ଭାଇଚାରାର ପର୍ବ ଦୟଣାଚୋରୀ ମେଲଣ, ୧୪ ଶହ ଖ୍ରୀଷ୍ଟାବ୍ଦରୁ ହିନ୍ଦୁ ମୁସଲମାନ ଏକାଠି ପାଳି ଆସୁଛନ୍ତି ଏହି ପର୍ବ

କଳା ସଂସ୍କୃତି ଓ ପରମ୍ପରାର ରାଜ୍ୟ ଓଡ଼ିଶା । ଏଠାରେ ଦେଖିବାକୁ ମିଳିଥାଏ ବାର ମାସରେ ତେର ପର୍ବ । କେବଳ ଯେ ଏହା ହିନ୍ଦୁମାନେ ପାଳନ କରିଥାନ୍ତି ତାହା ନୁହେଁ ମୁସଲମାନ ସମ୍ପ୍ରଦାୟ ମଧ୍ୟ ଏଥିରେ ସାମିଲ ହୋଇଥାନ୍ତି । ଏମିତି ଏକ ଭାଈଚାରାର ମେଲଣ ହେଉଛି ପୁରୀ ଜିଲ୍ଲା ଡ଼େଲାଙ୍ଗର ଘୋରଡ଼ିଆରେ ଅନୁଷ୍ଠିତ ଦୟଣାଚୋରୀ ମେଲଣ । ଏହି ଗାଁ ଆମ ରାଜ୍ୟର ସର୍ବ ବୃହତମ ଗ୍ରାମ । ଏଠାରେ ଦେଖିବାକୁ ମିଳେ ଭାଇଚାରା । ହିନ୍ଦୁ ମୁସଲମାନ ଉଭୟ ସମ୍ପ୍ରଦାୟକ ଲୋକମାନେ ବାସ କରନ୍ତି ।
ଉଭୟ ସମ୍ପ୍ରଦାୟର ଲୋକମାନେ ବିଭିନ୍ନ ଜାନିଯାତ୍ରା ପାଳନ କରୁଥିବାବେଳେ ପ୍ରସିଦ୍ଧ ଦୟଣା ଚୋରୀ ମେଳଣକୁ ଉଭୟ ସମ୍ପ୍ରଦାୟ ବେଶ ଭଲ ଭାବରେ ପାଳନ କରିଥାନ୍ତି । ଗ୍ରାମରେ ପୂଜାପାଉଥିବା ଦୁଇଟି ବିଷ୍ଣୁ ମନ୍ଦିରରେ ଥିବା ଠାକୁର ରାଧା ମୋହନ ଦେବ ଏବଂ ରାଧାକାନ୍ତ ଦେବଙ୍କୁ ଦୋଳ ବଦଳରେ କୁଞ୍ଜରେ ବସାଯାଇ ଗାଁ ପରିକ୍ରମା କରାଯାଇ ମେଲଣ ପଡ଼ିଆକୁ ଅଣାଯାଇଥାଏ । ପ୍ରାୟତଃ ୧୪ ଶହ ଖ୍ରଷ୍ଟାଦ୍ଦରୁ ଚାଲି ଆସୁଛି ଏହି ମେଳଣ ବୋଲି ଗ୍ରାମବାସୀ କହିଛନ୍ତି ।
ତେବେ ସୁବୁଠାରୁ ସତନ୍ତ୍ର ଭାବରେ ଏକ ପରମ୍ପରା ଦେଖିବାକୁ ମିଳିଥାଏ ତାହା ହେଲା ତଗା । ଏକ ଗୁଆ ଗଛରେ ଏହାକୁ ନିର୍ମାଣ କରାଯାଇଥାଏ । ଯାହା ଦେଖିବାକୁ ବେଶ ଭଲ ଲାଗିଥାଏ । ପୁରୀର ସାହି ଜାତ ସହିତ ଏହି ମେଲଣ ଅଙ୍ଗାଅଙ୍ଗୀ ଭାବରେ ଜଡ଼ିତ । ଗାଁର ପ୍ରତ୍ୟକ ସାହିରୁ ଭାଡ଼ି ବା ମେଢ ବାହାରି ଥାଏ । ୧୨ ଗୋଟି ସାହିରୁ ଯେଉଁ ମେଢ ବାହାରି ଥାଏ ସେଥିରେ ଶ୍ରୀରାମ ହନୁମାନ, ମହାପ୍ରଭୁ ଜଗନ୍ନାଥ, ନୃସିଂହ ଭଗବାନ, ବଗ ବଗୁଲି, ଡ୍ରାଗାନ ଆଦିକୁ ନେଇ ଠାକୁରଙ୍କ ଆଗେ ଆଗେ ବିରାଟ ସଲଟଣରେ ବାହାରି ଗ୍ରାମ ପରିକ୍ରମା କରିଥାଏ ।
ରାତି ତମାମ୍ ଏହି ମେଢ କୁଞ୍ଜ ସହିତ ଗ୍ରାମ ପରିକ୍ରମା କରିଥାଏ । ଡ଼ିଜେର ତାଳେ ତାଳେ ଯୁବ ପିଢି ଝୁମୁଥିବାବେଳେ ଘଣ୍ଟଘଣ୍ଟାରେ ବୟସ୍କମାନେ ଠାକୁରଙ୍କୁ ସାଥିରେ ନେଇଥାନ୍ତି । ତେବେ ଏହାକୁ ଦେଖିବାକୁ ଉଭୟ ହିନ୍ଦୁ ଏବଂ ମୁସଲମାନଙ୍କ ସମ୍ପର୍କୀୟ ମାନେ ସାମିଲ ହୋଇଥାନ୍ତି । ଭାରଚାରାର ପ୍ରତୀକ ଏହି ଦୟଣା ଚୋରୀ ମେଲଣ । ଉଭୟ ହିନ୍ଦୁ ଏବଂ ମୁସଲମାନ ସମ୍ପ୍ରଦାୟ ଗୋଟିଏ ଡ଼ୋରରେ ବାନ୍ଧି ହୋଇ ପ୍ରାମଣିତ କରିଥାନ୍ତି ଯେ ଆମ ଐତିହ୍ୟ ଏବଂ ସଂସ୍କୃତି ସୁବଠୁ ମହାନ୍ ।
Also read: ସରିଲା ତେର ଦିନ ଧରି ଚାଲିଥିବା ମା ଦକ୍ଷିଣ କାଳୀଙ୍କ ପାରମ୍ପରିକ ଦଣ୍ଡଯାତ୍ରା