କଷ୍ଟମ ବିଭାଗରେ ଖାଲିପଡିଛି ପଦବୀ, ଅଫଲାଇନରେ ହେବ ଆବେଦନ
କଷ୍ଟମ ବିଭାଗରେ ଖାଲିପଡିଛି ୨୯ ପଦବୀ । ଭର୍ତ୍ତି ପାଇଁ ଅଫଲାଇନ ମୋଡରେ ୩୦ ନଭେମ୍ବର ସୁଦ୍ଧା ଆବେଦନ କରନ୍ତୁ । ଏଠାରେ ଆସିଷ୍ଟାଣ୍ଟ ଏବଂ ହାବିଲଦାର ପୋଷ୍ଟ ଖାଲି ପଡିଛି ।

ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । କଷ୍ଟମ ବିଭାଗରେ ଖାଲିପଡିଛି ୨୯ ପଦବୀ । ଭର୍ତ୍ତି ପାଇଁ ଅଫଲାଇନ ମୋଡରେ ୩୦ ନଭେମ୍ବର ସୁଦ୍ଧା ଆବେଦନ କରନ୍ତୁ । ଏଠାରେ ଆସିଷ୍ଟାଣ୍ଟ ଏବଂ ହାବିଲଦାର ପୋଷ୍ଟ ଖାଲି ପଡିଛି । ଏହା ସମ୍ବନ୍ଧୀୟ ଅଧିକ ବିବରଣୀ ଜାଣିବା ପାଇଁ mumbaicustomszone1.gov.in କୁ ଯାଇ ଚେକ୍ କରିପାରିବେ ।
ପଦବୀ ବିବରଣୀ : ୨୯
ଆସିଷ୍ଟାଣ୍ଟ : ୧୮
ହାବିଲଦାର : ୧୧
ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୩୦ ନଭେମ୍ବର ୨୦୨୩ ରହିଛି ।
ଶିକ୍ଷାଗତ ଯୋଗ୍ୟତା : ଭର୍ତ୍ତି ପାଇଁ ଟାକ୍ସ ଆସିଷ୍ଟାଣ୍ଟ ପଦବୀ ପାଇଁ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ସଂସ୍ଥାରୁ ଗ୍ରାଜୁଏଟ ହୋଇଥିବା ଜରୁରୀ । ଏହାସହିତ କମ୍ପ୍ୟୁଟର ଜ୍ଞାନ ଥିବା ଜରୁରୀ । ସେହିପରି ହାବିଲଦାର ପଦବୀ ପାଇଁ ମାନ୍ୟତାପ୍ରାପ୍ତ ବୋର୍ଡରୁ ୧୦ମ୍ ପାସ୍ କରିଥିବା ଜରୁରୀ ।
ବୟସ ସୀମା : ଆବେଦନ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ବୟସ ୧୮ ବର୍ଷରୁ ଆରମ୍ଭ କରି ୨୭ ବର୍ଷ ଯାଏଁ ହୋଇଥିବା ଜରୁରୀ ।
ଆବେଦନ ପଠାଇବାର ଠିକଣା :
Assistant/Deputy Commissioners of Customs, Personnel and Establishment Section, 8th Floor, New Custom House, Ballard Estate, Mumbai – 400001.
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।