କେନ୍ଦୁଝର ଘଟଗାଁରେ ୧୫ ଫୁଟ ତଳକୁ ଖସିଲା ଯାତ୍ରୀବାହୀ ବସ୍

ଘଟଗାଁ(କେନ୍ଯୁଜ୍) : କେନ୍ଦୁଝର ଜିଲ୍ଲା ଘଟଗାଁ ନିକଟରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିବାରୁ ୩ ଜଣ ଗୁରୁତର ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ଘଟଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି । ପାଢୀ ନାମକ ବସ୍ଟି ଭୁବନେଶ୍ୱରରୁ କେନ୍ଦୁଝର ଯାଉଥିବା ବେଳେ ରାସ୍ତା କଡ଼ରେ ୧୫ ଫୁଟ ତଳକୁ ଖସି ପଡ଼ିଥିଲା । ଡ୍ରାଇଭରକୁ ନିଦ ଲାଗି ଯିବାରୁ ଏପରି ଅଘଟଣ ଘଟିଥିବା ଅଭିଯୋଗ ହୋଇଛି ।