ସରକାରୀ ଶିକ୍ଷକ ଚାକିରି ପାଇଁ ତୁରନ୍ତ କରନ୍ତୁ ଆବେଦନ, ୨୧୨୯ ପଦବୀ ଖାଲି

ସରକାରୀ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ରାଜସ୍ଥାନ ଲୋକ ସେବା ଆୟୋଗରେ ସିନିଅର ଟିଚର ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏଠାରେ ସିନିଅର ଟିଚର ୨୧୨୯ ପଦବୀ ଖାଲି ପଡିଛି । ହିନ୍ଦୀ, ଇଂଲିଶ, ଗଣିତ, ବିଜ୍ଞାନ, ସାମାଜିକ ବିଜ୍ଞାନ, ସଂସ୍କୃତ, ପଞ୍ଜାବୀ ଏବଂ ଉର୍ଦ୍ଦୁ ପାଇଁ ଭର୍ତ୍ତି ହେବ । ଏଥିପାଇଁ ଆବେଦନ ପ୍ରକ୍ରିୟା ୨୬ ଡିସେମ୍ବରରୁ ଆରମ୍ଭ ହେବ । ଯୋଗ୍ୟ ଏବଂ ଇଚ୍ଛୁକ ପ୍ରାର୍ଥୀ ନିଜର ଆବେଦନ ପତ୍ର ଅନଲାଇନ ଜମା କରିପାରିବେ ।
ପଦବୀ ବିବରଣୀ : ୨୧୨୯
ହିନ୍ଦୀ : ୨୮୮
ଇଂଲିଶ : ୩୨୭
ଗଣିତ : ୬୯୪
ବିଜ୍ଞାନ : ୩୫୦
ସାମାଜିକ ବିଜ୍ଞାନ : ୮୮
ସଂସ୍କୃତ : ୩୦୯
ପଞ୍ଜାବୀ : ୬୪
ଉର୍ଦ୍ଦୁ: ୯
ଜରୁରୀ ତାରିଖ : ଇଚ୍ଛୁକ ପ୍ରାର୍ଥୀ ଡିସେମ୍ବର ୨୬ ରୁ ଜାନୁଆରୀ ୨୪, ୨୦୨୫ ପର୍ଯ୍ୟନ୍ତ ଆବେଦନ କରିପାରିବେ ।
ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବିଶ୍ବବିଦ୍ୟାଳୟରୁ ସମ୍ବନ୍ଧୀୟ ବିଷୟରେ ବ୍ୟାଚଲର ଡିଗ୍ରୀ ସହିତ ସମ୍ବନ୍ଧୀୟ ବିଷୟରେ ବିଏଡ ଏବଂ ଡିଏଡ୍ ଡିଗ୍ରୀ କରିଥିବା ଜରୁରୀ ।
ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୧୮ ରୁ ୪୦ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ । ବୟସ ଗଣନା ଜାନୁଆରୀ ୧, ୨୦୨୬ ହିସାବରେ କରାଯିବ । ସେହିପରି ସଂରକ୍ଷିତ ବର୍ଗ ଶ୍ରେଣୀକୁ ନିୟମ ଅନୁସାରେ ଛାଡ୍ ମିଳିବ ।
ଆବେଦନ ଶୁଳ୍କ : ଜେନେରାଲ ପ୍ରାର୍ଥୀ ୬୦୦ ଟଙ୍କା ଦେବାକୁ ହେବ । ସେହିପରି ଓବିସି, ଏସସି ଏବଂ ଏସଟି ପ୍ରାର୍ଥୀ ୪୦୦ ଟଙ୍କା ଦେବାକୁ ହେବ । ଆବେଦନ ପତ୍ରରେ ତ୍ରୁଟି ମାର୍ଜନା ଥିଲେ ସୁଧାରିବା ପାଇଁ ୫୦୦ ଟଙ୍କା ଶୁଳ୍କ ଦେବାକୁ ହେବ ।
ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ଆଧାରରେ ହେବ । ଭର୍ତ୍ତି ପାଇଁ ୨ଟି ପରୀକ୍ଷା ହେବ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।