BIS ରେ ଭର୍ତ୍ତି ହେବାର ସୁବର୍ଣ୍ଣ ସୁଯୋଗ, ୧୦ମ ପାସ୍ କରିଥିଲେ କରନ୍ତୁ ଆବେଦନ
ଯୁବପିଢିଙ୍କ ପାଇଁ ଖୁସି ଖବର । BIS ରେ ୟଙ୍ଗ ପ୍ରଫେସନାଲ ପଦବୀ ଖାଲି । ୧୦ମ କିମ୍ବା ୧୨ଶ ପାସ୍ କରିଥିଲେ ତୁରନ୍ତ କରନ୍ତୁ ଆବେଦନ । ଆବେଦନ କରିବାର ଶେଷ ତାରିଖ ଅଗଷ୍ଟ ୪ ରହିଛି ।

ଭାରତୀୟ ମାନକ ବ୍ୟୁରୋରେ ଚାକିରି କରିବାକୁ ଚାହୁଁଥିଲେ ଆପଣଙ୍କ ପାଇଁ ଖୁସି ଖବର । BIS ରେ ଯୁବପିଢିଙ୍କ ପାଇଁ ଭର୍ତ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ପଦବୀ ପାଇଁ ଅଫିସିଆଲ େଓ୍ଵବସାଇଟ୍ bis.gov.in କୁ ଯାଇ ଆବେଦନ କରିପାରିବେ । ଏଠାରେ ଆବେଦନ କରିବାର ଶେଷ ତାରିଖ ଅଗଷ୍ଟ ୪ ରହିଛି ।
ପଦବୀ ବିବରଣୀ : ୧୫
ୟଙ୍ଗ ପ୍ରଫେସନାଲ୍ସ
ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ଅଗଷ୍ଟ ୪,୨୦୨୩ ରହିଛି ।
ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀଙ୍କ ପାଖରେ ମାନ୍ୟତାପ୍ରାପ୍ତ ବୋର୍ଡ/ସଂସ୍ଥାରୁ ୧୦ମ/ ୧୨ଶ/ଗ୍ରାଜୁଏସନ/ବିଇ/ ବିଟେକ ଡିଗ୍ରୀ/ ଡିପ୍ଲୋମା ସହିତ କାର୍ଯ୍ୟ କରିବାର ଅନୁଭବ ରହିବା ଜରୁରୀ ।
ବୟସ ସୀମା : ପ୍ରାର୍ଥୀଙ୍କ ବୟସ ସୀମା ସର୍ବାଧିକ ୩୫ ବର୍ଷ ନିର୍ଦ୍ଧାରିତ କରାଯାଇଛି ।
ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ଶିକ୍ଷାଗତ ଯୋଗ୍ୟତା, ଅଭିଜ୍ଞତା ଆଧାରରେ ହେବ । ସର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀଙ୍କୁ ଲିଖିତ ପରୀକ୍ଷା ଏବଂ ସାକ୍ଷାତକାର ପାଇଁ ଡକାଯିବ । ତେବେ ପ୍ରାର୍ଥୀଙ୍କ ନିଯୁକ୍ତି ଚୁକ୍ତିଭିତ୍ତିକ ଭାବେ ୨ ବର୍ଷ ପାଇଁ ହେବ ।
ଦରମା : ପ୍ରାର୍ଥୀଙ୍କୁ ମାସକୁ ୭୦ ହଜାର ଟଙ୍କା ପର୍ଯ୍ୟନ୍ତ ଦରମା ମିଳିବ ।
ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ :