BSF ଚାକିରି : ୨୭୫ ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ, ତୁରନ୍ତ କରନ୍ତୁ ଆବେଦନ

BSF ରେ ଖାଲିପଡିଥିବା ଅନେକ ପଦବୀ ପୂରଣ ପାଇଁ ନୋଟିଫିକେସନ ଜାରି ହୋଇଛି । ସ୍ପୋଟର୍ସ କୋଟା ଅଧିନରେ ଗ୍ରୁପ ସି ପଦବୀରେ ଭର୍ତ୍ତି ହେବ । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯିବାକୁ ହେବ ।
ପଦବୀ ବିବରଣୀ : ୨୭୫ (କନଷ୍ଟେବଳ)
ଜରୁରୀ ତାରିଖ : ଆବେଦନ କରିବାର ତାରିଖ ୯ ଡିସେମ୍ବରରୁ ଆରମ୍ଭ ହୋଇ ଶେଷ ତାରିଖ ୩୦ ଡିସେମ୍ବାର ୨୦୨୪ ରହିଛି ।
ଶିକ୍ଷାଗତ ଯୋଗ୍ୟତା : ଆବେଦନ ପାଇଁ ଇଚ୍ଛୁକ ପ୍ରାର୍ଥୀ ୧୦ମ ପାସ୍ କରିବା ସହିତ ସ୍ପୋଟର୍ସ ସାର୍ଟିଫିକେଟ ରହିଥିବା ଜରୁରୀ ।
ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୧୮ ରୁ ୨୩ ବର୍ଷ ହୋଇଥିବା ଜରୁରୀ ।
ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା, ସ୍କିଲ ଟେଷ୍ଟ, ଡକ୍ୟୁମେଣ୍ଟ, ଫିଜିକାଲ ପରୀକ୍ଷା, ମେଡିକାଲ ଟେଷ୍ଟ ପରେ ହେବ ।
କେମିତି କରିବେ ଆବେଦନ : ଇଚ୍ଛୁକ ପ୍ରାର୍ଥୀ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ ।
‘Direct Recruitment for the post of Constable ଲିଙ୍କରେ କ୍ଲିକ୍ କରନ୍ତୁ ।
ଏହାପରେ ରେଜିଷ୍ଟ୍ରର କରି ଲଗଇନ୍ କରନ୍ତୁ ।
ଏହାପରେ ବିଏସଏଫ ରିକ୍ରୁଟମେଣ୍ଟ ୨୦୨୪ରେ କ୍ଲିକ୍ କରନ୍ତୁ।
ଆପ୍ଲିକେସନ ଫର୍ମ ପୂରଣ କରନ୍ତୁ ।
ଆବେଦନ ଶୁଳ୍କ ଭରିବା ପରେ ସବମିଟ୍ କରନ୍ତୁ ।
ଶେଷରେ ଆବଶ୍ୟକତା ପାଇଁ ପ୍ରିଣ୍ଟ ଆଉଟ କାଢି ରଖନ୍ତୁ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।
ନିଶ୍ଚୟ ପଢନ୍ତୁ : CAPFରେ ଚାକିରି ପାଇବାର ସୁଯୋଗ, ୧ ଲକ୍ଷ ପଦବୀ ଖାଲି