ଭିକି କୌଶଲ ଏବଂ କ୍ୟାଟ୍ରିନାଙ୍କ ସମ୍ପର୍କକୁ ନେଇ ମିଳିଲା ସୂଚନା, ଦୁହେଁ ଅଛନ୍ତି ଏକାଠି

ବଲିଉଡ଼ ଆକ୍ଟର ଭିକି କୌଶଲ ଏବଂ କ୍ୟାଟ୍ରିନା କୈଫଙ୍କ ସମ୍ପର୍କକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା।ସୋସିଆଲ ମିଡିଆରେ ହୋଇଥିବା ପୋଷ୍ଟକୁ ନେଇ ଏହି ଚର୍ଚ୍ଚା ଆରମ୍ଭ ହୋଇଛି। ଦୁଇ କଳାକାର ନିଜର ଲାଟେଷ୍ଟ ଫଟୋକୁ ସବୁବେଳେ ସୋସିଆଲ ମିଡିଆରେ ପୋଷ୍ଟ କରନ୍ତି। ଏହି ପୋଷ୍ଟରେ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଥାଏ। ଭିକି କୌଶଲ ନିଜର ଦମଦାର ଆକ୍ଟିଂ ଜରିଆରେ ଲୋକଙ୍କ ମନକୁ କିଣିଥିବା ବେଳେ କ୍ୟାଟ୍ରିନା ନିଜ ସୁନ୍ଦରତା ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି।

ଏବେ ଏମାନଙ୍କ ସମ୍ପର୍କକୁ ନେଇ ଏବେ ସବୁଠି ଚର୍ଚ୍ଚ।। ଶୁଣିବାକୁ ମିଳୁଛି ଯେ, ଏମାନେ ବହୁତ ଶୀଘ୍ର ଏନଗେଜମେଣ୍ଟ କରିବାକୁ ଯାଉଛନ୍ତି। କିଛି ଦିନ ପୂର୍ବରୁ ସେମାନେ ରିଲେସନସିପରେ ରହିବାର ଖବରର ଶୁଣିବାକୁ ମିଳିଛି। ନିକଟ ଅତୀତରେ ସେମାନେ ନିର୍ବନ୍ଧ କରିବାର ଖବର ସାମ୍ନାକୁ ଆସିଥିଲା। ତେବେ ଭିକି ଓ କ୍ୟାଟ୍ରିନାଙ୍କ ନିର୍ବନ୍ଧକୁ ନେଇ ଅନେକ ପୋଷ୍ଟ ଏବେ ଭାଇରାଲ ହେଉଛି।
ଏହି ଖବର ଏବେ ସବୁଠି ଭାଇରାଲ ହେଉଛି। ଏହି ଖବରକୁ ପ୍ରାଇଭେଟରେ ରଖି ଉଭୟ ଏକ ସମ୍ପର୍କରେ ଯୋଡି ହେବାକୁ ଯାଉଛନ୍ତି । କିନ୍ତୁ ଏହାକୁ ନେଇ ଏହି ଦୁହିଁଙ୍କ ମୁହଁରୁ କୌଣସି ସୂଚନା ମିଳିନାହିଁ। ସେମାନେ ଏହି କଥାକୁ ଅଫିସିଆଲ ଆନାଉସମେଣ୍ଟ କରିନାହାନ୍ତି। ୨୦୧୯ରେ ଏହି ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ପପୁଲାର ପେପରାଜୀ ବିରଲ ଭୟାନୀ ଏହି ଖବରକୁ ନେଇ ନିଜ ମତ ଦେଇଛନ୍ତି। ତାଙ୍କ ଟିମର କହିବା ଅନୁଯାୟୀ, ନିର୍ବନ୍ଧ ହେବାର ଖବର ସତ ନୁହେଁ, କିନ୍ତୁ ଉଭୟେ ଏକାଠି ଅଛନ୍ତି , ଏହା ସତ।
