କିଛି ମିଠା ଖାଇବାକୁ ଇଚ୍ଛା ହେଉଛି କି? ଘରେ ପ୍ରସ୍ତୁତ କରନ୍ତୁ ଏହି ଟେଷ୍ଟି ମାଲପୁଆ

ବେଳେବେଳେ କିଛି ମିଠା ଜିନିଷ ଖାଇବାକୁ ଭାରି ଇଚ୍ଛା ହୋଇଥାଏ ହେଲେ କ'ଣ ତିଆରି କରିବେ, ଏହାକୁ ନେଇ ସବୁବେଳେ ମନରେ ଚିନ୍ତା ଥାଏ । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇଆସିଛୁ ଗରମ ଗରମ ମାଲପୁଆର ରେସିପି, ଯାହା ଖାଇବାକୁ ଖୁବ ସ୍ୱାଦିଷ୍ଟ । ଏହାକୁ ବନାଇବା ବି ବହୁତ ସହଜ । ତେବେ ଆସନ୍ତୁ ଜାଣିବା ମାଲପୁଆର ପ୍ରସ୍ତୁତି ପ୍ରଣାଳୀ ବିଷୟରେ ...

ବେଳେବେଳେ କିଛି ମିଠା ଜିନିଷ ଖାଇବାକୁ ଭାରି ଇଚ୍ଛା ହୋଇଥାଏ ହେଲେ କ’ଣ ତିଆରି କରିବେ, ଏହାକୁ ନେଇ ସବୁବେଳେ ମନରେ ଚିନ୍ତା ଥାଏ । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇଆସିଛୁ ଗରମ ଗରମ ମାଲପୁଆର ରେସିପି, ଯାହା ଖାଇବାକୁ ଖୁବ ସ୍ୱାଦିଷ୍ଟ । ଏହାକୁ ବନାଇବା ବି ବହୁତ ସହଜ । ତେବେ ଆସନ୍ତୁ ଜାଣିବା ଏହି ଟେଷ୍ଟି ମାଲପୁଆର ପ୍ରସ୍ତୁତି ପ୍ରଣାଳୀ ବିଷୟରେ …

ଆବଶ୍ୟକୀୟ ସାମଗ୍ରୀ:
୧ କପ୍ ମଇଦା, ୧/୨ କପ୍ କାଜୁ ଗୁଣ୍ଡ, ୨ କପ୍ କ୍ଷୀର, ଆବଶ୍ୟକ ଅନୁସାରେ ଘିଅ, ୧/୨ କପ୍ ସୁଜି, ୧/୪ ବଡ଼ ଚାମଚ୍ ଅଳେଇଚ ପାଉଡର, ୧/୨ କପ୍ ଚିନି ଗୁଣ୍ଡ

ପ୍ରସ୍ତୁତି ପ୍ରଣାଳୀ:
ଏକ ବଡ଼ ପାତ୍ରରେ ମଇଦା, ସୁଜି, ଚିନି, କାଜୁ ଏବଂ ଅଳେଇଚ ଗୁଣ୍ଡକୁ ପକାଇ ଗୋଳାଇ ଦିଅନ୍ତୁ । ଏହା ପରେ ଏଥିରେ କ୍ଷୀର ପକାଇ ଆଉଥରେ ଭଲ କରି ଗୋଳାଇ ଦିଅନ୍ତୁ । ଏବେ ଏହି ଘୋଳରେ ସାମାନ୍ୟ କ୍ଷୀର ମିଶାନ୍ତୁ । କଡ଼େଇରେ ଅଳ୍ପ ଦେଶୀ ଘିଅ ଛାଣିବା ପାଇଁ ଗରମ କରନ୍ତୁ । ଏବେ ଗରମ ତେଲରେ ଏକ ଚାମଚ ଘୋଳ ପକାନ୍ତୁ । ମାଲପୁଆକୁ ଦୁଇ ପଟୁ ସୁନେଲୀ ରଙ୍ଗ ହେବା ପର୍ଯ୍ୟନ୍ତ ଛାଣି ଦିଅନ୍ତୁ । ମାଲପୁଆକୁ ଏମିତି ହିଁ ପରଷି ପାରିବେ ନଚେତ୍ ସିରାରେ ବୁଡ଼ାଇ ଉପରେ ଡ୍ରାଏ ଫୁଟ୍ସ ପକାଇ ଗରମ ଗରମ କାଜୁ ମାଲପୁଆର ମଜା ନିଅନ୍ତୁ ।