ଆଠଗଡ଼: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘୋଳପୁର ଗାଁରେ ବୋମା ମାଡ଼, ଜଣଙ୍କର ମୃତ୍ୟୁ

ଆଠଗଡ(କେନ୍ୟୁଜ୍): ଗାଁ ଦାଣ୍ଡରେ ଫୁଟିଲା ବୋମା । ଆଠଗଡ଼ ବାଙ୍କୀ ଥାନା ଘୋଳପୁର ଗାଁରେ ବୋମା ମାଡ ହୋଇଛି । ବୋମା ମାଡରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଗାଁର ଗୋବିନ୍ଦ ବେହେରା । ବୋମା ମାଡର କାରଣ ଜଣାପଡ଼ିନାହିଁ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏପରି ଘଟଣା ଘଟିଥିବା ଜଣାପଡିଛି।
ପୂର୍ବରୁ ଘୋଳପୁର ଗାଁରେ ସାହି ସାହି ମଧ୍ୟରେ ବିବାଦ ଲାଗି ରହିଥିଲା। ଆଜି ସକାଳୁ ଗୋବିନ୍ଦ ବେହେରା ଘୋଳପୁର ବଜାରକୁ ନିଜ ପରିବାର ଲୋକଙ୍କ ପାଇଁ ଜଳଖିଆ ଆଣିବାକୁ ଯାଇଥିଲେ। ହଠାତ୍ ଅନ୍ୟ ଏକ ସାହିର କିଛି ଯୁବକ ଏକତ୍ର ହୋଇ ପ୍ରଥମେ ବୋମାମାଡ଼ କରିଥିଲେ। ଗୋବିନ୍ଦ ଗାଡିରୁ ପଡିଯିବା ପରେ ସେମାନେ ପଥର ସାହଯ୍ୟରେ ଛେଚି ଛେଚି ମାରିଥିବା ସୂଚନା ରହିଛି। ଘଟଣାସ୍ଥଳରେ ବାଙ୍କୀ ପୋଲିସ ପହଁଞ୍ଚିବା ସହ ଗ୍ରାମାଞ୍ଚଳ ଏସ୍ପି ତଦନ୍ତ ଜାରି ରଖିଥିବା ବେଳେ ସାଇଣ୍ଟିଫିକ୍ ଟିମ୍ ପହଁଞ୍ଚି ଘଟଣାର ଅନୁଧ୍ୟାନ କରିଛି।