ରଥକୁ ବିଜେ କରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି: ହରିବୋଲ, ଖଙ୍ଖ ଓ ଘଣ୍ଟ ଧ୍ୱନିରେ ମୁଖରିତ ହୋଇଉଠିଛି ଶରଧାବାଲି

ପୁରୀ: ଆଜି ପବିତ୍ର ବାହୁଡ଼ା ଯାତ୍ରା। ଜନ୍ମବେଦୀ ଛାଡ଼ି ରତ୍ନବେଦୀ ଅଭିମୁଖେ ବାହୁଡ଼ିବେ ମହାପ୍ରଭୁ। ଶ୍ରୀଜିଉମାନଙ୍କୁ ନେବା ପାଇଁ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖରେ ତିନି ରଥ। ଗୁଣ୍ଡିଚା ଯାତ୍ରା ଭଳି ବାହୁଡ଼ା ଯାତ୍ରା ବି ବିନା ଭକ୍ତରେ ସମାପନ ହେବ। ହରିବୋଲ ଶବ୍ଦରେ କମ୍ପି ଉଠୁଛି ଶରଧାବାଲି। ଚକ୍ରରାଜ ସୁଦର୍ଶନ, ବଡଭାଇ ଶ୍ରୀ ବଳଭଦ୍ର ରଥା ରୁଢ଼ ହେବାପରେ ପହଣ୍ଡି କରି ଆସିଛନ୍ତି ଦେବୀ ସୁଭଦ୍ରା।

ଏହାପରେ ଜଗତର ନାଥ ଜଗନ୍ନାଥଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଛି । ବଡ଼ ଟାହିଆ ବାନ୍ଧି ଝୁଲି ଝୁଲି ବିଜେ କରୁଛନ୍ତି କାଳିଆ ସାଆନ୍ତ । ହରିବୋଲ, ଖଙ୍ଖ ଓ ଘଣ୍ଟ ଧ୍ୱନିରେ ମୁଖରିତ ହୋଇଉଠିଛି ଶରଧାବାଲି । ଆଗେ ଆଗେ ବଡଭାଇ, ତା ପଛକୁ ଚାନ୍ଦମୁହିଁ  ଭଉଣୀ ସୂଭଦ୍ରା ଯାଇ ରଥାରୁଢ ହୋଇସାରିଛନ୍ତି । ଏବେ ରଥାରୁଢ ଅଭିମୁଖେ ଜଗତର ନାଥ ଜଗନ୍ନାଥ ।