ଗଞ୍ଜାମ ଓ କନ୍ଧମାଳ ସୀମାରେ ସୀମାବର୍ତ୍ତି ଅଞ୍ଚଳରେ ଚୈତ୍ର ପର୍ବ ଦଣ୍ଡଯାତ୍ରାର ରହିଛି ଅନେକ ମାହାତ୍ମ୍ୟ 

ଗଞ୍ଜାମ ଓ କନ୍ଧମାଳ ସୀମାବର୍ତ୍ତି ଅଞ୍ଚଳରେ ଚୈତ୍ର ମାସ ଆସିଲେ ସବୁଠାରେ ଘଣ୍ଟ ଘଣ୍ଟା  ମାଡ଼ ସାଙ୍ଗକୁ ଝୁଣାର ମହକରେ ମହକି ଉଠେ ଧରାରୁ ଆକାଶ । ମାନସିକଧାରୀ ମାନେ ଶୁଦ୍ଧପୁତ ଭାବରେ ଜୀବନ ଯାପନ କରି ୧୩ ଦିନ ଠାରୁ ୨୧ ଦିନ ପର୍ଯ୍ୟନ୍ତ ବ୍ରତ ପାଳନ କରିଥାନ୍ତି ।

ଚକାପାଦ (କେନ୍ୟୁଜ୍‌): ଗଞ୍ଜାମ ଓ କନ୍ଧମାଳ ସୀମାବର୍ତ୍ତି ଅଞ୍ଚଳରେ ଚୈତ୍ର ମାସ ଆସିଲେ ସବୁଠାରେ ଘଣ୍ଟ ଘଣ୍ଟା  ମାଡ଼ ସାଙ୍ଗକୁ ଝୁଣାର ମହକରେ ମହକି ଉଠେ ଧରାରୁ ଆକାଶ । ମାନସିକଧାରୀ ମାନେ ଶୁଦ୍ଧପୁତ ଭାବରେ ଜୀବନ ଯାପନ କରି ୧୩ ଦିନ ଠାରୁ ୨୧ ଦିନ ପର୍ଯ୍ୟନ୍ତ ବ୍ରତ ପାଳନ କରିଥାନ୍ତି ।

ଢୁ ଢୁ ଖରାରେ ଶରୀରକୁ ନାନା କଷ୍ଟ ଦେଇ ମାଆ କାଳୀଙ୍କ ସାନଧ୍ୟ ପାଇବା ପାଇଁ ବ୍ୟାକୁଳ ଚିତ୍ତରେ ଚାହିଁ ବସିଥାନ୍ତି । ଏହା ମଧ୍ୟ ରାତ୍ରୀରେ କାମନା ଘରୁ ବାହାରି ପୋଖୋରୀ କୂଳକୁ ଯାଇ କନ୍ଦୁଲ କାଠି ଘଷି ସେଠାରୁ ଅଗ୍ନି ଉତ୍ପନ୍ନ ହୋଇଥାଏ । ସେଇ ଅଗ୍ନିକୁ ଚମ୍ପାବର ସାହାଯ୍ୟରେ ଧାରଣ କରି ବ୍ରତ ଆରମ୍ଭ କରିଥାନ୍ତି ।

ତେବେ ଏହାରି ଭିତରେ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ମାଆ ଗ୍ୟାଲେରୀ ଦଣ୍ଡ କାଳୀଙ୍କ ଯାତ୍ରା ଶୁଭାରମ୍ଭ ହୋଇଥିବା ବେଳେ ଏକାସଙ୍ଗେ ମୁଜାଗଡ , ଦୋ ମୁହାଣୀ, ବାଇବାଲି ଠାରେ ମଧ୍ୟ  ଅଗ୍ନି ଦଣ୍ଡ ମାଧ୍ୟମରେ ମାଆ କାଳୀ ଆବିର୍ଭାବ ହୋଇଥିଲେ । କୁହାଯାଏ ଏହି ଦଣ୍ଡ ଯାତ୍ରାରେ ମାନସିକଧାରୀ ମାନେ ପ୍ରଥମେ ଉପବାସ ରହି ପୋଖୋରୀ ତୁଠ କିମ୍ବା ନଦୀ ତୁଠ ଠାରେ ରହି ବହୁ ପୂଜାର୍ଚ୍ଚନା କରି ଶୁଖିଲା କନ୍ଦୂଲ କାଠି କୁ କାଠି ଘଷି ଅଗ୍ନି ବାହାରିବା ପରେ ଚମ୍ପାବର ସାହାଯ୍ୟରେ ସଂଯୋଗ କରିଥାନ୍ତି ।

ମାନସିକଧାରୀ ବା ଦଣ୍ଡୁଆ ପାଣି ଦଣ୍ଡ ସାରି ମାଆ କାଳୀଙ୍କ ପରବା ଧରି ଢୋଲ ଓ ଅଗ୍ନି ଦଣ୍ଡ ଖେଳି ନଗର ପରିକ୍ରମା କରିଥାନ୍ତି । ନଗର ପରିକ୍ରମା ସମୟରେ ଭକ୍ତ ମାନେ ସାଷ୍ଟାଙ୍ଗ ପ୍ରଣାମ କରି ଗୁହରିଆ ପଡିଥାନ୍ତି, ପୂଜକ ସେମାନଙ୍କୁ ଝୁଲ ମୁଥା ସାହାଯ୍ୟରେ ଝାଡି ଆର୍ଶୀବାଦ ଦେଇଥାନ୍ତି।

ଏହା ଏକ କୃଷି ଭିତ୍ତିକ ପର୍ବ ହୋଇଥିବାରୁ ଏଠି ଦିନ ସମୟରେ ଧୂଳି ଦଣ୍ଡ ମାଧ୍ୟମରେ ମାନସିକଧାରୀ ମାନେ ଧାନ ରୁଆ, ଅମଳ, ଜମିରେ ଚାଷ ଏହୀ ସବୁ ଅଭିନୟ କରିଥାନ୍ତି । ପରମ୍ପରା ଅନୁଯାୟୀ ଢୋଲିଆ, ମହୁରୀୟ, ପଟଭୁକ୍ତ, ଅଧିକାରୀ ସମସ୍ତେ ନିଜ କାର୍ଯ୍ୟକୁ ସୂଚାରୁ ରୂପେ ସମ୍ପାଦନା କରିଥାନ୍ତି । ୧୩ରୁ ୨୧ଦିନ ପର୍ଯ୍ୟନ୍ତ ନବାତ ଓ କଦଳୀ ପଣା ସହ ଏକ ଓଲି ଅରୁଆ ଅନ୍ନ ଗ୍ରହଣ କରନ୍ତି । ଘୁମୁସରର ପ୍ରସିଦ୍ଧ ଦଣ୍ଡ ମଧ୍ୟରେ ଗ୍ୟାଲେରୀ ମାଆ କାଳୀଙ୍କ ଦଣ୍ଡ ର ପ୍ରସିଦ୍ଧି ରହିଛି । ମାନସିକଧାରୀ ମାନେ ଯେ ଯାହା କାମନା କରିଥାନ୍ତି ପ୍ରାପ୍ତି ହୋଇଥାଏ ।