ସିବିଏସଇରେ ଚାକିରି, ୮ ଜୁଲାଇ ପୂର୍ବରୁ କରନ୍ତୁ ଆବେଦନ

ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନରେ ଅନେକ ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଯୋଗ୍ୟ ଏବଂ ଇଚ୍ଛୁକ ପ୍ରାର୍ଥୀ ଶେଷ ତାରିଖ ପୂର୍ବରୁ ଆବେଦନ କରନ୍ତୁ । ଏଠାରେ ୨୯ ପଦବୀ ପାଇଁ ଭର୍ତ୍ତି ହେଉଛି । ଏଠାରେ ରିଜନାଲ ଡାଇରେକ୍ଟର, ଅଣ୍ଡର ସେକ୍ରେଟାରୀ, ଆସିଷ୍ଟାଣ୍ଟ ସେକ୍ରେଟାରୀ ପଦବୀରେ ହେବ ।

ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ cbse.gov.in କୁ ଯାଇ ଆବେଦନ କରନ୍ତୁ ।

ପଦବୀ ବିବରଣୀ : ୨୯

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ଜୁଲାଇ ୮ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଆବେଦନ କରିବା ପାଇଁ ଶିକ୍ଷାଗତ ଯୋଗ୍ୟତା ପଦବୀ ଅନୁସାରେ ଅଲଗା ଅଲଗା ରହିଛି ।

ଅନଲାଇନ ଆବେଦନ କରିବା ପରେ ଏକ ଲଫାପାରେ ସମସ୍ତ ଦରକାରୀ ଡକ୍ୟୁମେଣ୍ଟ ଏବଂ ଆପ୍ଲିକେସନ ଭରି ଏହି ଠିକଣାରେ ପଠାନ୍ତୁ ।
Joint Secretary (A & L), Central Board of Secondary Education, Shiksha Kendra, 2 Community Centre, Preet Vihar, Delhi – 110092.

ଅନଲାଇନ ଆପ୍ଲିକେସନ ଜମା ହେବାର ୩୦ ଦିନ ଭିତରେ ଅଫଲାଇନ ଆବେଦନ ସିବିଏସଇ ଅଫିସରେ ପହଞ୍ଚିବା ଜରୁରୀ । ଯଦି କିଛି ସମସ୍ୟା ଦେଖାଦିଏ, ତେବେ techhelp,[email protected] sgadqk [email protected] କୁ ଯିବାକୁ ହେବ ।

ଦରମା : ଚୟନିତ ପ୍ରାର୍ଥୀଙ୍କୁ ମାସିକ ୩୭,୪୦୦ ଟଙ୍କାରୁ ୬୭,୦୦୦ ଟଙ୍କା ପର୍ଯ୍ୟନ୍ତ ଦରମା ମିଳିବ । ସେହିପରି ଆସିଷ୍ଟାଣ୍ଟ ସେକ୍ରେଟାରୀ ମିଡିଆ ରିଲେସନ୍ସ ପାଇଁ ମାସକୁ ୧୫,୬୦୦ ଟଙ୍କା ୩୯,୧୦୦ ଟଙ୍କା ଦରମା ମିଳିବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।