ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରେ SO ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ
ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରେ ଏସଓ ପଦବୀ ଖାଲିପଡିଛି । ଇଚ୍ଛୁକ ପ୍ରାର୍ଥୀ centralbankofindia.co.in କୁ ଯାଇ ଆବେଦନ କରିପାରିବେ । ଏହି ପଦବୀ ପାଇଁ ରେଜିଷ୍ଟ୍ରେସନ ୨୮ ତାରିଖରୁ ଆରମ୍ଭ ହୋଇଛି ।

ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରେ ଚାକିରି କରିବାକୁ ଇଚ୍ଛୁକ ଥିଲେ ଆପଣଙ୍କ ପାଇଁ ଖୁସି ଖବର । ଏହି ବ୍ୟାଙ୍କରେ ଏସଓ ପଦବୀ ଖାଲିପଡିଛି । ଇଚ୍ଛୁକ ପ୍ରାର୍ଥୀ centralbankofindia.co.in କୁ ଯାଇ ଆବେଦନ କରିପାରିବେ । ଏହି ପଦବୀ ପାଇଁ ରେଜିଷ୍ଟ୍ରେସନ ୨୮ ତାରିଖରୁ ଆରମ୍ଭ ହୋଇଛି । ଫର୍ମ ଭରିବାର ଶେଷ ତାରିଖ ୧୯ ନଭେମ୍ବର ୨୦୨୩ ରହିଛି । ତେଣୁ ଇଚ୍ଛୁକ ପ୍ରାର୍ଥୀ ତୁରନ୍ତ ଆବେଦନ କରିଦିଅନ୍ତୁ ।
ପଦବୀ ବିବରଣୀ : ୧୯୨
ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୧୯ ନଭେମ୍ବର ୨୦୨୩ ରହିଛି ।
ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ପର୍ଯ୍ୟାୟ ଅନୁଯାୟୀ ପରୀକ୍ଷା ଆଧାରରେ ହେବ । ଏଥିରେ ଲିଖିତ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ ଆଧାରରେ ଚୟନ ହେବ ।
ଆବେଦନ ଶୁଳ୍କ : ଆବେଦନ ପାଇଁ ଜେନେରାଲ ପ୍ରାର୍ଥୀ ୮୫୦ ଟଙ୍କା ଦେବାକୁ ହେବ । ସଂରକ୍ଷିତ ପ୍ରାର୍ଥୀ ଏବଂ ମହିଳା/ PWD ପ୍ରାର୍ଥୀ ୧୭୫ ଟଙ୍କା ଶୁଳ୍କ ଦେବାକୁ ହେବ ।
ଦରମା : ଚୟନିତ ପ୍ରାର୍ଥୀଙ୍କୁ ମାସିକ ୩୬ହଜାରୁ ୪୮ ହଜାର ପର୍ଯ୍ୟନ୍ତ ଦରମା ମିଳିବ । ଏହାଛଡା ପୋଷ୍ଟ ହିସାବରେ ୬୩ ହଜାରରୁ ୧ ଲକ୍ଷ ଯାଏଁ ଦରମା ମିଳିବ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।