କ୍ଷୟକ୍ଷତି ଆକଳନ କରିବାକୁ ଓଡ଼ିଶାରେ ୧୧ ଜଣିଆ କେନ୍ଦ୍ରୀୟ ଟିମ୍‌, ବାତ୍ୟା ସ୍ଥିତିର କରୁଛନ୍ତି ସମୀକ୍ଷା

କେନ୍ୟୁଜ୍ : ପାୱାର-ଟେଲିକମ-ବ୍ୟାଙ୍କିଂ… ଏ ତିନି କ୍ଷେତ୍ରକୁ ଘାଇଲା କରିଛି ଫନି। ଧିରେ ଧିରେ ଫନିର ଝଡ଼ରୁ ବାହାରିବାକୁ ଚେଷ୍ଟା ଚାଲିଛି। ଭୁବନେଶ୍ୱର କଟକୁ ବିଦ୍ୟୁତ ସେବା ମିଳିଲାଣି। ୧୩୨ କେଭି ଲାଇନ ଭାଙ୍ଗିଥିବାରୁ ପୁରୀ ପାଇଁ ବିଳମ୍ବ ହେଉଛି। ତାହା ବି ଖୁବ ଶୀଘ୍ର ଆରମ୍ଭ ହେବ। ପୁରୀକୁ ଛାଡି ଅନ୍ୟ ପ୍ରଭାବିତ ଅଂଚଳରେ ଅଶୀ ପ୍ରତିଶତ ଟେଲି ବ୍ୟବସ୍ଥା ସୁଧୁରିଛି। ପୁରୀର କିଛି ସ୍ଥାନକୁ ଛାଡିଦେଲେ ସବୁ ଟେଲିକମ ଏକ୍‌ସଚେଞ୍ଜ କାମ କରୁଛି । ସେହିପରି ମୋବାଇଲ ନେଟୱର୍କ ସଜାଡିବାକୁ ସବୁ ଟେଲିକମ୍‌ ଅପରେଟର ପ୍ରାୟାସ ଜାରି ରଖିଛନ୍ତି। ‘ପୁରୀରେ ୮୦% ଟେଲିକମ୍‌ ସେକ୍ଟରରେ କ୍ଷତି ହୋଇଛି। ବ୍ୟାଙ୍କି କ୍ଷେତ୍ରରେ ପୁରୀରେ ଆଜିଠାରୁ ସମସ୍ତ ବ୍ରାଞ୍ଚ କାମ କରିବା ଆରମ୍ଭ କରିଛି। ଯେଉଁଠି ଇଣ୍ଟରନେଟ୍‌ ନାହିଁ ସେଠି ଅଫ ଲାଇନ୍‌ରେ କାମ ହେବ। ଫନି ଯୋଗୁଁ ପୁରୀ ଗ୍ରାମ୍ୟ ବ୍ୟାଙ୍କର ବ୍ୟାପକ କ୍ଷତି ହୋଇଛି। ତାର ପୁନରୁଦ୍ଧାର ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଆବଶ୍ୟକ ରହିଛି। ଆଜି ଏ ସବୁ ବିଷୟରେ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିଥିଲେ କେନ୍ଦ୍ର ଶକ୍ତି ସଚିବ, ଆଡିସନନାଲ ଟେଲିକମ ସେକ୍ରେଟାରୀ, ବ୍ୟାଙ୍କି ସେକ୍ଟରର ଅଧିକାରୀ ପ୍ରମୁଖ ଆଲୋଚନା କରିଥିଲେ।

ସେପଟେ ବାତ୍ୟା ‘ଫନି’ କ୍ଷୟକ୍ଷତିର ଆକଳନ ପାଇଁ ଓଡ଼ିଶାରେ କେନ୍ଦ୍ର ସରକାରଙ୍କ ଅନ୍ତଃ ମନ୍ତ୍ରିସ୍ତରୀୟ ଟିମ। କେନ୍ଦ୍ର ଗୃହ ବିଭାଗ ଅତିରିକ୍ତ ସଚିବ ବିବେକ ଭରଦ୍ୱାଜଙ୍କ ନେତୃତ୍ୱରେ ୧୧ଜଣିଆ ଟିମ ଓଡ଼ିଶା ଆସିଛନ୍ତି । ଏହି ଟିମ୍‌ ଦୁଇ ଭାଗ ହୋଇ ଆଜି ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ବାତ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରିଛନ୍ତି । ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକର ବିଭିନ୍ନ ଗାଁକୁ ଯାଇ ଚାଷବାସ ଓ ଉଜୁଡ଼ା ବେଉସା ସଂପର୍କରେ କ୍ଷତିଗ୍ରସ୍ତଙ୍କୁ ପଚାରିବୁଝିଛନ୍ତି । ପରେ ପୁରୀ ସହର ଯାଇ ବଳିଆପଣ୍ଡା ବସ୍ତି ଯାଇ ଲୋକଙ୍କ ସହ କଥା ହୋଇଥିଲେ। କଣାସ ଓ ଡେଲାଙ୍ଗ ବ୍ଲକ ମଧ୍ୟ ଗସ୍ତ କରିଥିଲା ଏହି ଟିମ୍‌।

ସେପଟେ ଆଉ ଏକ ଟିମ୍‌ ଖୋର୍ଦ୍ଧାର ବାଲିଅନ୍ତା, ବାଲିପାଟଣା, ଖୋର୍ଦ୍ଧା ଓ ଜଟଣୀର ବିଭିନ୍ନ କ୍ଷତିଗ୍ରସ୍ତ ଅଂଚଳ ପରିଦର୍ଶନ କରିଥିଲେ।କେନ୍ଦ୍ରୀୟ ଟିମ୍‌ ଆସନ୍ତା ୧୫ ତାରିଖ ପର‌୍ୟ୍ୟନ୍ତ ରହିଛି କ୍ଷୟକ୍ଷତିର ଆକଳନ କରିବେ।