ଅଧ୍ୟାପକ ପଦବୀ ଖାଲି, B.Ed କରିଥିଲେ ତୁରନ୍ତ କରନ୍ତୁ ଆବେଦନ
ଚଣ୍ଡିଗଡ ଏଜୁକେସନ ଡିପାର୍ଟମେଣ୍ଟ ଆଡମିନିଷ୍ଟ୍ରେସନରେ ଅଧ୍ୟାପକ ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି କରିଛି । ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଆବେଦନ କରିବାର ଶେଷ ତାରିଖ ୧୬ ନଭେମ୍ବର ୨୦୨୩ ରହିଛି ।

ଚଣ୍ଡିଗଡ ଏଜୁକେସନ ଡିପାର୍ଟମେଣ୍ଟ ଆଡମିନିଷ୍ଟ୍ରେସନରେ ଅଧ୍ୟାପକ ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି କରିଛି । ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଆବେଦନ କରିବାର ଶେଷ ତାରିଖ ୧୬ ନଭେମ୍ବର ୨୦୨୩ ରହିଛି । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଇ ସିଧାସଳଖ ଆବେଦନ କରିପାରିବେ ।
ପଦବୀ ବିବରଣୀ : ୯୮
ପିଜିଟି
ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୧୬ ନଭେମ୍ବର ୨୦୨୩ ରହିଛି ।
ଶିକ୍ଷାଗତ ଯୋଗ୍ୟତା : ଏହି ଭର୍ତ୍ତି ପାଇଁ ପ୍ରାର୍ଥୀ ଅତିକମରେ ସ୍ନାତକ ଡିଗ୍ରୀ କରିଥିବା ଜରୁରୀ । ଫିଜିକାଲ ଏଜୁକେସନ ସହିତ ବିଏଡ କରିଥିଲେ ଚଳିବ । ଏହାଛଡା କୌଣସି ବିଶ୍ୱବିଦ୍ୟାଳୟରୁ ୫୦ ପ୍ରତିଶତ ମାର୍କ ରଖିଥିବା ଜରୁରୀ ।
ବୟସ ସୀମା : ଏହି ଭର୍ତ୍ତି ପାଇଁ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୨୧ ବର୍ଷ ଏବଂ ସର୍ବାଧିକ ବୟସ ୩୭ ବର୍ଷ ନିର୍ଦ୍ଧାରିତ କରାଯାଇଛି । ସଂରକ୍ଷିତ ବର୍ଗଙ୍କୁ ସର୍ବାଧିକ ବୟସ ସୀମାରେ ଛାଡ୍ ମିଳିବ ।
ଆବେଦନ ଶୁଳ୍କ : ଏହି ପଦବୀ ପାଇଁ ସାମାନ୍ୟ ବର୍ଗ ଏବଂ ଅନ୍ୟ ଶ୍ରେଣୀ ପାଇଁ ୧୦୦୦ ଟଙ୍କା ଦେବାକୁ ହେବ । ସେହିପରି ଅନୁସୂଚିତଜାତି ପାଇଁ ୫୦୦ ଟଙ୍କା ଦେବାକୁ ହେବ । PWD ପ୍ରାର୍ଥୀ ବିନା କୌଣସି ଆବେଦନ ଶୁଳ୍କରେ ଆବେଦନ କରିପାରିବେ ।
କେମିତି କରିବେ ଆବେଦନ :
ପ୍ରଥମେ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ chdeducation.gov.in କୁ ଯାଆନ୍ତୁ ।
ଏହାପରେ ହୋମପେଜରେ Online link for apply for the post of Lecturers ଲିଙ୍କରେ କ୍ଲିକ୍ କରନ୍ତୁ ।
ଏହାପରେ ସମସ୍ତ ସୂଚନା ପଢିବା ପରେ ରେଜିଷ୍ଟ୍ରେସନ ଲିଙ୍କ ଉପରେ କ୍ଲିକ୍ କରନ୍ତୁ ।
ଏହାପରେ ସମସ୍ତ ବିବରଣୀ ଭରିବା ପରେ ଆବେଦନ ଶୁଳ୍କ ଜମା କରନ୍ତୁ ।
ଏହାପରେ ଫର୍ମ ସବମିଟ୍ କରି ଆବେଦନ ପତ୍ର ଡାଉନଲୋଡ କରନ୍ତୁ ।
ଶେଷରେ ଏକ ପ୍ରିଣ୍ଟଆଉଟ୍ କାଢି ରଖନ୍ତୁ ।
ଅଧିକ ଜାଣିବା ପାଇଁ ୱେବସାଇଟ ଚେକ୍ କରନ୍ତୁ ।