ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରେ କାମ କରିବାର ସୁବର୍ଣ୍ଣ ସୁଯୋଗ, ଜାଣନ୍ତୁ କେମିତି କରିବେ ଆବେଦନ
ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରେ ଅପାରଣ୍ଟିସ ୩୦୦୦ ପଦବୀ ପାଇଁ ଆବେଦନ କରିପାରିବେ । ନ୍ୟାସନାଲ ଅପାରଣ୍ଟିସିପ ଟ୍ରେନିଂ ସ୍କିମର ଅଫିସିଆଲ ସାଇଟ୍ nats.edication.gov.in ଯାଇ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୬ ମାର୍ଚ୍ଚ ୨୦୨୪ ରହିଛି ।

ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରେ ଅପାରଣ୍ଟିସ ୩୦୦୦ ପଦବୀ ପାଇଁ ଆବେଦନ କରିପାରିବେ । ନ୍ୟାସନାଲ ଅପାରଣ୍ଟିସିପ ଟ୍ରେନିଂ ସ୍କିମର ଅଫିସିଆଲ ସାଇଟ୍ nats.edication.gov.in ଯାଇ ଆବେଦନ କରିପାରିବେ । ଏହି ପଦବୀ ପାଇଁ ଆବେଦନ ଆରମ୍ଭ ହୋଇଛି । ଇଚ୍ଛୁକ ପ୍ରାର୍ଥୀ ୬ ମାର୍ଚ୍ଚ ଭିତରେ ଆବେଦନ କରିପାରିବେ ।
ପଦବୀ ବିବରଣୀ : ୩୦୦୦
ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୬ ମାର୍ଚ୍ଚ ୨୦୨୪ ରହିଛି ।
ଶିକ୍ଷାଗତ ଯୋଗ୍ୟତା : ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ /ସଂସ୍ଥାରୁ ଗ୍ରାଜୁଏସନ କରିଥିବା ଜରୁରୀ । ପ୍ରାର୍ଥୀ ୩୧ ମାର୍ଚ୍ଚ ୨୦୨୦ ସୁଦ୍ଧା ଗ୍ରାଜୁଏସନ ପାସ୍ କରିଥିବା ଜରୁରୀ ।
ଦରମା : ଚୟନିତ ପ୍ରାର୍ଥୀଙ୍କୁ ମାସିକ ୧୫ ହଜାର ଟଙ୍କା ମିଳିବ ।
ଆବେଦନ ଶୁଳ୍କ : ଏହି ଭର୍ତ୍ତି ପାଇଁ ଆବେଦନ ଶୁଳ୍କ ଦେବାକୁ ହେବ । ଆବେଦନ କରିବା ପାଇଁ ସାମାନ୍ୟ, ଓବିସି ପ୍ରାର୍ଥୀ ୮୦୦ ଟଙ୍କା ଦେବାକୁ ହେବ । ସେହିପରି ଅନୁସୂଚିତ ଜାତି/ଜନଜାତି/EWS ପ୍ରାର୍ଥୀ ୬୦୦ ଟଙ୍କା ଦେବାକୁ ହେବ । ଦିବ୍ୟାଙ୍ଗ ୪୦୦ ଟଙ୍କା ଏବଂ ମହିଳା ପ୍ରାର୍ଥୀ ୬୦୦ ଟଙ୍କା ଦେବାକୁ ହେବ ।
କେମିତି ହେବ ଚୟନ : ପ୍ରାର୍ଥୀଙ୍କ ଚୟନ ଅନଲାଇନ ଲିଖିତ ପରୀକ୍ଷା ଆଧାରରେ ହେବ ।
କେମିତି କରିବେ ଆବେଦନ :
ଭର୍ତ୍ତି ପାଇଁ ଇଚ୍ଛୁକ ପ୍ରାର୍ଥୀ ପ୍ରଥମେ ଅଫିସିଆଲ ୱେବସାଇଟ nats.education.govକୁ ଯାଆନ୍ତୁ ।
ଏହାପରେ ହୋମପେଜରେ କ୍ଲିକ୍ କରି ରେଜିଷ୍ଟ୍ରେସନ କରନ୍ତୁ ।
ଏହାପରେ ଅପ୍ଲାଏ ବଟନ ଉପରେ କ୍ଲିକ୍ କରନ୍ତୁ ।
ମଗାଯାଇଥିବା ସମସ୍ତ ଦସ୍ତାବିଜ ଭରନ୍ତୁ ।
ଆବେଦନ ଶୁଳ୍କ ଭରିବା ପରେ ସବମିଟ୍ କରନ୍ତୁ ।
ଆବେଦନ କରି ସାରିବା ପରେ ପ୍ରାର୍ଥୀ ଫର୍ମ ଡାଉନଲୋଡ କରି ପ୍ରିଣ୍ଟଆଉଟ୍ କାଢି ରଖନ୍ତୁ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।