ସକାଳର ବ୍ରେକ୍ଫାଷ୍ଟ ପାଇଁ ନିଅନ୍ତୁନି ଟେନସନ୍ , ଫଟାଫଟ୍ ବନାନ୍ତୁ କାବୁଲି ବୁଟ ବ୍ରେଡ୍ ଟୋଷ୍ଟ
ସବୁ ଦିନ ଗୋଟିଏ ପ୍ରକାରର ବ୍ରେକ୍ଫାଷ୍ଟ ଖାଇ ଦ୍ୱାରା ଲୋକମାନେ ବିରକ୍ତ ହୋଇଯିବେନି । ସେଥିପାଇଁ ଆଜି ଆମେ ଆପଣଙ୍କୁ କିଛି ହେଲଦ୍ ଓ ଟେଷ୍ଟି ବ୍ରେକ୍ଫାଷ୍ଟ ବିଷୟରେ ଜଣାଇବୁ ।

ପ୍ରତିଦିନ ଲୋକମାନେ ଅଫିସ୍ ଯିବା ପୂର୍ବରୁ ଖାଇବା ପାଇଁ କିଛି ନା କିଛି ବନାଇଥାନ୍ତି । ହେଲେ ସବୁ ଦିନ ଗୋଟିଏ ପ୍ରକାରର ବ୍ରେକ୍ଫାଷ୍ଟ ଖାଇ ଦ୍ୱାରା ଲୋକମାନେ ବିରକ୍ତ ହୋଇଯିବେନି । ସେଥିପାଇଁ ଆଜି ଆମେ ଆପଣଙ୍କୁ କିଛି ହେଲଦ୍ ଓ ଟେଷ୍ଟି ବ୍ରେକ୍ଫାଷ୍ଟ ବିଷୟରେ ଜଣାଇବୁ । ଏହାକୁ ପ୍ରସ୍ତତୁ କରିବା ପାଇଁ ପ୍ରଥମେ ବ୍ରେଡ୍ ସ୍ଲାଇସ୍ ଉପରେ ସିଜା କାବୁଲି ବୁଟ, କିଛି ପରିବା, ଲେମ୍ବୁ ରସ ଏବଂ ଚାଟ୍ ମସାଲା ମିଶାନ୍ତୁ ।
ଆବଶ୍ୟକ ସାମଗ୍ରୀ :
୧/୨ କପ୍ କାବୁଲି ବୁଟ
୨ ଟେବଲ ସ୍ପୁନ୍ କଟିଥିବା ପିଆଜ
୧ ଟେବଲ ସ୍ପୁନ୍ ଟମାଟୋ
୧ ଟେବଲ ସ୍ପୁନ୍ କଞ୍ଚା ଲଙ୍କା
୧ ଟେବଲ ସ୍ପୁନ୍ ଧଣିଆ ପତ୍ର
ସ୍ୱାଦ ଅନୁସାରେ ଲୁଣ
ସ୍ୱାଦ ଅନୁସାରେ ଚାଟ ମସଲା
୨ଟି ବ୍ରେଡ୍ ସ୍ଲାଇସ୍
ସ୍ୱାଦ ଅନୁସାରେ ବଟର
ସ୍ୱାଦ ଅନୁସାରେ ଲେମ୍ବୁ ରସ
ପ୍ରସ୍ତୁତି ପ୍ରଣାଳୀ :
ପ୍ରଥମେ ଏକ ପାତ୍ରରେ କାବୁଲି ବୁଟରେ ଲୁଣ ପାକାଇ ଫୁଟାଇ ଦେବେ । ସେହି ବୁଟ ସିଜି ଗଲା ପରେ, ତାକୁ ଏକ ପାତ୍ରରେ ବାହାର କରିଦେବେ ଓ ସେଥିରେ କଟାଥିବା ପିଆଜ, ଟାମାଟୋ, କଞ୍ଚା ଲଙ୍କା ଓ ଧଣିଆ ପତ୍ର ପକାଇ ଦେବେ । ଏହା ପରେ ସେଥିରେ ଲେମ୍ବୁ ରସ ଓ ଚାଟ ମସଲା ପକାଇ ସବୁ ଜିନିଷକୁ ଭଲ ଭାବେ ମିଶାଇ ଦେବେ । ତାପରେ ବ୍ରେଡ୍ ସ୍ଲାଇସ୍କୁ ଭଲ ଭାବେ ସେକି ଦେବେ ଓ ତାକୁ ମଝିରୁ କାଟିଦେବେ । ଏହା ପରେ ବ୍ରେଡ୍ ସ୍ଲାଇସ୍ ଉପରେ ବଟର ଲଗାଇ ଦେବେ । ତାପରେ ସେହି ବ୍ରେଡ୍ ସ୍ଲାଇସ୍ ଉପରେ ମିଶାଇ ରଖିଥିବା କାବୁଲି ବୁଟ ମସଲା ରଖି ଦେବେ । ଏହା ପରେ ଦେଖିବେ ଏହି ହେଲଦି ବ୍ରେକ୍ଫାଷ୍ଟ ଖାଇବା ପାଇଁ କେତେ ସ୍ୱାଦିଷ୍ଟ ଲାଗିବ ।