ଅରୁଗୁଳ ସ୍ଥିତ ଭୁବନେଶ୍ୱର ଆଇଆଇଟିର ସପ୍ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି

କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ସଚିବ ପ୍ରଫେସର ଆଶୁତୋଷ ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ୧୦ ଜଣଙ୍କୁ ପିଏଚ୍ଡି, ୯୧ ଜଣଙ୍କୁ ଏମ୍ଟେକ୍, ୬୯ ଜଣଙ୍କୁ ଏମ୍ଏସି ଓ ୧୬୨ ଜଣ ବି-ଟେକ୍ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ସହ ତିନି ଜଣ ଛାତ୍ରଛାତ୍ରୀଙ୍କୁ ଗୋଲ୍ଡ ମେଡାଲ ପ୍ରଦାନ କରାଯାଇଥିଲା।