତ୍ରି ପୂଜା, ଜମୁଛି ଭକ୍ତଙ୍କ ଭିଡ଼

ନୟାଗଡ: ଆରମ୍ଭ ହୋଇଯାଇଛି ଚୈତ୍ର ନବରାତ୍ରି । ମା’ ଦୁର୍ଗାଙ୍କ ୯ଟି ସ୍ୱରୂପ ପୂଜା କରିବାର ସର୍ବଶ୍ରେଷ୍ଠ ସମୟ ହେଉଛି ନବରାତ୍ରି । ଏହି ପର୍ବର ମୂଳ ଲକ୍ଷ୍ୟ ହେଉଛି ଦେବୀ ଉପାସନା । ଏହି ଅବସରରେ ଧୁମଧାମରେ ପାଳନ କରାଯାଉଛି ମା’ଙ୍କ ବାସନ୍ତୀ ନବରାତ୍ରି ପୂଜା ଆରମ୍ଭ । ନୟାଗଡ ଜ଼ିଲ୍ଲା ଓଡଗାଁ ବ୍ଲକ ସରଧାପୁର ପଂଚାୟତ ଜାମୁକୋଣ ପାହାଡ଼ରେ ମା’ ବୈଷ୍ଣୋଦେବୀ ବିରାଜମାନ । ପ୍ରତେକ ଦିନ ଏଠାକୁ ଓଡିଶା ତଥା ଓଡିଶା ବାହାରୁ ହଜାର ହଜାର ସଂଖ୍ୟାର ଭକ୍ତ ଆସୁଛନ୍ତି । ତେବେ ଗତକାଲି ଠାରୁ ୯ ଦିନ ବ୍ୟାପି ଏଠାରେ ବାସନ୍ତୀ ଦୁର୍ଗାପୂଜା ଅନୁଷ୍ଠିତ ହେଉଛି ।

ଭାରତରେ ପ୍ରତିବର୍ଷ ଦୁଇଥର ଦେବୀ ଦୁର୍ଗାଙ୍କର ପୂଜା ଅନୁଷ୍ଠିତ ହୁଏ । ଶରତ ଋତୁରେ ଆଶ୍ୱିନ ମାସ ଶୁକ୍ଳ ପକ୍ଷର ପୂଜାକୁ ‘ଦେବୀ ପୂଜା’ ଏବଂ ବସନ୍ତ ଋତୁରେ ଚୈତ୍ରମାସ ଶୁକ୍ଳ ପକ୍ଷର ପୂଜାକୁ ‘ବାସନ୍ତୀ ପୂଜା’ କୁହାଯାଏ । ଯେଉଁଥିପାଇଁ ନୟାଗଡ଼ର ମା’ ବୈଷ୍ଣୋଦେବୀଙ୍କ ମନ୍ଦିରରେ ଜମୁଛି । ଭକ୍ତଙ୍କ ସମାଗମ ଦୃଷ୍ଟିରୁ ଶାନ୍ତି ଶୃଙ୍ଖଳା ପାଇଁ ଓଡଗାଁ ପୋଲିସ, ମେଡିକାଲ ଟିମ, ପାନୀୟଜଳର ସୁବିଧା କରାଯାଇଛି । ତେବେ ୯ ଦିନ ବ୍ୟାପି ଏହି ଯଜ୍ଞ ଅନୁଷ୍ଠିତ ହେବ । ଆରମ୍ଭ ଦିନରେ ମହିଳା ଓ ପୁରୁଷ ମିଶି କଳସ ଯାତ୍ରା ଅନୁଷ୍ଠିତ କରିଥିଲେ ।

ଯେଉଁଥିରେ ପ୍ରତ୍ୟକ ଦିନ ପଞ୍ଚକର୍ମ, ଗୋ ପୂଜା, ସାଲାପୂଜା ସୂର୍ଯ୍ୟପୂଜା ଅନୁଷ୍ଠିତ ହୋଇଥାଏ । ଚୈତ୍ର ନବରାତ୍ରୀର ସମୟ ଅତ୍ୟନ୍ତ ଶୁଭ ଏବଂ ପବିତ୍ର ବୋଲି ଧାର୍ମିକ ବିଶ୍ୱାସ ରହିଛି । ତେବେ ଦର୍ଶକବନ୍ଧୁ ନବରାତ୍ରିର ପବିତ୍ର ପର୍ବ ବର୍ଷକୁ ଚାରିଥର ଆସେ । ଚୈତ୍ର, ଆଷାଢ, ଆଶ୍ୱିନ ଏବଂ ମାଘ ମାସରେ ନବରାତ୍ରୀ ପର୍ବ ସମୁଦାୟ ଚାରିଥର ପାଳନ କରାଯାଏ । ଏଥିରେ ଆଶ୍ୱିନ ଏବଂ ଚୈତ୍ର ନବରାତ୍ରି ପାଇଁ ଅଧିକ ଗୁରୁତ୍ୱ ରହିଛି । ଆଧ୍ୟାତ୍ମିକ ଇଚ୍ଛା ପୂରଣ କରିବାକୁ ଚୈତ୍ର ନବରାତ୍ରିକୁ ଶ୍ରେଷ୍ଠ ବୋଲି ବିବେଚନା କରାଯାଏ ।

Also read: ଘଞ୍ଚ ଜଙ୍ଗଲ ମଧ୍ୟରେ ପୂଜା ପାଉଛନ୍ତି ଗଙ୍ଗେଶ୍ୱର ମହାଦେବ, ପୋତି ହୋଇଯାଇଛି ମୂର୍ତ୍ତି ଓ ପଥରରେ ନିର୍ମିତ ଦଧିନଉତି