ଶକ୍ତିଶାଳୀ ହେଉଛି ଭାରତୀୟ ସେନା, ଚାନ୍ଦିପୁରରୁ ଉତ୍‌କ୍ଷେପଣ ହେଲା ସୁପରସୋନିକ୍‌ କ୍ରୁଜ୍‌ ମିସାଇଲ ବ୍ରହ୍ମୋସ

ବାଲେଶ୍ବର(କେନ୍ୟୁଜ୍):  ଶକ୍ତିଶାଳୀ ହେଉଛି ଭାରତୀୟ ସେନା। ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଉତ୍‌କ୍ଷେପଣ ହେଲା ସୁପରସୋନିକ୍‌ କ୍ରୁଜ୍‌ ମିସାଇଲ ବ୍ରହ୍ମୋସ। ଲକ୍ଷ୍ୟଭେଦୀ କ୍ଷମତା ରହିଛି ୬୫୦ରୁ ୮୦୦ କିଲୋମିଟର।

ଶବ୍ଦର ବେଗ ଠାରୁ ୩ଗୁଣ ଅଧିକ ବେଗରେ ଗତି କରିପାରେ ସୁପରସୋନିକ୍‌ ମିସାଇଲ ବ୍ରହ୍ମୋସ। ଏଥିରେ ୨୦୦ରୁ ୩୦୦ କିଲୋଗ୍ରାମ୍‌ ପର୍ଯ୍ୟନ୍ତ ଆଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି। ଭାରତ ଓ ଋଷର ମିଳିତ ସହଯୋଗରେ ନିର୍ମିତ ହୋଇଛି ବ୍ରହ୍ମୋସ। ଏହାକୁ ସ୍ଥଳ, ବାୟୁ ଓ ନୌସେନାରେ ସାମିଲ କରାଯାଇଛି। ଉତ୍‌କ୍ଷେପଣ ପରେ ରାଡାରରୁ ମିଳିଥିବା ତଥ୍ୟକୁ ନେଇ ଚାଲିଛି ସମୀକ୍ଷା।