ବିଜେଇଏମ୍-୨ର ବାର୍ଷିକ ଉତ୍ସବ : ଲେଲିନ୍ ଓ ଆୟୁଷୀ ଶ୍ରେଷ୍ଠ, ଅନେ୍ଵଷା ବିଜେ ଜେମ୍ ଭାବେ ପୁରସ୍କୃତ

ଭୁବନେଶ୍ୱର (କେ ନ୍ୟୁଜ୍) : ରାଜଧାନୀ ଉପକଣ୍ଠ ସତ୍ୟଭାମାପୁର ସ୍ଥିତ ବକ୍ସି ଜଗବନ୍ଧୁ ଇଂଲିଶ୍ ମିଡିୟମ୍ ସ୍କୁଲ-୨ର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ ‘ପଲସାସିଓ-୨୦୧୯’ ଅନୁଷ୍ଠିତ ହୋଇଯାଇଛି । ଏହି ଦୁଇ ଦିନିଆ ଉତ୍ସବରେ ସ୍କୁଲର ୧୫୦୦ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବିଦ୍ୟାର୍ଥୀମାନଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା ।
୨୦୧୯-୨୦ ବର୍ଷ ପାଇଁ ଦ୍ୱାଦଶ ଶ୍ରେଣୀ ଛାତ୍ରୀ ଲେଲିନ୍ ପ୍ରିୟଦର୍ଶିନୀ ଏବଂ ଦଶମ ଶ୍ରେଣୀ ଛାତ୍ରୀ ଆୟୁଷୀ କର ଶ୍ରେଷ୍ଠ ବିବେଚିତ ହୋଇଛନ୍ତି । ନବମ ଶ୍ରେଣୀ ଛାତ୍ରୀ ଅନେ୍ଵଷା କର ‘ବିଜେ ଜେମ୍’ ବିବେଚିତ ହୋଇଛନ୍ତି । ସେହିପରି ତୃତୀୟ ଶ୍ରେଣୀ ଛାତ୍ରୀ ବିଭାବରୀ ସାହୁ ଷ୍ଟାର୍ ପରଫର୍ମର, ନବମ ଶ୍ରେଣୀର ଆକାଂକ୍ଷା ସାମଲ ଚଳିତ ବର୍ଷ ପାଇଁ ଶୈଳବାଳା ଯୋଗେନ୍ଦ୍ର ମେମୋରିଆଲ ପକ୍ଷରୁ ‘ବେଷ୍ଟ ଇନୋଭେଟିଭ୍ ଷ୍ଟୁଡେଣ୍ଟ ଅଫ୍ ଦି ଇୟର’ ପୁରସ୍କାର ପାଇଛନ୍ତି ।
ଉତ୍ସବକୁ ଜୟଦେବ ବିଧାୟକ ଅରବିନ୍ଦ ଢାଲି ଉଦ୍ଘାଟନ କରିଥିଲେ । ଉଦ୍ଯାପନ ଉତ୍ସବରେ ଆଇପିଏସ୍ ଶିଶିର କୁମାର ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳକ ପ୍ରତାପ କୁମାର ଜେନା, ସଭାପତି ରଘୁନାଥ ମିଶ୍ର, ଅଧ୍ୟକ୍ଷା କ୍ଷଣିକା ଦାସ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଶେଷରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ପରିବେଷିତ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କୁ ସମସ୍ତଙ୍କ ହୃଦୟ ଜିଣି ନେଇଥିଲା ।