ଫନି ଆଣିଲା ନୋଟବନ୍ଦୀ ଭଳି ଅବସ୍ଥା, ବାତ୍ୟା ପରେ ଏବେ ଲୋକଙ୍କ ହାତରେ ନାହିଁ ନଗଦ ଟଙ୍କା

ଫନି ଆଣିଲା ନୋଟବନ୍ଦୀ ଭଳି ଅବସ୍ଥା। ବାତ୍ୟା ପରେ ଏବେ ଲୋକଙ୍କ ହାତରେ ନଗଦ ଟଙ୍କା ନାହିଁ। ଇଣ୍ଟରନେଟ୍ ନଥିବାରୁ ଅନ୍ଲାଇନ୍ ଓ ଅଫ୍ ଲାଇନ୍ ବ୍ୟାଙ୍କ ସେବା ବ୍ୟାହତ। ବ୍ୟାଙ୍କ ଖୋଲା ରହୁଥିଲେ ବି ଇଣ୍ଟରନେଟ୍ ନଥିବାରୁ ଲିଙ୍କ ଫେଲ୍। କୌଣସି ନେଣଦେଣ ହୋଇ ପାରୁନି । ଏଟିଏମ୍ ବି ଶୁଷ୍କ ପଡ଼ିଲାଣି । କ୍ୟାସ ମିଳୁନି । ଅନ୍ଲାଇନ୍ରେ ଟ୍ରାଞ୍ଜାକସନ୍ ବି ବନ୍ଦ । ଭାରି ହଟହଟା ହେଲେଣି ଲୋକ। ଏଟିଏମ୍ ଆଗରେ ଘଣ୍ଟା ଘଣ୍ଟା ଲାଇନ୍ ଦେବାକୁ ପଡୁଛି।