ସାରା ଏବଂ ଜାହ୍ନବୀଙ୍କୁ ସୁନ୍ଦରତାରେ ମାତ୍ ଦେଉଛନ୍ତି ଏହି ଷ୍ଟାରକିଡ୍, ଏବେ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ବେଶ୍ ଚର୍ଚ୍ଚାରେ

‘ଆଶିକୀ, ଖିଲାଡି, ଜୋ ଜିତା ୱହି ସିକନ୍ଦର, କଭି ହାଁ କଭି ନା, ଅଞ୍ଜାମ’ ଭଳି ଫିଲ୍ମରେ ନଜର ଆସିଥିବା ଅଭିନେତା ଦୀପକ ତିଜୋରୀଙ୍କୁ କିଏ ବା ନ ଜାଣେ। ଏହିସବୁ ଫିଲ୍ମରେ ଆପଣ ନିଶ୍ଚିତ ତାଙ୍କୁ ଦେଖିଥିବେ। ଏବେ ଦୀପକ ଫିଲ୍ମ ଦୁନିଆରୁ ଦୂରରେ ରହିଛନ୍ତି କିନ୍ତୁ ତାଙ୍କ ଝିଅ ସମାରା ତିଜୋରୀ ଏବେ ବେଶ ଚର୍ଚ୍ଚାରେ। ସୋସିଆଲ ମିଡିଆରେ ସମାରା ଏବେ ଚର୍ଚ୍ଚିତ ଚେହେରା।
ଏପଟେ ଯେଉଁଠି ସୈଫଙ୍କ ଝିଅ ସାରା ଅଲ୍ଲୀ ଖାନ, ଶ୍ରୀବେଦୀଙ୍କ ଝିଅ ଜାହ୍ନବୀ ଚର୍ଚ୍ଚାରେ ରହିଛନ୍ତି, ସେପଟେ ସମାରା ଫିଲ୍ମ ଇଣ୍ଡଷ୍ଟ୍ରୀରେ ପାଦ ଦେଇନଥିଲେ ମଧ୍ୟ ନିଜର ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ଲୋକଙ୍କ ଧ୍ୟାନ ଆକର୍ଷଣ କରୁଛନ୍ତି। ଦୀପକଙ୍କ ଝିଅ ସମାରାଙ୍କ ବୟସ ଏବେ ୨୪ ବର୍ଷ। ନିଜ ବାପାଙ୍କ ଭଳି ଆକ୍ଟିଂ ଦୁନିଆରେ ଏଣ୍ଟ୍ରି କରିବାକୁ ଚାହୁଛନ୍ତି ସମାରା। ତାଙ୍କର ଏକ ସର୍ଟ ଫିଲ୍ମ ‘ଗ୍ରାଣ୍ଡ ପ୍ଲାନ’ ମଧ୍ୟ ରିଲିଜ ହୋଇଛି। ଏହି ସର୍ଟ ଫିଲ୍ମରେ ସମାରାଙ୍କ ହଟ୍ ସିନ ଦେଖିବାକୁ ମିଳିଛି।
କେବଳ ଏତିକି ନୁହେଁ ସମାରା ନିର୍ଦ୍ଦେଶକ ରୋହିତ ଧୱନଙ୍କ ଫିଲ୍ମ ‘ଢିଶୁମ’କୁ ମଧ୍ୟ ଆସିଷ୍ଟ କରିଛନ୍ତି। ସମାରା ନିଜର ବ୍ଯକ୍ତିଗତ ଜୀବନକୁ ନେଇ ବେଶ୍ ଚର୍ଚ୍ଚାରେ ଥାଆନ୍ତି। ସୂଚନାଯୋଗ୍ଯ, ସମାରା ଛୋଟବେଳରୁ ଅପହରଣ ହୋଇଯାଇଥିଲେ, କିନ୍ତୁ କୌଣସି ପ୍ରକାରରେ ସେ ସେଠାରୁ ପଳାଇ ଆସିଥିଲେ। ଅପହରଣ ସମୟରେ ତାଙ୍କୁ ୧୩ ବର୍ଷ ବୟସ ହୋଇଥିଲା।