ବିଶ୍ଵର ମଙ୍ଗଳ ପାଇଁ କାକଟପୁର ମାଆ ମଙ୍ଗଳାଙ୍କ ପୀଠରେ ବିଶ୍ଵଶାନ୍ତି ମହାଯଜ୍ଞ

କାକଟପୁର : କାକଟପୁରର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମାଆ ମଙ୍ଗଳା । କିଏ କୁହେ ମାଆ ମଙ୍ଗଳା ଲଙ୍କାର ଦେବୀ ତ ଆଉ କିଏ ମାଆଙ୍କୁ ସର୍ବଭାରତୀୟା ଓ ସର୍ବ ଉତ୍କଳୟା ଦେବୀ । ଜଗତର ନାଥ ଜଗନ୍ନାଥଙ୍କ ଦାରୁର ଠିକଣା ବତାଉଥିବା ମାଆ ମଙ୍ଗଳାଙ୍କ ପୀଠଟି ଓଡ଼ିଶାର ପ୍ରମୁଖ ଦେବୀ ପୀଠ ମଧ୍ୟରେ ଅନ୍ୟତମ । ମାଆଙ୍କ ଆବିର୍ଭାବକୁ ନେଇ ବିଭିନ୍ନ ପୁରାଣରୁ ବିଭିନ୍ନ କଥା ଶୁଣିବାକୁ ମିଳେ । ସେଥିପାଇଁ ତ ମାଆକୁ ଟିକିଏ ଦେଖିବା ପାଇଁ କିଏ କେତେ ଦୂରରୁ ଧାଇଁ ଆସିଥାଏ । ସେହିଭଳି ଜଣେ ଭକ୍ତ ମା’ଙ୍କୁ ଟିକିଏ ଦର୍ଶନ କରିବ ବୋଲି ଧାଇଁ ଆସିଥିଲେ ।

ତେବେ କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ମଙ୍ଗଳାଙ୍କ ପୀଠରେ ଅନୁଷ୍ଠିତ ହୋଇଛି ବିଶ୍ଵଶାନ୍ତି ମହାଯଜ୍ଞ । ଏହି ଯଜ୍ଞରେ ମଙ୍ଗଳାଙ୍କ ମାଳୀ ସେବକ ମଙ୍ଗରାଜ ରଣାଙ୍କ ତତ୍ୱାବଧାନରେ ଏହି ଯଜ୍ଞ ଆରମ୍ଭ ହୋଇଥିଲା । ପଞ୍ଚସଖା ଯୁଗର ସନ୍ଥ ଅଚ୍ୟୁତାନନ୍ଦ ଦାସ ଙ୍କ ଶୂନ୍ୟ ସଂହିତା ପୋଥିର ନିର୍ଦ୍ଦେଶ କ୍ରମେ ମାଆ ମଙ୍ଗଳାଙ୍କ ପୀଠରେ ଏହି ବିଶ୍ଵଶାନ୍ତି ଯଜ୍ଞ ଦୀର୍ଘ ୩୦ ବର୍ଷ ହେବ ଅନୁଷ୍ଠିତ ହେଉଛି ।

କର୍ମକାଣ୍ଡ ବୈଦିକ ବ୍ରାହ୍ମଣଙ୍କ ବେଦ ଧ୍ୱନୀ ସାଙ୍ଗକୁ ଘୃତାହୁତି ପ୍ରଦାନ କରାଯାଇଛି । ବୈଦିକ ଯୁଗରେ ଋଷି ମୁନି ମାନେ ଜୀବ ଜଗତର ମଙ୍ଗଳ ବିଧାନ ପାଇଁ ଯଜ୍ଞ କରାଯାଉଥିଲା । ସେହି ବୈଦିକ ପରମ୍ପରା ଅନୁଯାୟୀ ଜୀବଜଗତର ମଙ୍ଗଳ ପାଇଁ ଏହି ଯଜ୍ଞ ଆୟୋଜିତ ହେଉଛି ।

ଓଡ଼ିଶାରେ ଭିନ୍ନ ଭିନ୍ନ ପରମ୍ପରା ରୀତି ନୀତି ଦେଖିବାକୁ ମିଳିଥାଏ । ଆଉ ସବୁଠୁ ବଡ଼ କଥା ହେଉଛି ଗାଁ ମାନଙ୍କରେ ଦେଖାଯାଏ ଭିନ୍ନ ପୂଜା ପାଠ ହୋମ, ଯଜ୍ଞ ଇତ୍ୟାଦି । ତେବେ ଏହି ଅବସରରେ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଗହଳି ଭିତରେ ମାଆ ମଙ୍ଗଳାଙ୍କ ବିଶ୍ଵଶାନ୍ତି ମହାଯଜ୍ଞ ଆୟୋଜିତ ହୋଇଯାଇଛି । ମାଆଙ୍କୁ ଦର୍ଶନ କରିବା ସହିତ ଆର୍ଶିବାଦ ଭିକ୍ଷା କରିଛନ୍ତି ଭକ୍ତ ।

Also read: ଶ୍ରୀଲୋକନାଥ ଦେବଙ୍କ ପୀଠରେ ପଙ୍କୋଦ୍ଧାର ଏକାଦଶୀ ଦିନର ରହିଛି ବିଶେଷ ମହତ୍ୱ