ଭାରତ ପେଟ୍ରୋଲିୟମରେ ଚାକିରି କରିବାର ସୁଯୋଗ, ଦରମା ମାସକୁ ୧.୨୦ ଲକ୍ଷ ଟଙ୍କା

ଭାରତ ପେଟ୍ରୋଲିୟମରେ ଜୁନିଅର ଏଗଜିକ୍ୟୁଟିଭ ଏବଂ ସେକ୍ରେଟାରୀ ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯାଇ ଆବେଦନ କରିପାରିବେ । ଆବେଦନ ପ୍ରକ୍ରିୟା ୨୨ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ ।
ପଦବୀ ବିବରଣୀ :
ଜୁନିଅର ଏଗଜିକ୍ୟୁଟିଭ, ସେକ୍ରେଟାରୀ
ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୨୨ ଫେବୃଆରୀ ରହିଛି ।
ଶିକ୍ଷାଗତ ଯୋଗ୍ୟତା : ଜୁନିଅର ଏଗଜିକ୍ୟୁଟିଭ ପାଇଁ ଇଚ୍ଛୁକ ପ୍ରାର୍ଥୀ କେମେଷ୍ଟ୍ରିରେ ବିଏସସି ଡିଗ୍ରୀ କରିଥିବା ଜରୁରୀ । ଏହାଛଡା ଅର୍ଗାନିକ, ଫିଜିକାଲ, ଇନଅର୍ଗାନିକ କିମ୍ବା ଏନାଲିଟିକାଲ କେମେଷ୍ଟ୍ରିରେ ସ୍ପେଶାଲାଇଜେସନ କରିଥିବା ଜରୁରୀ । ଏହି ଡିଗ୍ରୀ ସହିତ ମାନ୍ୟତାପ୍ରାପ୍ତ ବିଶ୍ବବିଦ୍ୟାଳୟରୁ ସର୍ବନିମ୍ନ ୬୦ ପ୍ରତିଶତ ମାର୍କ ସହିତ ପାସ୍ କରିଥିବା ଜରୁରୀ । ଅନୁସୂଚିତ ଜାତି/ଜନଜାତି/PwBD ପ୍ରାର୍ଥୀ ୫୫ % ମାର୍କ ରଖିଥିଲେ ଆବେଦନ କରିପାରିବେ । ଭିନ୍ନ ପଦବୀ ପାଇଁ ଅଲଗା ଅଲଗା ଶିକ୍ଷାଗତ ଯୋଗ୍ୟତା ନିର୍ଦ୍ଧାରଣ କରାଯାଇଛି ।
ସେହିଭଳି ସେକ୍ରେଟାରୀ ପାଇଁ ଇଚ୍ଛୁକ ପ୍ରାର୍ଥୀ କୌଣସି ବିଶ୍ବବିଦ୍ୟାଳୟରୁ ବ୍ୟାଚଲର ଡିଗ୍ରୀ କରିଥିବା ଜରୁରୀ ।
ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ସର୍ବାଧିକ ୨୯ ବର୍ଷ ହୋଇଥିବା ଜରୁରୀ । ସଂରକ୍ଷିତ ଶ୍ରେଣୀ ପ୍ରାର୍ଥୀଙ୍କୁ ବୟସ ସୀମାରେ ଛାଡ ମିଳିବ ।
ଆବେଦନ ଶୁଳ୍କ : ଇଚ୍ଛୁକ ପ୍ରାର୍ଥୀ ୧୧୮୦ ଟଙ୍କା ଦେବାକୁ ହେବ । ଅନୁସୂଚିତ ଜାତି/ଜନଜାତି ଏବଂ PwBD ପ୍ରାର୍ଥୀଙ୍କୁ ଆବେଦନ ଶୁଳ୍କରେ ଛାଡ୍ ମିଳିବ ।
ଦରମା : ଚୟନିତ ପ୍ରାର୍ଥୀଙ୍କୁ ୧ ଲକ୍ଷରୁ ଅଧିକ ଦରମା ମିଳିବ ।
ଚୟନ ପ୍ରକ୍ରିୟା : ଚୟନ ପ୍ରକ୍ରିୟା ବିଭିନ୍ନ ପର୍ଯ୍ୟାୟରେ ହେବ । ଲଖିତ ପରୀକ୍ଷା, କମ୍ପ୍ୟୁଟର ପରୀକ୍ଷା, କେସ ଆଧାରିତ ଚର୍ଚ୍ଚା, ବ୍ୟକ୍ତିଗତ ସାକ୍ଷାତକାର ମାଧ୍ୟମରେ ହେବ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।
Also Read : THDC ରେ ଜୁନିଅର ଅଫିସ ଟ୍ରେନି ପଦବୀରେ ଭର୍ତ୍ତି, ୧୪ ମାର୍ଚ୍ଚ ଯାଏଁ କରନ୍ତୁ ଆବେଦନ