ମା’ ଅନ୍ନପୂର୍ଣ୍ଣା ଦେବୀଙ୍କ ପୀଠରେ ସପ୍ତଦିନ ବ୍ୟାପି ବିଶ୍ୱଶାନ୍ତି ମହାଯଜ୍ଞ ଓ କଳସ ଯାତ୍ରା

ଜଗତସିଂହପୁର ଜିଲ୍ଲା ରଘୁନାଥପୁର ନିକଟସ୍ଥ ଶିଉଳି ଗ୍ରାମର ଗ୍ରାମ ଦେବତୀ ଭଗବତୀ ମା' ଅନ୍ନପୂର୍ଣ୍ଣା ଦେବୀଙ୍କ ପୀଠରେ ସପ୍ତଦିନ ବ୍ୟାପି ବିଶ୍ବସାନ୍ତି ମହାଯଜ୍ଞ, ଅହରାତ୍ର ହରିନାମ, ହରିହାଟ, ସାଧୁସନ୍ଥ ସମ୍ମିଳନୀ ଆଦି କାର୍ଯ୍ୟକ୍ରମ ପାଇଁ ଏକ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

ଭଗବତୀ ମା’ ଅନ୍ନପୂର୍ଣ୍ଣା ଦେବୀଙ୍କ ମହିମା କହିଲେ ନସରେ । ଜଗତସିଂହପୁର ଜିଲ୍ଲା ରଘୁନାଥପୁର ନିକଟସ୍ଥ ଶିଉଳି ଗ୍ରାମର ଗ୍ରାମ ଦେବତୀ ଭଗବତୀ ମା’ ଅନ୍ନପୂର୍ଣ୍ଣା ଦେବୀଙ୍କ ପୀଠରେ ସପ୍ତଦିନ ବ୍ୟାପି ବିଶ୍ବସାନ୍ତି ମହାଯଜ୍ଞ, ଅହରାତ୍ର ହରିନାମ, ହରିହାଟ, ସାଧୁସନ୍ଥ ସମ୍ମିଳନୀ ଆଦି କାର୍ଯ୍ୟକ୍ରମ ପାଇଁ ଏକ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଦିନ ପୂର୍ଣ୍ଣ କଳସୀରେ ପବିତ୍ର ତୀର୍ଥ ଜଳ ସଂଗ୍ରହ କରାଯାଇଥିଲା । ଯାହାକୁ ଆଖପାଖ ଗାଁ ମାନଙ୍କର ଶହଶହ ମହିଳାମାନେ ସଂଗ୍ରହ କରିଥିଲେ । ଏହାପରେ ଏହି ପବିତ୍ର ଜଳକୁ ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇଥିଲା ।

ଏହି ଯଜ୍ଞ ଅଧିବାସରେ କଳସ ବୁଡାଇ ମାନସିକ ରଖିଲେ ମା’ ଅନ୍ନପୂର୍ଣ୍ଣା ଭକ୍ତ ମାନଙ୍କ ମନୋକାମନା ପୂରଣ କରନ୍ତି ବୋଲି ବିଶ୍ୱାସ ରହିଛି । ଏହି ଯଜ୍ଞର କର୍ତ୍ତା କିଟ ଓ କିସର ଆଇନ ନିର୍ଦେଶକ ମନୋରଞ୍ଜନ ପ୍ରଧାନ ଏବଂ କର୍ତ୍ତୀ ମାଲା ପ୍ରଧାନଙ୍କ ତତ୍ୱାବଧାନରେ ୫୦ ରୁ ଉର୍ଧ୍ଵ ମହିଳାମାନେ କଳସ ଶୋଭାଯାତ୍ରାରେ ଯାଇ ପୂଜାର୍ଚନା ପରେ ଯଜ୍ଞ ସ୍ଥଳକୁ କଳସରେ ସୁଦ୍ଧ ଜଳ ଯାତ୍ରାରେ ଜଳ ଆଣି ଯଜ୍ଞର ଶୁଭାରମ୍ଭ କରାଯାଇଥିଲା ।

ଅଗ୍ନି ସ୍ଥାପନ, ସୂର୍ଯ୍ୟପୂଜା, ଗୋପୂଜା, ଅଙ୍କରା ରୋପଣ, ହଵନ, ଆହୁତି ଦିଆଯାଇ ଯଜ୍ଞର ଶୁଭାରମ୍ଭ କରାଯାଇଛି । ତେବେ ଏହି ଯଜ୍ଞ ସାତଦିନ ଧରି ଚାଲିବ ଏବଂ ପ୍ରତ୍ୟହ ହରିହାଟ, ନାମ ସଂକୀର୍ତ୍ତନ ଆଦି କାର୍ଯ୍ୟକ୍ରମ ଚାଲିବା ସହିତ ଦୋଳ ପୂର୍ଣ୍ଣମୀ ଦିନ ଏହାର ପୂର୍ଣ୍ଣାହୁତି କରାଯିବ । ଏହି କାର୍ଯ୍ୟକ୍ରମରେ ହଜାର ହଜାର ଭକ୍ତମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ନାମ ସଂକୀର୍ତ୍ତନ ସହ ଶଙ୍ଖ ହୁଳହୁଳିରେ କମ୍ପି ଉଠିଥିଲା ସମଗ୍ର ଅଞ୍ଚଳ । ସେହିପରି ପୀଠରେ ଭଜନ କୀର୍ତ୍ତନ ସହିତ ପ୍ରତିଦିନ ପ୍ରସାଦ ସେବନର ବ୍ୟବସ୍ତା ମଧ୍ୟ କରାଯାଇଛି । ଭଗବତୀ ମା’ ଅନ୍ନପୂର୍ଣ୍ଣା ଦେବୀଙ୍କ ଏହି ଉତ୍ସବରେ ଆଖପାଖ ଗ୍ରାମର ଶତାଧିକ ଭକ୍ତ ମାନେ ମଧ୍ୟ ଯୋଗ ଦେଇଥିଲେ । ଭଗବତୀ ମା’ ଅନ୍ନପୂର୍ଣ୍ଣା ଦେବୀଙ୍କ ଦର୍ଶନ ପାଇଁ ଏବେ ଛୁଟିଛି ଶ୍ରଦ୍ଧାଳୁଙ୍କ ସୁଅ । ଏନେଇ ଏଠାରେ ସୃଷ୍ଟି ହୋଇଛି ଖୁବ ଆଧ୍ୟାତ୍ମିକ ପରିବେଶ ।