DFCCIL ପକ୍ଷରୁ ନିଯୁକ୍ତି ସୁଯୋଗ, ଜାଣନ୍ତୁ କିପରି କରିବେ ଆବେଦନ

ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ DFCCILରେ ସୁବର୍ଣ୍ଣ ସୁଯୋଗ । DFCCILର ୬୪୨ ପଦବୀ ପାଇଁ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ। ଡେଡିକେଟେଡ ଫେଟ କାରିଡୋର କର୍ପୋରେସନ ଅଫ୍ ଇଣ୍ଡିଆ ଲିମିଟେଡ୍ (DFCCIL)ରେ ମଲ୍ଟିଂ ଟାସ୍କିଂ ଷ୍ଟାପ୍(MTS), ଜୁନିୟର ମ୍ୟାନେଜର, ଏକଜିକ୍ୟୁଟିଭ୍ ଭଳି ଅନ୍ୟାନ୍ୟ ପଦବୀରେ ନିଯୁକ୍ତି ପାଇଁ ଆବେଦନ କରିପାରିବେ । DFCCIL ପକ୍ଷରୁ ଧାର୍ଯ୍ୟ ହୋଇଥିବା ଆବେଦନ ତାରିଖକୁ ୨୨ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଇଚ୍ଛୁକ ପ୍ରାର୍ଥୀ DFCCILର ଅଫିସିଆଲ ୱେବସାଇଟରେ ଯାଇ ଆବେଦନ କରିପାରିବେ । ଅଧିକ ବିବରଣୀ ପାଇଁ ଏହାର ଅଫିସିଆଲ ୱେବସାଇଟକୁ ଯାଇ ଚେକ୍ କରିପାରିବେ ।
ପଦବୀ ବିବରଣୀ: ୬୪୨
MTS-464
ଜୁନିୟର ମ୍ୟାନେଜର(ଫାଇନାନ୍ସ)-୩
ଏକଜିକ୍ୟୁଟିଭ(ସିଭିଲ୍)-୩୬
ଏକଜିକ୍ୟୁଟିଭ(ଇଲେକ୍ଟ୍ରିକାଲ)-୬୪
ଏକଜିକ୍ୟୁଟିଭ(ସିଗ୍ନଲ ଅର୍ ଟେଲିକମ୍ୟୁନିକେସନ)-୭୫
ଜରୁରୀ ତାରିଖ: ଧାର୍ଯ୍ୟ ହୋଇଥିବା ତାରିଖକୁ ୨୨ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
ଶିକ୍ଷାଗତ ଯୋଗ୍ୟତା: ଏହି ନିଯୁକ୍ତି ପାଇଁ ଇଚ୍ଛୁକ ପ୍ରାର୍ଥୀ ମାଟ୍ରିକ୍, ITI, ଆପ୍ରେଣ୍ଟିସ୍ ସାର୍ଟିଫିକେଟ୍, CA-CAM ସାର୍ଟିଫିକେଟ୍, ଡିପ୍ଲୋମା ପାସ୍ କରିଥିବା ଜରୁରୀ ।
ବୟସ ସୀମା: ପଦବୀ ଅନୁଯାୟୀ ଆବେଦନକାରୀଙ୍କ ବୟସ ୧୮ ବର୍ଷରୁ କମ୍ ଏବଂ ୩୦ ନଚେତ୍ ୩୩ ବର୍ଷରୁ ଅଧିକ ହୋଇନଥିବା ଆବଶ୍ୟକ ।ନିୟମାନୁସାରେ ସଂରକ୍ଷିତ ଶ୍ରେଣୀର ପ୍ରାର୍ଥୀଙ୍କ ପାଇଁ ବୟସ ସୀମା ଛାଡ୍ କରାଯିବ ।
ଆବେଦନ ଶୁଳ୍କ : MTS ପ୍ରାର୍ଥୀଙ୍କ ପାଇଁ ୫୦୦ ଟଙ୍କା ଧାର୍ଯ୍ୟ କରାଯାଇଛି ଏବଂ ଅନ୍ୟ ପଦବୀ ପ୍ରାର୍ଥୀଙ୍କ ପାଇଁ ୧୦୦୦ ଟଙ୍କା ଧାର୍ଯ୍ୟ କରାଯାଇଛି । ସେହିଭଳି ଏସସି,ଏସଟି, ପିଏଚ ଶ୍ରେଣୀର ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ଛାଡ କରାଯିବ ।
ଆବେଦନ ପ୍ରକ୍ରିୟା :
ପ୍ରାର୍ଥୀମାନେ ପ୍ରଥମେ DFCCIL ର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ ।
ନିଯୁକ୍ତି ସମ୍ବନ୍ଧିତ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ।
ରେଜିଷ୍ଟ୍ରେସନ କରି ଲଗ୍ ଇନ୍ କରନ୍ତୁ ।
ଆବଶ୍ୟକୀୟ ଡକ୍ୟୁମେଣ୍ଟ ଦାଖଲ କରି ଆବେଦନ ଫର୍ମକୁ ପୂରଣ କରନ୍ତୁ ।
ଶେଷରେ ଧାର୍ଯ୍ୟ ହୋଇଥିବା ଆବେଦନ ଶୁଳ୍କ ଦେଇ ଆବେଦନ ଫର୍ମକୁ ସମିଟ୍ କରି ଆବେଦନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କରନ୍ତୁ ।
Also Read:ITI ପ୍ରାର୍ଥୀଙ୍କ ପାଇଁ ବଡ ନିଯୁକ୍ତି, ଖାଲି ପଡିଛି ୮୩୫ ପଦବୀ