ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ତୁରନ୍ତ କରନ୍ତୁ ଆବେଦନ, ଦରମା ମାସକୁ ୨ ଲକ୍ଷରୁ ଅଧିକ

ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଖାଲିପଡିଛି ଅନେକ ପଦବୀ । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ । ଏଠାରେ ସ୍କୁଲ ଟିଚିଂ, ପିଜିଟି, ଟିଜିଟି ଏବଂ ପିଆରଟି ପଦବୀରେ ଭର୍ତ୍ତି ହେବ । ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଏହି ଅଭିଯାନ ଜରିଆରେ ୪୮ ପଦବୀରେ ଭର୍ତ୍ତି ହେବ । ଅଭିଯାନ ଜରିଆରେ ସ୍କୁଲ ଟିଚିଂ ପଦବୀରେ ୩, ପୋଷ୍ଟ ଗ୍ରାଜୁଏଟ ଟିଚର ୯, ଟ୍ରେଣ୍ଡ ଗ୍ରାଜୁଏଟ ଟିଚର ୨୯, ପ୍ରାଇମେରୀ ଟିଚର ୭ ପଦବୀରେ ଭର୍ତ୍ତି ହେବ ।

ପଦବୀ ବିବରଣୀ : ୪୮

ଜରୁରୀ ତାରିଖ : ଖାଲିପଡିଥିବା ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଇଚ୍ଛୁକ ପ୍ରାର୍ଥୀ ୧୨ ଜୁଲାଇ ପର୍ଯ୍ୟନ୍ତ ଆବେଦନ କରିପାରିବେ ।

ଶିକ୍ଷାଗତ ଯୋଗ୍ୟତା : ଖାଲିପଡିଥିବା ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ଭିନ୍ନ ଭିନ୍ନ ରହିଛି ।

ବୟସ ସୀମା : ବିଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ବୟସ ସୀମା ନିର୍ଦ୍ଧାରିତ କରାଯାଇଛି । ସ୍କୁଲ ଟିଚିଂ ପଦବୀ ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କ ବୟସ ୩୫ ରୁ ୫୫ ବର୍ଷ, ପୋଷ୍ଟ ଗ୍ରାଜୁଏଟ ଟିଚର ୪୦ ବର୍ଷ, ଟ୍ରେଣ୍ଡ ଗ୍ରାଜୁଏଟ ପାଇଁ ୩୫ ବର୍ଷ ଏବଂ ପ୍ରାଇମେରୀ ଟିଚର ୩୦ ବର୍ଷ ହୋଇଥିବା ଜରୁରୀ ।

ଆବେଦନ ଶୁଳ୍କ : ଆବେଦନ ପାଇଁ ପ୍ରାର୍ଥୀଙ୍କୁ ଶୁଳ୍କ ଦେବାକୁ ପଡିବ । ଗ୍ରୁପ ଏ ପଦବୀ ପାଇଁ ଆବେଦନ ଶୁଳ୍କ ୧୦୦୦ ଟଙ୍କା ରହିଛି । ସଂରକ୍ଷିତ ପ୍ରାର୍ଥୀଙ୍କୁ ଆବେଦନ ଶୁଳ୍କରେ ଛାଡ ମିଳିବ । ଗ୍ରୁପ ବି ପଦବୀ ପାଇଁ ଆବେଦନ ଶୁଳ୍କ ୫୦୦ ଟଙ୍କା ରହିଛି । ସଂରକ୍ଷିତ ପ୍ରାର୍ଥୀଙ୍କୁ ଆବେଦନ ଶୁଳ୍କରେ ଛାଡ ମିଳିବ ।

ଦରମା : ଚୟନିତ ପ୍ରାର୍ଥୀଙ୍କୁ ୪୪,୯୦୦ ଟଙ୍କାରୁ ୨,୦୯,୨୦୦ ଟଙ୍କା ମିଳିବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।