BSF ରେ କନଷ୍ଟେବଳ ପଦବୀ ସହିତ ଅନ୍ୟ ପବଦୀ ଖାଲି, ୧୦ମ ପାସ୍ ପ୍ରାର୍ଥୀଙ୍କୁ ମିଳିବ ୮୦ ହଜାର ଟଙ୍କା
ସୀମା ସୁରକ୍ଷା ବଳ (BSF)ରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ । ଖାଲିପଡିଥିବା ପଦବୀରେ ଗ୍ରୁପ ବି ଏବଂ ଗ୍ରୁପ ସି ପଦବୀରେ ଭର୍ତ୍ତି ହେବ । ଯୋଗ୍ୟ ମହିଳା ଓ ପୁରୁଷ ପ୍ରାର୍ଥୀ ୧୫ ଏପ୍ରିଲ ପର୍ଯ୍ୟନ୍ତ ଅଫିସିଆଲ ୱେବସାଇଟ bsf.gov.in କୁ ଯାଇ ଆବେଦନ କରିପାରିବେ ।

ସୀମା ସୁରକ୍ଷା ବଳ (BSF)ରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ । ଖାଲିପଡିଥିବା ପଦବୀରେ ଗ୍ରୁପ ବି ଏବଂ ଗ୍ରୁପ ସି ପଦବୀରେ ଭର୍ତ୍ତି ହେବ । ଯୋଗ୍ୟ ମହିଳା ଓ ପୁରୁଷ ପ୍ରାର୍ଥୀ ୧୫ ଏପ୍ରିଲ ପର୍ଯ୍ୟନ୍ତ ଅଫିସିଆଲ ୱେବସାଇଟ bsf.gov.in କୁ ଯାଇ ଆବେଦନ କରିପାରିବେ ।
ପଦବୀ ବିବରଣୀ :
ଗ୍ରୁପ ବି
ସବ ଇନ୍ସପେକ୍ଟର : ୧୩
ସବ ଇନ୍ସପେକ୍ଟର/ଜେଇ (ଇଲେକ୍ଟ୍ରିକାଲ) : ୯
ଗ୍ରୁପ ସି :
ହେଡ କନଷ୍ଟେବଳ (ପ୍ଲମ୍ବର) : ୧
ବଢେଇ : ୧
କନଷ୍ଟେବଳ (ଜେନେରେଟର ଅପରେଟର) : ୧୩
କନଷ୍ଟେବଳ (ଜେନେରେଟର ମେକାନିକ) : ୧୪
କନଷ୍ଟେବଳ(ଲାଇନମ୍ୟାନ) : ୯
ଜରୁରୀ ତାରିଖ : ଇଚ୍ଛୁକ ପ୍ରାର୍ଥୀ ୧୫ ଏପ୍ରିଲ ପର୍ଯ୍ୟନ୍ତ ଆବେଦନ କରିପାରିବେ ।
ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ପଦବୀ ଅନୁସାରେ ଭିନ୍ନ ଭିନ୍ନ ଶିକ୍ଷାଗତ ଯୋଗ୍ୟତା ନିର୍ଦ୍ଧାରିତ ରହିଛି ।
ଦରମା : ଚୟନିତ ପ୍ରାର୍ଥୀଙ୍କୁ ମାସିକ ୮୧,୧୦୦ ପର୍ଯ୍ୟନ୍ତ ଦରମା ମିଳିବ ।
ବୟସ ସୀମା : ଆବେଦନ କରିଥିବା ପ୍ରାର୍ଥୀଙ୍କ ବୟସ ୧୮ ବର୍ଷରୁ ୩୦ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ ।
ଆବେଦନ ଶୁଳ୍କ : ସାମାନ୍ୟ/ଓବିସି/EWS ପ୍ରାର୍ଥୀ ୧୪୭.୨ ଟଙ୍କା ଦେବାକୁ ହେବ । ସେହିପରି ଅନୁସୂଚିତ ଜାତି/ଜନଜାତି/ଦିବ୍ୟାଙ୍ଗ ପ୍ରାର୍ଥୀ ୪୭.୨ ଟଙ୍କା ଏବଂ ଅନ୍ୟ ସମସ୍ତ ମହିଳା ପ୍ରାର୍ଥୀ ୪୭.୨ ଟଙ୍କା ଦେବାକୁ ହେବ ।
କେମିତି କରିବେ ଆବେଦନ :
ଇଚ୍ଛୁକ ପ୍ରାର୍ଥୀ ଆବେଦନ ପାଇଁ ଅଫିସିଆଲ ୱେବସାଇଟ bsf.gov.in କୁ ଯାଆନ୍ତୁ ।
ଏହାପରେ ଲିଙ୍କ ବଟନରେ କ୍ଲିକ୍ କରି ରିକ୍ରୁଟମେଣ୍ଟ ଲିଙ୍କରେ କ୍ଲିକ୍ କରନ୍ତୁ ।
ନୂଆ ପେଜରେ ଗ୍ରୁପ ବି ଏବଂ ଗ୍ରୁପ ସି ପଦବୀରେ ଫର୍ମ ଭରିବାକୁ ହେବ ।
ଏହାପରେ ସମସ୍ତ ବିବରଣୀ ଏବଂ ଦସ୍ତାବିଜ ଅପଲୋଡ କରି ଓଟିପି ଲିଙ୍କରେ କ୍ଲିକ୍ କରନ୍ତୁ ।
ଏହାପରେ ଫର୍ମ ଭରନ୍ତୁ ।
ଫର୍ମ ଭରିବା ପରେ ଫର୍ମ ସବମିଟ୍ କରି ଜମା କରନ୍ତୁ ।
ଭବିଷ୍ୟତ ପାଇଁ ପ୍ରିଣ୍ଟଆଉଟ କାଢି ରଖନ୍ତୁ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।