ଅଧାରେ ରହିଲା ବାହାଘର, ବିବାହ ଦିନ ବରର ରିପୋର୍ଟ ଆସିଲା ପଜିଟିଭ୍

ଗଞ୍ଜାମ (କେନ୍ୟୁଜ) : ବାହାଘର ପାଇଁ ସମସ୍ତ ପ୍ରସ୍ତୁତି ସରିଯାଇଥିଲା। ଭୋଜି ବି ରନ୍ଧା ସରିଥିଲା, କନ୍ଯା ଘର ଲୋକ ମଧ୍ୟ ପହଁଚି ଯାଇଥିଲେ ବର ଗାଁ ରେ। କିନ୍ତୁ ପ୍ରଶାସନ ପହଂଚି କହିଲା ପୁଅର କରୋନା ରିପୋର୍ଟ ପଜିଟିଭ ଆସିଛି। ପଜିଟିଭ ବାହାରିଛି ତେଣୁ ବାହାଘର ହୋଇ ପାରିବ ନାହିିଁ। ଏହିପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଦସେଇପୁର ଗାଁର।
ସୂଚନା ମୁତାବକ ସେହି ଗାଁର ଜଣେ ଯୁବକ ତାଙ୍କ ପଂଚାୟତରେ ୧୭ ତାରିଖରେ କରୋନା ପରୀକ୍ଷା କରାଇଥିଲେ। ଏହା ପରେ ତାଙ୍କ ପାଖ ଗାଁର ଜଣେ ଯୁବତୀଙ୍କ ସହ ବାହାଘର ସ୍ଥିର ହୋଇଥିଲା ଓ ଆଜି ସନ୍ଧ୍ୟାରେ ବାହାଘର ଥିବା ବେଳେ ଆଜିର ପଜିଟିଭରେ ତାଙ୍କ ନା ଆସିବା ପରେ ତହସିଲଦାର ବିଡ଼ିଓ ଓ ଥାନା ଅଧିକାରୀ ପହଂଚି ବାହାଘର ବନ୍ଦ କରିବା ପାଇଁ ବୁଝାଇ ଥିଲେ।
ଏହା ପରେ ଏକ ମାସ ପର୍ଯ୍ଯନ୍ତ ବାହାଘର ବନ୍ଦ ରଖିବା ପାଇଁ ଲିଖିତ ଭାବେ ଦୁଇ ପରିବାର ପ୍ରଶାସନକୁ ଦେଇଥିବା ଜଣାପଡିଛି। ବିବାହ ପାଇଁ ଆସିଥିବା ଝିଅ ଓ ତାଙ୍କ ପରିବାର ନିଜ ଗାଁକୁ ଫେରିଯାଇଛନ୍ତି। ଏବଂ ସମସ୍ତେ ଆଇସୋଲେସନରେ ଥିବା ସୂଚନା ରହିଛି।