କାନାରା ବ୍ୟାଙ୍କରେ ଗ୍ରାଜୁଏଟ ଅପାରଣ୍ଟିସ ପଦବୀ ଖାଲି, ୩୦୦୦ ପଦବୀ ପାଇଁ କରନ୍ତୁ ଆବେଦନ

ବ୍ୟାଙ୍କରେ ଚାକିରି କରିବାକୁ ଖୋଜୁଥିଲେ ଆପଣ ତୁରନ୍ତ ଆବେଦନ କରିପାରିବେ । କାନାରା ବ୍ୟାଙ୍କରେ ଗ୍ରାଜୁଏଟ ଅପାରଣ୍ଟିସ ପଦବୀରେ ନୋଟିସ ଜାରି ହୋଇଛି । ଏଥିପାଇଁ କେବଳ ନୋଟିସ ଜାରି ହୋଇଛି । ରେଜିଷ୍ଟ୍ରେସନ ଆରମ୍ଭ ହୋଇନାହିଁ । ରେଜିଷ୍ଟ୍ରେସନ ଦୁଇ ଦିନପରେ ଆରମ୍ଭ ହେବ । ଇଛୁକ ପ୍ରାର୍ଥୀ ୨୧ ସେପ୍ଟେମ୍ବରରୁ ଆବେଦନ କରିପାରିବେ ।
କାନାରା ବ୍ୟାଙ୍କ ଅପାରଣ୍ଟିସ ପଦବୀ ପାଇଁ କେବଳ ଅନଲାଇନ ଆବେଦନ କରିପାରିବେ । ଏମିତି କରିବା ପାଇଁ ଆପଣ ଅଫିସିଆଲ ସାଇଟକୁ ଯାଇ ଚେକ୍ କରିପାରିବେ ।
ପଦବୀ ବିବରଣୀ : ୩୦୦୦
ଜରୁରୀ ତାରିଖ : ଆବେଦନ କରିବାର ତାରିଖ ୨୧ ସେପ୍ଟେମ୍ବର ୨୦୨୪ରୁ ଆରମ୍ଭ କରି ଶେଷ ଅକଟୋବର ୪ରେ ହେବ ।
ଶିକ୍ଷାଗତ ଯୋଗ୍ୟତା: ଇଛୁକ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏସନ ଡିଗ୍ରୀ କରିଥିବା ଜରୁରୀ ।
ବୟସ ସୀମା : ଇଛୁକ ପ୍ରାର୍ଥୀଙ୍କ ବୟସ ୨୦ରୁ ୨୮ ବର୍ଷ ମଧ୍ୟରେ ହେବା ଜରୁରୀ ।
ଚୟନ କିପରି ହେବ : ପ୍ରାର୍ଥୀଙ୍କ ଚୟନ କୌଣସି ପରୀକ୍ଷା ଦେବାକୁ ପଡିବ ନାହିଁ । ମେରିଟ ବେସରେ ଚୟନ ହେବ । ଡକ୍ୟୁମେଣ୍ଟ ସବମିଟ୍ କରିବାକୁ ହେବ । ଆଧାର ମେରିଟ ପରେ ଭାଷାଭତ୍ତିକ ପରୀକ୍ଷା ଦେବାକୁ ହେବ । ଡକ୍ୟୁମେଣ୍ଟ ଭେରିଫିକେସନ ଜରିଆରେ ଚୟନ ହେବ ।
ଆବେଦନ ଶୁଳ୍କ : ଏଠାରେ ଆବେଦନ କରିବା ପାଇଁ ଇଛୁକ ପ୍ରାର୍ଥୀ ୫୦୦ ଟଙ୍କା ଜରିମାନା ଦେବାକୁ ହେବ । ଅନୁସୂଚିତ ଜାତି,ଜନଜାତି, ଦିବ୍ୟାଙ୍ଗ ପ୍ରାର୍ଥୀ କୌଣସି ଶୁଳ୍କ ଦେବେ ନାହିଁ । ଆବେଦନ ଶୁଳ୍କ କେବଳ ଅନଲାଇନ କରିପାରିବେ । ଅନ୍ୟ କୌଣସି ମାଧ୍ୟମରେ ଆବେଦନ ସ୍ୱୀକାର କରାଯିବ ନାହିଁ ।