BTSCରେ ନିଯୁକ୍ତି ପାଇଁ ୧୧,୩୮୯ଖାଲି ପଡିଛି, ଜାଣନ୍ତୁ କିପରି ରହିବ ଚୟନ ପ୍ରକ୍ରିୟା   

ବିହାର  ଟେକନିକ୍ ସେବା ଆୟୋଗ(BTSC)ରେ ଷ୍ଟାପ୍ ନର୍ସ ନିଯୁକ୍ତି ପାଇଁ ୧୧,୩୮୯ ପଦବୀ ଖାଲି ପଡିଛି । ଇଚ୍ଛୁକ ପ୍ରାର୍ଥୀ ମେ ୨୩ ପର୍ଯ୍ୟନ୍ତ ଆବେଦନ କରିପାରିବେ । ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ । ଅଧିକ ବିବରଣୀ ପାଇଁ ଏହାର ଅଫିସିଆଲ ୱେବସାଇଟକୁ ଯାଇ ଚେକ୍ କରିପାରିବେ ।

ପଦବୀ ବିବରଣୀ : ୧୧,୩୮୯

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ସୀମା ୨୧ ବର୍ଷରୁ ୩୭ ବର୍ଷ ହୋଇଥିବା ଆବଶ୍ୟକ । ଆରକ୍ଷିତ ଶ୍ରେଣୀର ପ୍ରାର୍ଥୀଙ୍କ ପାଇଁ ବୟସ ସୀମାକୁ ଛାଡ କରାଯିବ ।

ଆବେଦନ ତାରିଖ : ଏପ୍ରିଲ ୨୫ରୁ ମେ ୨୩ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଚାଲୁ ରହିବ ।

ଶିକ୍ଷାଗତ ଯୋଗ୍ୟତା : ଆବେଦନକାରୀ B.SC ବା GNMରେ ପାସ୍ କରିଥିବା ଆବଶ୍ୟକ । ଡିପ୍ଲୋମା କରିଥିବା ମଧ୍ୟ ଜରୁରୀ । ଏହା ବ୍ୟତୀତ ରାଜ୍ୟ ନର୍ସିଂ କାଉନସିଲିଂରେ ପଞ୍ଜି କୃତ ହୋଇଥିବା ନିହାତି ଆବଶ୍ୟକ । ଏହି ନିଯୁକ୍ତି ପଦବୀ ପାଇଁ ଏକ୍ସପିରିଏନ୍ସକୁ ଗୁରୁତ୍ବ ଦିଆଯାଇନାହିଁ ।

ଆବେଦନ ଶୁଳ୍କ : ସାଧାରଣ, BC, EBC, EWS ପ୍ରାର୍ଥୀଙ୍କ ପାଇଁ ୬୦୦ଟଙ୍କା ଶୁଳ୍କ ଧାର୍ଯ୍ୟ କରାଯାଇଛି । ବିହାର ବ୍ୟତୀତ ଅନ୍ୟ ରାଜ୍ୟର ପ୍ରାର୍ଥୀଙ୍କ ପାଇଁ ୬୦୦ଟଭ୍କା ଶୁଳ୍କ ଧାର୍ଯ୍ୟ କରାଯାଇଛି । SC, ST ଏବଂ ମହିଳା ଶ୍ରେଣୀର ପ୍ରାର୍ଥୀଙ୍କ ପାଇଁ ୧୫୦ ଟଙ୍କା ଶୁଳ୍କ ଧାର୍ଯ୍ୟ କରାଯାଇଛି ।

ଚୟନ ପ୍ରକ୍ରିୟା : କମ୍ପ୍ୟୁଟର ଆଧାରରେ ପରୀକ୍ଷା କରାଯିବ । ଲିଖିତ ପରୀକ୍ଷାରେ ସ୍କୋର କମିଶନଙ୍କ ଦ୍ବାରା ମାନଦଣ୍ଡ ଅନୁସାରେ କରାଯିବ ।

ଆବେଦନ ପ୍ରକ୍ରିୟା :

ପ୍ରଥମେ ଏହାର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ ।

ସେଠାରେ ଥିବା ରେଜିଷ୍ଟ୍ରେସନ ଲିଙ୍କରେ କ୍ଲିକ୍ କରନ୍ତୁ ।

ଜରୁରୀ ଡକ୍ୟୁମେଣ୍ଟ ଏବଂ ଆବେଦନ ଶୁଳ୍କ ଦେଇ ଫର୍ମ ପୂରଣ କରନ୍ତୁ ।

ଶେଷରେ ଆବେଦନ ଶୁଳ୍କ ଦେଇ ଫର୍ମର ପ୍ରିଣ୍ଟ ଆଉଟ କାଢି ସତର୍କତାର ସହ ରଖନ୍ତୁ ।

Also Read : ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡସ (BIS)ରେ ନିଯୁକ୍ତି ପାଇଁ ସୁବର୍ଣ୍ଣ ସୁଯୋଗ, ଜାଣନ୍ତୁ କିପରି କରିବେ ଆବେଦନ