ସାଧୁ ସନ୍ଥଙ୍କ ସମାଗମରେ ସାଧୁ ଚୈତନ୍ୟ ଦାସଙ୍କ ଚାଲିଛି ତ୍ୟାଗ ଭିକ୍ଷା ଗ୍ରହଣ ଉତ୍ସବ

ମହିମା ଧର୍ମାବଲମ୍ବିଙ୍କ ନିଆରା ବିଶ୍ୱାସ । ଆଉ ସବୁ ପରମ୍ପରାଠାରୁ ଟିକିଏ ଭିନ୍ନ ଏହି ଧର୍ମ । ଜୀଵନଶୈଳୀ ଅତି ଦୁଃଖ ଦାୟକ । ସାଧୁ ସନ୍ଥଙ୍କ ସମାଗମରେ ସାଧୁ ଚୈତନ୍ୟ ଦାସଙ୍କ ଚାଲିଛି ତ୍ୟାଗ ଭିକ୍ଷା ଗ୍ରହଣ ଉତ୍ସବ । ଏହି ଉତ୍ସବରେ ଯୋଗ ଦେଇଛନ୍ତି ବହୁ ସାଧୁ ସନ୍ୟାସୀ । ତ୍ୟାଗ ଭିକ୍ଷା ନେବା ପରେ ସାଧୁ ଚୈତନ୍ୟ ଦାସ କେବେ ଘରକୁ ଆସିବେ ନାହିଁ । ସେଥିପାଇଁ ଗାଁରେ ଚାଲିଛି ନାମ କୀର୍ତ୍ତନ ସାଙ୍ଗକୁ ଭୋଜି ଭାତ । ଏପଟେ ପରିବାର ବର୍ଗଙ୍କ ଆଖିରେ ଲୁହ ।

ନୟାଗଡ ଜ଼ିଲ୍ଲା ଓଡଗାଁ ବ୍ଲକ ସରଣକୁଳ ଅନ୍ତର୍ଗତ କୁରୁମୁଣ୍ଡଳୀ ଗାଁ ର ସ୍ବର୍ଗତ ମଧୁସୂଦନ ସାହୁଙ୍କ ୪ ପୁତ୍ର । ସାନପୁଅ ଚୈତନ୍ୟ ୧୧ ବର୍ଷ ବୟସରୁ ମହିମା ଦୀକ୍ଷା ଆଶ୍ରିତ ହୋଇଥିଲେ । ସାଧୁ ଚୈତନ୍ୟ ସନ୍ୟାସୀ ଦୀକ୍ଷା ଗ୍ରହଣ କରିଥିଲେ । ଆଶ୍ରମରେ ରହି ଗୁରୁଙ୍କ ପାଇଁ ଭିକ୍ଷା ବୃତ୍ତି କରି ଚଳୁଥିଲେ । ଘର ସହିତ ସମ୍ପର୍କ ରଖି ଘରକୁ ଆସୁଥିଲେ । ମହିମା ଧର୍ମରେ ରହିଛି ତ୍ୟାଗ ଭିକ୍ଷା ଗ୍ରହଣ । ସାଧୁ ଚୈତନ୍ୟ ୩୫ବର୍ଷ ଗୁରୁ ଆଶ୍ରମ ରହିବା ପରେ ଗୃହ ତ୍ୟାଗ କରିବାକୁ ପଡିବ ।

କୁରୁମୁଣ୍ଡାଳି ଗାଁ ହୋଇଛି ଉତ୍ସବ ମୁଖର । ବିଭିନ୍ନ ପ୍ରାନ୍ତରୁ ମହିମା ଧର୍ମୀ ସାଧୁଙ୍କ ହୋଇଛି ସମାଗମ । ଭୋଜି ଭାତ ନାମ ସଂକୀର୍ତ୍ତନ ଚାଲିଛି । ସାଧୁ ଚୈତନ୍ୟଙ୍କ ପରିବାର ଓ ବନ୍ଧୁବାନ୍ଧବଙ୍କ ସମାଗମ ହୋଇଛି । ପରିବାର ବର୍ଗଙ୍କ ଆଖିରେ ଆଖିଏ ଲୁହ । ପିଲାଦିନୁ ଅଲେଖ ମହିମା ଦୀକ୍ଷା ଗ୍ରହଣ କରିଥିବା ସାଧୁ ଚୈତନ୍ୟ କେବେ ଘରକୁ ଆସିବେ ନାହିଁ । ସାଧୁ ଚୈତନ୍ୟଙ୍କୁ ଅନ୍ୟ ସାଧୁମାନେ ଖାଦ୍ୟ ଖୁଆଇ ଦେଉଛନ୍ତି । ପରିବାର ଲୋକ ଖାଦ୍ୟ ଖୁଆଇ ଦେଉଛନ୍ତି । ନୂତନ ବସ୍ତ୍ର ଦେଇ ସାଧୁ ସମ୍ମିଳନୀ ହୋଇଥିଲା। ପରିବାର ଓ ଗ୍ରାମବାସୀ ଭିକ୍ଷା ଦାନ କରିଥିଲେ । ସାଧୁଙ୍କ ଗହଣରେ ସାଧୁ ଚୈତନ୍ୟ ଗାଁ ଓ ପରିବାର ବର୍ଗଙ୍କୁ ଛାଡି ଚାଲି ଯାଇଥିଲେ । ମହିମା ଧର୍ମରେ ରହିଛି ସାଧୁ ଚୈତନ୍ୟ କେବେ ଗାଁ ଓ ଅଞ୍ଚଳକୁ ଆସିବେ ନାହିଁ ।

 

Also Read:ଶ୍ରୀମନ୍ଦିରରେ ଭିତରକାଠ ନିକଟରେ ରକ୍ତଛିଟା, ମହାପ୍ରଭୁଙ୍କର ବଡ଼ ମହାସ୍ନାନ