AIIMS ଆଣିଦେଇଛି ସୁବର୍ଣ୍ଣ ସୁଯୋଗ, ଜାଣନ୍ତୁ କିପରି କରିବେ ଆବେଦନ

ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା(AIIMS) ରେ ଚାକିରି କରିବାକୁ ଇଚ୍ଛୁକ ପ୍ରାର୍ଥୀଙ୍କ ପାଇଁ ସୁବଣ୍ଣର୍ ସୁଯୋଗ । ନନ୍-ଫେକଲ୍ଟି ପଦବୀ ଭର୍ତ୍ତି ପାଇଁ ନିଯୁକ୍ତି ବାହାରିଛି । ୧୧ମାର୍ଚ୍ଚ ୨୦୨୫ରୁ ୧୦ଏପ୍ରିଲ୍ ପର୍ଯ୍ୟନ୍ତ ଆବେଦନକାରୀ ଆବେଦନ କରିପାରିବେ । ୧୪ରୁ ୧୬ ଏପ୍ରିଲ ପର୍ଯ୍ୟନ୍ତ ଆବେଦନରେ କରେକ୍ସନ୍ ପ୍ରକ୍ରିୟା ଚାଲୁ ରହିବ । ଧାର୍ଯ୍ୟ ହୋଇଥିବା ତାରିଖ ପୂର୍ବରୁ ଆବେଦନ କରିବା ଜରୁରୀ । ଅଧିକ ବିବରଣୀ ପାଇଁ AIIMSର ୱେବସାଇଟକୁ ଯାଇ ଚେକ୍ କରିପାରିବେ ।
ପଦବୀ ବିବରଣୀ : ୨୯
ସିନିୟର ବାୟୋକେମିଷ୍ଟ
ସିନିୟର କେମିଷ୍ଟ
ସିନିୟର ଟେକ୍ନିକାଲ ଏଡିଟର
ଏଜୁକେସନାଲ ମିଡିଆ ଜର୍ଣ୍ଣାଲିଷ୍ଟ
ବାୟୋକେମିଷ୍ଟ
କେମିଷ୍ଟ
ଚାଇଲ୍ଡ ସାଇକୋଲୋଜିଷ୍ଟ
ୱେଲଫେୟର ଅଫିସର
ଜରୁରୀ ତାରିଖ : ୧୧ମାର୍ଚ୍ଚ ୨୦୨୫ରୁ ୧୦ଏପ୍ରିଲ୍ ପର୍ଯ୍ୟନ୍ତ ଚାଲୁରହିବ। ୧୧ ମାର୍ଚ୍ଚରୁ ନୋଟିଫିକେସନ୍ ପ୍ରକ୍ରିୟା ସହିତ ଅନଲାଇନ୍ ଆବେଦନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ୧୦ଏପ୍ରିଲ୍ ୨୦୨୫ ପର୍ଯ୍ୟନ୍ତ ଆବେଦନ କରିପାରିବେ । ୧୪ରୁ ୧୬ ଏପ୍ରିଲ ପର୍ଯ୍ୟନ୍ତ ତ୍ରୁଟି ସଂଶୋଧନ କରିପାରିବେ ।
ଚୟନ ପ୍ରକ୍ରିୟା :
ଲିଖିତ/CBT ପରୀକ୍ଷାରେ ପ୍ରାର୍ଥୀଙ୍କର ଜ୍ଞାନ ଓ କୌଶଳ ଯୋଗ୍ୟତାକୁ ଯାଞ୍ଚ କରାଯିବ।
ଏହାପରେ ପ୍ରାର୍ଥୀଙ୍କ ପ୍ରମାଣ ପତ୍ରର ଯାଞ୍ଚ କରାଯିବ ।
ଇଣ୍ଟରଭ୍ୟୁକୁ ଆଧାର କରି ପ୍ରାର୍ଥୀଙ୍କୁ ଶେଷ ଥର ପାଇଁ ଚୟନ କରାଯିବ ।
ଆବେଦନ ପ୍ରକ୍ରିୟା :
ପ୍ରଥମେ ଇଚ୍ଛୁକ ପ୍ରାର୍ଥୀ ଏହାର ୱେବସାଇଟକୁ ଯାଆନ୍ତୁ ।
ରିକ୍ରିୟୁଟମେଣ୍ଟ ସେକସନର ଗ୍ରୁପ୍ A ୨୦୨୫ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ।
ରେଜିଷ୍ଟ୍ରେସନ୍ କରି ଆବେଦନ ପ୍ରକ୍ରିୟାକୁ ଆଗକୁ ବଢାନ୍ତୁ ।
ଇଚ୍ଛୁକ ପ୍ରାର୍ଥୀ ଆବଶ୍ୟକୀୟ ଡକ୍ୟୁମେଣ୍ଟ ଦେଇ ଫର୍ମ ପୂରଣ କରନ୍ତୁ ।
ଦିଆଯାଇଥିବା ଆବେଦନ ଶୁଳ୍କ ଦେଇ ଫର୍ମକୁ ସମିଟ୍ କରନ୍ତୁ ।
ଶେଷରେ ଇଚ୍ଛୁକ ପ୍ରାର୍ଥୀ ପେଜ୍ ଡାଉନଲୋଡ୍ କରି ଫର୍ମର ପ୍ରିଣ୍ଟଆଉଟ୍ କାଢି ସୁରକ୍ଷିତ ଭାବରେ ରଖନ୍ତୁ ।
Also Read : NCL ନିଯୁକ୍ତି ପାଇଁ ୧୭୬୫ ପଦବୀ ଖାଲି ପଡିଛି, ଜାଣନ୍ତୁ କିପରି କରିବେ ଆବେଦନ