ଆନନ୍ଦପୁର : ବ୍ୟାଟେରୀ ଚୋର ଗ୍ୟାଙ୍ଗର ପର୍ଦା ଫାସ୍ ,୭ ଗିରଫ

ଆନନ୍ଦପୁର (କେନ୍ୟୁଜ୍) : କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ପୋଲିସ୍ ଏକ ବ୍ୟାଟେରୀ ଚୋର ଗ୍ୟାଙ୍ଗ ର ପର୍ଦା ଫାସ୍ କରିଛି । ଘଷିପୁରା ବ୍ଲକ ଦାନ୍ତୀଆ ନିକଟସ୍ତ ପନାସିଆ ଗାଁରେ ରାମଚନ୍ଦ୍ରପୁର ପୋଲିସ ଚଢ଼ାଉ କରି ଗ୍ୟାଙ୍ଗ ର ୭ ଜଣ ସଦସ୍ୟ ଙ୍କୁ ଗିରଫ କରିଛି । ଏଥି ସହ ପ୍ରାୟ ୧୦ଟି ରୁ ଅଧିକ ମୂଲ୍ୟବାନ ବ୍ୟାଟେରୀ କୁ ମଧ୍ୟ ଜବତ କରିଛି । ସୂଚନା ଅନୁଯାୟୀ ଏହି ଗ୍ୟାଙ୍ଗ କେନ୍ଦୁଝର ଓ ଯାଜପୁର ଜିଲ୍ଲାର ବିଭିନ୍ନ ଅଂଚଳରୁ ଟ୍ରକ୍ ଗୁଡିକରୁ ଅତି ଚତୁରତା ର ସହ ବ୍ୟାଟେରୀ ଗୁଡ଼ିକୁ ଚୋରି କରି ନେଇଥିଲେ । ପରେ ସେଗୁଡ଼ିକର ଥିବା ନମ୍ବରକୁ ଲିଭାଇ ସେଗୁଡିକୁ ବିକ୍ରି କରୁଥିଲେ । ତେବେ ଏହି ଗ୍ୟାଙ୍ଗ ରେ ଆଉ କେହି ସାମିଲ୍ ଅଛନ୍ତି କି ନାହିଁ ଏହାକୁ ନେଇ ପୋଲିସ୍ ଅଧିକ ତଦନ୍ତ ଜାରି ରଖିଛି ।