ଯଦି ଆପଣଙ୍କ ପାର୍ଟନର ବି ଏମିତି ବ୍ୟବହାର କରୁଥାନ୍ତି ତେବେ ତୁରନ୍ତ ଭାଙ୍ଗନ୍ତୁ ସମ୍ପର୍କ, ଭବିଷ୍ୟତରେ ମିଳିପାରେ ଧୋକା

ପ୍ରେମ ସମ୍ପର୍କରେ ପାର୍ଟନରକୁ ସବୁ କଥା କହିବା ଉଚିତ୍। ଯଦି କେହି ନିଜ ପାର୍ଟନରକୁ କିମ୍ବା ପାର୍ଟନରଙ୍କ ବିଷୟରେ କାହାକୁ କିଛି ଲୁଚାଉଛି ତେବେ ଭବିଷ୍ୟତରେ ଏହା ବିପଦ ସୃଷ୍ଟି କରିପାରେ। ଝିଅଙ୍କ ପାଇଁ ଏହା ଜାଣିବା ଜରୁରୀ ଯେ ବୟଫ୍ରେଣ୍ଡ ତାଙ୍କ ସମ୍ପର୍କ ବିଷୟରେ ଘର ଲୋକଙ୍କୁ ଲୁଚାଉନାହାନ୍ତି ତ! ଯଦି ସେ ସେଭଳି କରୁଥାନ୍ତି ତେବେ ଆଗକୁ ଧୋକା ବି ଦେଇପାରନ୍ତି। ସିକ୍ରେଟ୍ ରିଲେସନ୍ସିପ୍ ଆଦୌ ଭଲ ନୁହେଁ। ଆସନ୍ତୁ ଜାଣିବା ସେଭଳି କେତେକ କଥା ଯେଉଁଥିରୁ ଆପଣ ଜାଣିପାରିବେ ରିଲେସନ୍ସିପ୍ ବିଷୟରେ ସାଥୀ ଅନ୍ୟମାନଙ୍କୁ ଲୁଚାଉନାହାନ୍ତି ତ!
ପାର୍ଟନରଙ୍କ ସହ ପ୍ରତ୍ୟେକ ସ୍ଥାନକୁ ନ ଯିବା:
ଯଦି ଆପଣଙ୍କ ପାର୍ଟନର ପ୍ରତ୍ୟେକ ସ୍ଥାନକୁ ଆପଣଙ୍କୁ ନେଉନାହାନ୍ତି ଓ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ହିଁ ଦେଖାହେଉଛନ୍ତି, ତେବେ ବୁଝିଯାଆନ୍ତୁ ଯେ ସେ ଆପଣଙ୍କ ସହ ତାଙ୍କ ସମ୍ପର୍କକୁ ଲୁଚାଉଛନ୍ତି। ସେ ଚାହୁଁନାହାନ୍ତି ଯେ ଆପଣଙ୍କ ବିଷୟରେ କେହି ଜାଣୁ। ଏହି ସ୍ଥିତି ଆପଣଙ୍କ ପାଇଁ ପରେ ସମସ୍ୟା ସୃଷ୍ଟି କରିପାରେ। ସେ ଆପଣଙ୍କୁ ଧୋକା ବି ଦେଇପାରନ୍ତି।
ପରିବାର ସହ ଦେଖା କରାଉନଥିଲେ:
ବେଳେବେଳେ ପୁଅମାନେ ନିଜ ଗାର୍ଲଫ୍ରେଣ୍ଡକୁ ପରିବାର ଓ ସାଙ୍ଗସାଥୀଙ୍କ ସହ ଦେଖା କରିନଥାନ୍ତି। ସେ ସବୁବେଳେ ଏକାନ୍ତରେ ହିଁ ଭେଟିଥାନ୍ତି। ଫ୍ୟାମିଲି ଫଙ୍କସନ୍କୁ ମଧ୍ୟ ସେ ପ୍ରେମିକାଙ୍କୁ ନେଇନଥାନ୍ତି। ଆପଣଙ୍କ ପାର୍ଟନର ଯଦି ଏଭଳି କରୁଥାନ୍ତି, ତେବେ ଏବେଠାରୁ ସାବଧାନ ହୋଇଯାଆନ୍ତୁ।
ଆପଣଙ୍କୁ ପ୍ରେମିକା ନୁହେଁ ଭଲ ସାଙ୍ଗ କହୁଥିଲେ:
କେତେକ ପୁଅ ନିଜ ଗାର୍ଲଫ୍ରେଣ୍ଡକୁ ଅନ୍ୟମାନଙ୍କ ସାମ୍ନାରେ ଭଲ ସାଙ୍ଗ କହି ପରିଚିତ କରିଥାନ୍ତି। ଆଜିକାଲି ଏହା ଏକ ଟ୍ରେଣ୍ଡରେ ପରିଣତ ହୋଇଛି। କିନ୍ତୁ ରିଲେସନ୍ସିପ୍ ଏକ୍ସପର୍ଟଙ୍କ ମତରେ ଏହା ଏକ କାଜୁଆଲ ରିଲେସନ୍ସିପ୍। ଏଭଳି କୌଣସି ସମ୍ପର୍କ ନାହିଁ। ଏହି ସମ୍ପର୍କଠୁ ଯେତେ ସମ୍ଭବ ଦୂରେଇ ରହିବା ଭଲ। ସେ ଆପଣଙ୍କୁ ଭବିଷ୍ୟତରେ ଆପଣାଇନପାରନ୍ତି।
ପର୍ସନାଲ କଥା ସେୟାର କରୁନଥିଲେ:
କିଛି ପୁଅ ନିଜ ଗାର୍ଲଫ୍ରେଣ୍ଡଙ୍କୁ ପର୍ସନାଲ କଥା କହିନଥାନ୍ତି। କେବଳ ଏତିକି ନୁହଁ ପରିବାର ବିଷୟରେ ମଧ୍ୟ ଖୋଲାଖୋଲି କଥାବାର୍ତ୍ତା କରିନଥାନ୍ତି। ଏଭଳି ପୁଅମାନେ କେବଳ ପ୍ରେମ, ରୋମାନ୍ସ ଆଦି ବିଷୟରେ କଥାବାର୍ତ୍ତା କରନ୍ତି। ଏମାନଙ୍କ ସହ ସମ୍ପର୍କ ରଖିବା ଅନୁଚିତ। ଏମାନେ ସାରା ଜୀବନ ପାଇଁ ନୁହେଁ କେବଳ କିଛି ମୁହୂର୍ତ୍ତ ପାଇଁ ଆପଣଙ୍କ ସହ ରହିବେ। ପରେ ଛାଡ଼ି ଚାଲିଯିବେ।