ଚାଣକ୍ୟ ନୀତି: ବିବାହ ପୂର୍ବରୁ ସାଥୀଙ୍କ ବିଷୟରେ ଜାଣି ନିଅନ୍ତୁ ଏ ସମସ୍ତ କଥା, ଜୀବନ ସାରା ମିଳିବ ଆନନ୍ଦ

ବିବାହ କିମ୍ବା ପ୍ରେମ ସମ୍ପର୍କରେ ପାର୍ଟନରଙ୍କ ସହ ଭଲ ସମ୍ପର୍କ ରହିବା ନିହାତି ଆବଶ୍ୟକ। ଉଭୟଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରହିଲେ ହିଁ ଜୀବନ ଭଲରେ କଟିଥାଏ। ବେଳେ ବେଳେ ଲୋକମାନେ ଆକର୍ଷଣ ପାଇଁ ଅନ୍ୟ ସମସ୍ତ ଜିନିଷକୁ ଅଣଦେଖା କରିଦେଇଥାନ୍ତି, ଯାହାର ପରିଣାମ ସ୍ୱରୂପ ଜୀବନ ନଷ୍ଟ ହୋଇଯାଏ। ପ୍ରେମ ଓ ଦାମ୍ପତ୍ୟ ଜୀବନରେ ମଧୁରତା ପାଇଁ କଣ କଣ ଆବଶ୍ୟକ ହୋଇଥାଏ ସେ ସମ୍ପର୍କରେ ଆଚାର୍ଯ୍ୟ ଚାଣକ୍ୟ ନିଜ ଶ୍ଲୋକରେ ଦର୍ଶାଇଛନ୍ତି। ଆସନ୍ତୁ ଜାଣିବା କଣ କହିଛନ୍ତି ଚାଣକ୍ୟ…
ଚାଣକ୍ୟ କହିଛନ୍ତି ଯେ ବିବାହ ପୂର୍ବରୁ ଜୀବନସାଥୀ ଚୟନ କରିବା ବେଳେ ସୁନ୍ଦର ଶରୀର ବଦଳରେ ଗୁଣ ଦେଖିବା ଆବଶ୍ୟକ। ମହିଳାଙ୍କ ସୁନ୍ଦରତା ନୁହେଁ ଚରିତ୍ର ଦେଖିବା ଜରୁରୀ।
ପୁରୁଷଙ୍କୁ ସୁନ୍ଦର ସ୍ତ୍ରୀ ପଛରେ ଦୌଡ଼ିବା ଉଚିତ ନୁହେଁ।ପତ୍ନୀ ଯଦି ଗୁଣବାନ ହୋଇଥିବ ତେବେ ସଙ୍କଟ ସମୟରେ ପରିବାରକୁ ସମ୍ଭାଳି ନେବ।
କେବଳ ବାହ୍ୟ ସୁନ୍ଦରତା ନୁହେଁ ମନ ଭିତର ସୁନ୍ଦର ହେବା ଜରୁରୀ। ସ୍ତ୍ରୀ ଧୈର୍ଯ୍ୟବତୀ ହୋଇଥିଲେ ସମସ୍ତ କାର୍ଯ୍ୟକୁ ସୁଚାରୁରୂପେ କରିପାରିବେ।
ବ୍ୟକ୍ତି ସବୁବେଳେ ନିଜ ମର୍ଯ୍ୟାଦା ରକ୍ଷା କରିବା ଉଚିତ। ବିବାହ ପୂର୍ବରୁ ସାଥୀ ଧର୍ମ କର୍ମ ଉପରେ କେତେ ଆସ୍ଥା ରଖେ ତାହା ଜାଣିବା ଜରୁରୀ।
କ୍ରୋଧ ପରିବାରକୁ ନଷ୍ଟ କରିଦିଏ। ଏଣୁ ପତ୍ନୀ କ୍ରୋଧି କି ନୁହେଁ ତାହା ବିବାହ ପୂର୍ବରୁ ଜାଣିବା ଜରୁରୀ। ଏହା ଦ୍ୱାରା ବୈବାହିକ ଜୀବନ ସୁରୁଖୁରୁରେ ଚାଲିଥାଏ।