କିସ୍ ବିଶ୍ୱବିଦ୍ୟାଳୟ ପରିସରରେ ପାଳିତ ହେଲା ସମ୍ବିଧାନ ଦିବସ, ଡ.ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ କିସ୍ ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତ

କେନ୍ୟୁଜ୍(ବ୍ୟୁରୋ): ଆଜି ସମ୍ବିଧାନ ଦିବସ । ୨୬ ନଭେମ୍ବର ୧୯୪୯ରେ ସମ୍ବିଧାନ ସଭା ଦ୍ୱାରା ଭାରତର ସମ୍ବିଧାନ ଗୃହୀତ ହୋଇଥିଲା। ୧୯୫୦ ଜାନୁଆରି ୨୬ ତାରିଖରୁ ଏହାକୁ ଲାଗୁକରାଯାଇଥିଲା। ଭାରତୀୟ ସମ୍ବିଧାନର ଜନକ ଭୀମରାଓ ରାମଜୀ ଆମ୍ବେଦକରଙ୍କୁ ସମ୍ମାନ ଦେବା ପାଇଁ ଭାରତୀୟ ସମ୍ବିଧାନ ଦିବସ ପାଳିତ ହୋଇଆସୁଛି । ୨୦୧୫ରୁ ଏହି ଦିବସ ପାଳିତ ହୋଇଆସୁଛି। ଭାରତୀୟ ସମ୍ବିଧାନର ପ୍ରଣେତା ଡକ୍ଟର ବି ଆର ଆମ୍ବେଦକରଙ୍କ ୧୨୫ ତମ ଜନ୍ମଜୟନ୍ତୀ ଠାରୁ ଏହା ପାଳନ କରାଯାଉଛି।
ଆଗାମୀ ପିଢିକୁ ସମ୍ବିଧାନ ବାବଦରେ ଅଧିକରୁ ଅଧିକ ଜ୍ଞାନ ଦେବା ଏହି ଦିବସ ପାଳନର ଲକ୍ଷ୍ୟ। ଏହି ଅବସରରେ କିସ୍ ବିଶ୍ୱବିଦ୍ୟାଳୟ ପରିସରରେ ପାଳିତ ହୋଇଥିଲା ସାମ୍ବିଧାନିକ ଦିବସ । ସକାଳ ୧୧ଟାରେ ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ,ଅଧ୍ୟାପିକା,ରିସର୍ଚ୍ଚ ସ୍କଲାର ଏକ ସ୍ୱରରେ ସମ୍ବିଧାନର ମୁଖବନ୍ଧ ପାଠ କରିଥିଲେ । ଆଗାମୀ ପୀଢି ସମ୍ବିଧାନ କଣ ସେ ବିଷୟରେ ଅଧିକ ଜ୍ଞାନ ଆହରଣ କରିବା ହେଉଛି ଏହାର ଲକ୍ଷ୍ୟ । ଏହି ଅବସରରେ କିଟ୍ ଓ କିସ୍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ.ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।