BPCL ରେ କାମ କରିବାର ସୁବର୍ଣ୍ଣ ସୁଯୋଗ, ଜାଣନ୍ତୁ କେମିତି କରିବେ ଆବେଦନ

ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଭାରତୀୟ ପେଟ୍ରୋଲିଅମ କର୍ପୋରେସନ ଲିମିଟେଡ଼ (BPCL)ରେ ଅନେକ ପଦବୀ ଖାଲି । ଭାରତୀୟ ପେଟ୍ରୋଲଅମରେ ଜୁନିଅର ଏକ୍ସଜିକ୍ୟୁଟିଭ ଏବଂ ସେକ୍ରେଟେରୀ ପଦବୀ ପାଇଁ ନିଯୁକ୍ତି ବାହାରିଛି । ୮ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଚାଲୁ ରହିବ । ଆବେଦନ ପାଇଁ ଇଛୁକ ଥିବା ପ୍ରାର୍ଥୀ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ । ଏଥର ଆବେଦନକାରୀମାନେ ଶେଷ ତାରିଖ ପୂର୍ବରୁ ଆବେଦନ କରିପାରିବେ ନାହିଁ ।

ପଦବୀ ବିବରଣୀ :ଜୁନିଅର ଏକ୍ସଜିକ୍ୟୁଟିଭ ଏବଂ ସେକ୍ରେଟେରୀ

ଜରୁରୀ ତାରିଖ  : ଇଚ୍ଛୁକ ପ୍ରାର୍ଥୀ ୮ ମାର୍ଚ୍ଚ ୨୦୨୫ ଆବେଦନ କରିପାରିବେ ।

ଶିକ୍ଷାଗତ ଯୋଗ୍ୟତା : ଆବେଦନ କରୁଥିବା ପ୍ରାର୍ଥୀମାନଙ୍କ ପାଇଁ  ଦଶମ, ଦ୍ୱାଦଶ, ସ୍ନାତକୋତ୍ତର ଡିଗ୍ରୀ, ଡିପ୍ଲୋମା କରିଥିବା ଜରୁରୀ । ଅଧିକ ଜାଣିବା ପାଇଁ ପ୍ରାର୍ଥୀ ନୋଟିଫିକେସନ ଚେକ୍ କରିପାରିବେ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୨୯ ବର୍ଷ ହୋଇଥିବା ଜରୁରୀ । ଅଧିକ ବିବରଣୀ ପାଇଁ ଅଫିସିଆଲ ନୋଟିଫିକେସନକୁ ଯାଇ ଚେକ କରିପାରିବେ ।

ଆବେଦନ ଶୁକ୍ଳ : କେବଳ ଅଣସଂରକ୍ଷିତ, ଓବିସି, EWS ପ୍ରାର୍ଥୀଙ୍କ ପାଇଁ ୧୧୮୦ ଟଙ୍କା ଦେବାର ଶୁକ୍ଳ ଧାର୍ଯ୍ୟ କରାଯାଇଛି । ସେହିପରି ଏସସି, ଏସଟି, ଦିବ୍ୟାଙ୍ଗ ଶ୍ରେଣୀର ପ୍ରାର୍ଥୀ କୌଣସି ଶୁଳ୍କ ଦେବେ ନାହିଁ ।

ଚୟନ ପ୍ରକ୍ରିୟା : BPCL ଅନୁଯାୟୀ ସଂକ୍ଷିପ୍ତ ପ୍ରଶ୍ନ କରାଯିବ ସହ ଲିଖିତ/କମ୍ପ୍ୟୁଟର ଟେଷ୍ଟ ମାଧ୍ୟମରେ କରାଯିବ । ଏଥିପାଇଁ ଇଣ୍ଟରଭ୍ୟୁ ମଧ୍ୟ କରାଯିବ । ଆଲୋଚନା, ଗ୍ରୁପ ଟାସ୍କ, ପର୍ସନାଲ ଇଣ୍ଟରଭ୍ୟୁ ଜରିଆରେ ଚୟନ ହେବ ।  ଏହାପରେ ଫାଇନାଲ ମେରିଷ୍ଟ ଲିଷ୍ଟ ପ୍ରସ୍ତୁତ କରାଯିବ ।

ଆବେଦନ ପ୍ରକ୍ରିୟା :

ପ୍ରଥମେ BPCLର ୱେବସାଇଟକୁ ଯାଆନ୍ତୁ ।

କ୍ୟାରିୟର ସେକ୍ସନକୁ ଯାଇ “କରେଣ୍ଟ ଅପଡେଟ ଓପନିଂକୁ ଯାଆନ୍ତୁ ।

ଭର୍ତ୍ତି ସମ୍ବନ୍ଧୀୟ ଲିଙ୍କ ଉପରେ କ୍ଲିକ କରି ରେଜିଷ୍ଟ୍ରେସନ କରନ୍ତୁ ।

ରେଜିଷ୍ଟ୍ରେସନ କରିବା ପରେ ଅନ୍ୟ ବିବରଣୀ ଭରି ଆବେଦନ ଫର୍ମକୁ ପୂରଣ କରନ୍ତୁ ।

ସମସ୍ତ ବିବରଣୀ ଭରିବା ପରେ ଦସ୍ତଖତ ଏବଂ ଫଟୋଗ୍ରାଫ ସହିତ ଫି ଦେଇ ଆବେଦନ ପ୍ରକ୍ରିୟାକୁ ଶେଷ କରନ୍ତୁ।

ଶେଷରେ ଫର୍ମ ସବମିଟ କରି ଏହାର ଏକ ପ୍ରିଣ୍ଟଆଉଟ୍ ବାହାର କରି ସୁରକ୍ଷିତ ଭାବେ ରଖନ୍ତୁ ।

ଅଧିକ ବିବରଣୀ ପାଇଁ ନୋଟିଫିକେସନରେ ଯାଇ ଚେକ କରିପାରିବେ  ।

Also Read : ଗ୍ରାଜୁଏଟ ଯୁବପିଢ଼ିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, IDBI ବ୍ୟାଙ୍କରେ ତୁରନ୍ତ କରନ୍ତୁ ଆବେଦନ