ସ୍କାଏ ଡାଇଭିଂ ବେଳେ ମଝି ଆକାଶରେ ଶାରୀରିକ ସମ୍ପର୍କ ରଖୁଥିଲେ କପଲ, ଯିବାକୁ ପଡ଼ିଲା ହସ୍ପିଟାଲ

ମଝି ଆକାଶରେ ଶାରୀରିକ ସମ୍ପର୍କ ରଖିଲେ କପଲ। ବିଶ୍ୱାସ ହେଉନଥିଲେ ବି ଏକ ପ୍ରେମୀ ଯୁଗଳ ଏଭଳି କରିଛନ୍ତି। କିନ୍ତୁ ତା’ପରେ ତାଙ୍କର ଏମିତି ଅବସ୍ଥା ହେଲା ଯେ ସେମାନେ ଆଉ ବିଛଣାରୁ ଉଠିପାରିଲେନି। ପୂରା ୩ ମାସ୍ ଖଟରେ ପଡ଼ି ରହିଲେ। କାରଣ ଶାରୀରିକ ସମ୍ପର୍କ ରଖିବା ବେଳେ ତାଙ୍କ ଏୟାର ବ୍ୟାଗ୍ ଆଉ ଖୋଲି ନଥିଲା। ଫଳରେ ଦୁମ୍ଦାମ୍ ହୋଇ ତଳେ ଆସି ପଡ଼ିଥିଲେ ଏହି ପ୍ରେମିକ ପ୍ରେମିକା।
ରିପୋର୍ଟ ମୁତାବକ, ବ୍ରିଟେନ୍ସ୍ଥିତ ଟିଏଲ୍ସିର ଏକ ଟକ୍ ଶୋ’ରେ ଆଲୋଚନା କରିବା ଅବସରରେ ଓ୍ଵିଲିୟମ୍ ଓ ଲେସ୍ଲି ନିଜ ସହ ଘଟିଥିବା ପୂରା ଘଟଣା ବିଷୟରେ ବିସ୍ତୃତ ଭାବେ କହିଥିଲେ। ସେମାନେ କହିଥିଲେ ଯେ ବର୍ଷେରୁ ଅଧିକ ସମୟ ହେବ ସେମାନେ ରିଲେସନ୍ସିପ୍ରେ ରହିଛନ୍ତି। ଏଣୁ ସେମାନେ ଏକାଠି କିଛିି ବିପଦପୂର୍ଣ୍ଣ କାମ କରିବାକୁ ଚାହିଁଥିଲେ ଓ ସ୍କାଏ ଡାଇଭ୍ କରିବାକୁ ମନସ୍ଥ କରିଥିଲେ।

ସ୍କାଏ ଡାଇଭ୍ରେ ଭାଗ ନେବା ପରେ ବିମାନରୁ ଡେଇଁବା ପୂର୍ବରୁ ସେମାନେ ପରସ୍ପରକୁ କିସ୍ କରିଥିଲେ ଓ ପାରାସୁଟ୍ ସହ ଡେଇଁଥିଲେ। ଡେଇଁବା ପରେ ସେମାନେ ନିଜକୁ ସମ୍ଭାଳି ନେଇଥିଲେ। ଏଣୁ ମଝି ଆକାଶରେ ହିଁ ଶାରୀରିକ ସମ୍ପର୍କ ରଖିବା ଇଚ୍ଛା କରିଥିଲେ। ତାଙ୍କୁ ଲାଗୁଥିଲା ଯେ ସେମାନେ ଆରାମରେ ସବୁ କିଛି କରିପାରିବେ ଓ ଆଦୌ କୌଣସି ସମସ୍ୟା ହେବ ନାହିଁ।
କିନ୍ତୁ କିଛି ସମୟ ପରେ ସେମାନଙ୍କ ସବୁ ଖୁସି ମଉଳି ଯାଇଥିଲା। କାରଣ ତଳକୁ ଖସିବା ବେଳେ ସେମାନଙ୍କ ପାରାସୁଟ୍ ଆଉ ଖୋଲିନଥିଲା। ଫଳରେ ଉଭୟେ ଭୂଇଁରେ ଆସି ଦୁମ୍ କିନା ପଡ଼ିଥିଲେ। ତେବେ ଉଭୟେ ମାଟିରେ ଏତେ ଜୋରରେ ପଡ଼ିଥିଲେ ଯେ ଆଉ ବଞ୍ଚିବେ ବୋଲି ଆଶା କରିନଥିଲେ। କିନ୍ତୁ ସ୍ଥାନୀୟ ଲୋକେ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ। କିଛି ସମୟ ପରେ ହୋସ୍ ଆସିବାରୁ ଜାଣିବାକୁ ପାଇଥିଲେ ଯେ ଉଭୟଙ୍କ ନାକ ଓ ଅଣ୍ଟାରେ ପ୍ରବଳ ଆଘାତ ଲାଗିଛି। ଓ୍ଵିଲିୟମ୍ଙ୍କ ନାକର ହାଡ଼ ଭାଙ୍ଗିଯାଇଥିଲା। ତେବେ ଧୀରେ ଧୀରେ ସେମାନେ ସୁସ୍ଥ ହୋଇଥିବା କହିଛନ୍ତି।