ଅଧିକ ପାର୍ଟି କରୁଥିବା ପୁରୁଷମାନେ ଶାରୀରିକ ସମ୍ପର୍କ ବେଳେ କରିଥାନ୍ତି ଏଭଳି ବ୍ୟବହାର, ରିସର୍ଚ୍ଚରେ ହେଲା ଖୁଲାସା

ପ୍ରାୟତଃ ପାର୍ଟିକୁ ଯାଉଥିବା ମହିଳା ଓ ପୁରୁଷ ଶାରୀରିକ ସମ୍ପର୍କ ସ୍ଥାପନ କରିବା କ୍ଷେତ୍ରରେ ଆକ୍ରମଣାତ୍ମକ ମନୋଭାବ ରଖିଥାନ୍ତି। ନିକଟରେ ହୋଇଥିବା ଏକ ରିସର୍ଚ୍ଚରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ରିସର୍ଚ୍ଚ ମୁତାବକ ଯେଉଁ ମହିଳା ବା ପୁରୁଷ ଅଧିକାଂଶ ସମୟ ପାର୍ଟିକୁ ଯାଇଥାନ୍ତି ବା ମଦ ପାନ କରିଥାନ୍ତି ସେମାନେ ସେକ୍ସ କରିବା ବେଳେ ଅଧିକ ଆଗ୍ରେସିଭ୍ ରହିଥାନ୍ତି।
ଅନ୍ଲାଇନ୍ରେ କରାଯାଇଥିବା ଏହି ରିସର୍ଚ୍ଚରେ ଏକ ହଜାରରୁ ଊର୍ଦ୍ଧ୍ୱ କଲେଜ ପଢ଼ୁଆ ପୁଅ ଅଂଶଗ୍ରହଣ କରିଥିଲେ। ଏହି ପିଲାଙ୍କୁ ରିସର୍ଚ୍ଚକର୍ତ୍ତା ସମ୍ବନ୍ଧ ସମ୍ପର୍କରେ କେତେକ ପ୍ରଶ୍ନ ପଚାରିଥିଲେ, ଯଥା: କେତେ ସମୟ ପରେ ମଦ ସେବନ କରିଥାନ୍ତି ଓ କେତେ ଥର ପାର୍ଟି କିମ୍ବା ବାର୍କୁ ଯାଇଥାନ୍ତି।
ସର୍ଭେରେ ସାମିଲ ହୋଇଥିବା ପିଲାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ଯୌନ ସମ୍ବନ୍ଧ ପାଇଁ ସେମାନେ କେଉଁ ଭଳି ଭାବେ ନିଜକୁ ପ୍ରସ୍ତୁତ କରିଥାନ୍ତି ଓ ଯୁବତୀଙ୍କ ଉପରେ କିପରି ଚାପ ପକାଇଥାନ୍ତି। ରିସର୍ଚ୍ଚକର୍ତ୍ତାଙ୍କ ଅନୁସାରେ ବ୍ରେକଅପ୍ର ଧମକ ଠାରୁ ଆରମ୍ଭ କରି ମହିଳା ପାର୍ଟନରଙ୍କୁ ଜବରଦସ୍ତ ମଦ ପିଆଇବା ଓ ଶାରୀରିକ ଭାବେ ଯନ୍ତ୍ରଣା ଦେବା ପର୍ଯ୍ୟନ୍ତ ସବୁ ଉପାୟ ଆପଣାଥାନ୍ତି। ରିସର୍ଚ୍ଚରୁ ଜଣାଯାଇଛି ଯେ ଯେଉଁମାନେ ଅଧିକ ପାର୍ଟି କିମ୍ବା ବାର୍କୁ ଯାଇଥାନ୍ତି ସେମାନେ ଅଧିକ ଆକ୍ରମଣାତ୍ମକ ହୋଇଥାନ୍ତି।
ରିସର୍ଚ୍ଚକର୍ତ୍ତାଙ୍କ ଅନୁସାରେ କେବଳ ମଦ ଯୋଗୁ ନୁହେଁ ସେଠାକାର ମାହୋଲ ଯୋଗୁ ମଧ୍ୟ ସେମାନେ ଆକ୍ରମଣାତ୍ମକ ହୋଇଯାଆନ୍ତି। ମଦ ଓ ମାହୋଲ ହିଁ ପୁରୁଷଙ୍କୁ ଶାରୀରିକ ସମ୍ପର୍କ ବେଳେ ଅଧିକ ଉତ୍ତେଜିତ କରିଥାଏ।