CRPF ରେ ବମ୍ପର ପଦବୀ ଖାଲି, ୧୦ମ ପାସ୍ ପ୍ରାର୍ଥୀ କରିପାରିବେ ଆବେଦନ
କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ crpf ରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହି ଭର୍ତ୍ତି ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ଅଫିସିଆଲ ସାଇଟ rect.crpf.gov.in କୁ ଯାଇ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ପରେ ଆବେଦନ କଲେ ଆଉ ଗ୍ରହଣ କରାଯିବ ନାହିଁ ।

କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆରପିଏଫ)ରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହି ଭର୍ତ୍ତି ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ଅଫିସିଆଲ ସାଇଟ rect.crpf.gov.in କୁ ଯାଇ ଆବେଦନ କରିପାରିବେ । ଆବେଦନ ପ୍ରକ୍ରିୟା ଆସନ୍ତାକାଲିରୁ ଆରମ୍ଭ ହୋଇ ଫେବୃଆରୀ ୧୫ ପର୍ଯ୍ୟନ୍ତ ଚାଲିବ । ଆବେଦନ କରିବାର ଶେଷ ତାରିଖ ପରେ ଆବେଦନ କଲେ ଆଉ ଗ୍ରହଣ କରାଯିବ ନାହିଁ ।
ନୋଟିଫିକେସନ ମୁତାବକ, ଏଠାରେ ୧୬୯ ପଦବୀ ପାଇଁ ଭର୍ତ୍ତି କରାଯିବ । ଅଭିଯାନ ମୁତାବକ, ଗ୍ରୁପ ସିରେ କନଷ୍ଟେବଳ (ଜେନେରାଲ ଡ୍ୟୁଟି) ପଦବୀରେ ଭର୍ତ୍ତି କରାଯିବ । ଏହି ଭର୍ତ୍ତି ସ୍ପୋଟର୍ସ କୋଟା ମୁତାବକ ହେବ ।
ପଦବୀ ବିବରଣୀ : ୧୬୯
ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୧୫ ଫେବୃଆରୀ ୨୦୨୪ ରହିଛି ।
ଶିକ୍ଷାଗତ ଯୋଗ୍ୟତା : ଏହି ଭର୍ତ୍ତି ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ମାନ୍ୟତାପ୍ରାପ୍ତ ବୋର୍ଡ କିମ୍ବା ସଂସ୍ଥାରୁ ୧୦ମ ପାସ୍ କରିଥିବା ଜରୁରୀ ।
ବୟସ ସୀମା : ପ୍ରାର୍ଥୀଙ୍କ ବୟସ ୧୮ ବର୍ଷରୁ ୨୩ ବର୍ଷ ହେବା ଜରୁରୀ ।
ଦରମା : ଇଚ୍ଛୁକ ପ୍ରାର୍ଥୀଙ୍କୁ ଦରମା ୨୧ ହଜାରରୁ ୬୯ ହଜାର ପର୍ଯ୍ୟନ୍ତ ଦରମା ମିଳିବ ।
ଆବେଦନ ଶୁଳ୍କ : ଇଚ୍ଛୁକ ପ୍ରାର୍ଥୀ ଆବେଦନ ଶୁଳ୍କ ୧୦୦ ଟଙ୍କା ଦେବାକୁ ହେବ । ମହିଳା ବର୍ଗ, ଅନୁସୂଚିତ ଜାତି/ଜନଜାତି ପ୍ରାର୍ଥୀ କୌଣସି ଶୁଳ୍କ ଦେବେ ନାହିଁ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।