UPSC ପକ୍ଷରୁ ନିଯୁକ୍ତି ସୁଯୋଗ, ଜାଣନ୍ତୁ କେମିତି କରିବେ ଆବେଦନ

ସେଣ୍ଟ୍ରାଲ ଆର୍ମି ପୋଲିସ ଫୋର୍ସ (CAPF)ରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ(AC) ପଦବୀ ଖାଲି ।  ଏହି ପଦବୀରେ ଭର୍ତ୍ତି ପାଇଁ ୟୁନିଅନ ପବ୍ଲିକ ସର୍ଭିସ କମିଶନ (UPSC )ପକ୍ଷରୁ ଘୋଷଣା କରାଯାଇଛି । ଏହି ପଦବୀ ପାଇଁ ୩୭୫ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ଇଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ୫ ମାର୍ଚ୍ଚ ୨୦୨୫ ରୁ ୨୫ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଅନଲାଇନ ଆବେଦନ କରିପାରିବେ । ଆବେଦନକାରୀମାନେ UPSCର ଅଫିସିଆଲ ୱେବସାଇଟକୁ ଯାଇ ଅନଲାଇନ ଆବେଦନ କରିପାରିବେ ।  ଅଧିକ ବିବରଣୀ ପାଇଁ ଏହାର ଅଫିସିଆଲ ୱେବସାଇଟକୁ ଯାଇ ଚେକ କରିପାରିବେ ।

ପଦବୀ ବିବରଣୀ :୩୭୫

BSF – ୨୪

CRPF- ୨୦୪

CISF – ୯୨

ITBP – ୪

SSB – ୩୩

ଜରୁରୀ ତାରିଖ : ଇଛୁକ ୫ ମାର୍ଚ୍ଚ ୨୦୨୫ ରୁ ଆରମ୍ଭ କରି ୨୫ ମାର୍ଚ୍ଚ ୨୦୨୫ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅନଲାଇନ ମାଧ୍ୟମରେ ଆବେଦନ ପ୍ରକ୍ରିୟା ଚାଲୁ ରହିବ । : ୨୬ ମାର୍ଚ୍ଚରୁ ଏପ୍ରିଲ୧ ପର୍ଯ୍ୟନ୍ତ ସଂଶୋଧନ ପ୍ରକ୍ରିୟା ଚାଲୁରହିବ ।

ଶିକ୍ଷାଗତ ଯୋଗ୍ୟତା : ଏହି ନିଯୁକ୍ତି ପାଇଁ ଇଛୁକ ପ୍ରାର୍ଥୀ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏସନ ପାସ କରିବା ନିହାତି ଜରୁରୀ ।

ବୟସ ସୀମା : ଆବେଦନକାରୀ ପ୍ରାର୍ଥୀମାନେ ୨୦ ରୁ ୨୫ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କ ପାଇଁ ନିୟମାନୁଯାୟୀ ଛାଡ଼ କରାଯିବ ।

ଚୟନ ପ୍ରକ୍ରିୟା :ଆବେଦନକାରୀ ପ୍ରାର୍ଥୀମାନଙ୍କର ଲିଖିତ, ଶାରୀରିକ, ମେଡିକାଲ ଟେଷ୍ଟ ସହିତ ଇଣ୍ଟରଭ୍ୟୁ ମାଧ୍ୟମରେ ସେମାନଙ୍କୁ ଚୟନ କରାଯିବ । ଲିଖିତ ପରୀକ୍ଷା ୩ ଅଗଷ୍ଟ ୨୦୨୫ ରେ କରାଯିବ ।

ଆବେଦନ ପ୍ରକ୍ରିୟା :

ପ୍ରାର୍ଥୀମାନେ ପ୍ରଥମେ UPSCର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ ।

ହୋମେପେଜକୁ ଯାଇ ସେଣ୍ଟ୍ରାଲ ଆର୍ମି ପୋଲିସ ଫୋର୍ସ ର ପରୀକ୍ଷା ୨୦୨୫  ଅପସନରେ କ୍ଲିକ କରନ୍ତୁ ।

“ନୂଆ ପେଜ”ର “ଆପ୍ଲାଏ ଅନଲାଇନ”ରେ କ୍ଲିକ କରନ୍ତୁ ।

ଆବେଦନ ସମୟରେ ସତର୍କତାର ସହ ପୂରଣ କରନ୍ତୁ ଏବଂ ଆବଶ୍ୟକୀୟ ଡକ୍ୟୁମେଣ୍ଟଗୁଡିକ ଅପଲୋଡ଼ କରନ୍ତୁ ।

ଅନଲାଇନ ମାଧ୍ୟମରେ ଆବେଦନ ଶୁକ୍ଳ ଦେଇ ଆବେଦନ ପ୍ରକ୍ରିୟାକୁ ସମ୍ପୂର୍ଣ କରନ୍ତୁ ।

Also Read:ଖାଲି ପଡିଛି ସ୍ପେଶାଲିଷ୍ଟ ମେଡିକାଲ ଅଫିସର ପାଇଁ ୩୬୨୩ ପଦବୀ, ଆବେଦନ ପ୍ରକ୍ରିୟା ଆରମ୍ଭ