BEL ରେ ଟ୍ରେନି ଇଂଜିନିୟର ସମେତ ଅନେକ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତ ଇଲେକଟ୍ରୋନିକ୍ସ ଲିମିଟେଡରେ ବିଭିନ୍ନ ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି ।ଏଥିରେ ଭର୍ତ୍ତି ପାଇଁ ଆବେଦନ କରିବାର ଶେଷ ତାରିଖ ଡିସେମ୍ବର ୧୫ ରହିଛି । ଆବେଦନ ପାଇଁ ଇଚ୍ଛୁକ ପ୍ରାର୍ଥୀ bel-india.in କୁ ଯାଇ ଆବେଦନ କରିପାରିବେ ।

ଭାରତ ଇଲେକଟ୍ରୋନିକ୍ସ ଲିମିଟେଡରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହା ଅନୁସାରେ ସଂସ୍ଥାରେ ଅନେକ ପଦବୀରେ ଭର୍ତ୍ତି କରାଯିବ । ଆବେଦନ କରିବାର ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିରେ ଭର୍ତ୍ତି ପାଇଁ ଆବେଦନ କରିବାର ଶେଷ ତାରିଖ ଡିସେମ୍ବର ୧୫ ରହିଛି । ଆବେଦନ ପାଇଁ ଇଚ୍ଛୁକ ପ୍ରାର୍ଥୀ bel-india.in କୁ ଯାଇ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୫୨

ଟ୍ରେନି ଇଂଜିନିୟର : ୨୦
ପ୍ରୋଜେକ୍ଟ ଇଂଜିନିୟର : ୩୦
ପ୍ରୋଜେକ୍ଟ ଅଫିସର : ୧
ପ୍ରୋଜେକ୍ଟ ଇଂଜିନିୟର ମେଟେରିୟାଲ ମ୍ୟାନେଜମେଣ୍ଟ : ୧

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୧୫ ଡିସେମ୍ବର ୨୦୨୩ ରହିଛି ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ସର୍ବାଧିକ ୩୨ ବର୍ଷ ହେବା ଜରୁରୀ ।

ଚୟନ ପ୍ରକ୍ରିୟା : ଏହି ପଦବୀରେ ଚୟନ ଲିଖିତ ପରୀକ୍ଷା ଏବଂ ସାକ୍ଷାତକାର ମାଧ୍ୟମରେ ହେବ । ଲିଖିତ ପରୀକ୍ଷାରେ ପାସ୍‌ ହେବା ପରେ ଇଣ୍ଟରଭ୍ୟୁ ପାଇଁ ଡକାଯିବ ।

କେମିତି କରିବେ ଆବେଦନ :

ପ୍ରଥମେ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ bel-india.in କୁ ଯାଆନ୍ତୁ ।
ଏହାପରେ ହୋମପେଜ ଲିଙ୍କରେ କ୍ଲିକ୍‌ କରନ୍ତୁ ।
ଏହାପରେ ଲିଙ୍କରେ ନାମ, ଶିକ୍ଷାଗତ ଯୋଗ୍ୟତା ଏବଂ ଅନ୍ୟ ଜିନିଷ ଭରନ୍ତୁ ।
ଏହାପରେ ସମସ୍ତ ଦସ୍ତାବିଜ ଅପଲୋଡ କରନ୍ତୁ ।
ଏହାପରେ ଆବେଦନ ଫର୍ମ ସବମିଟ୍‌ କରନ୍ତୁ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।