ଝାରସୁଗୁଡା ଜିଲ୍ଲାରେ ଜମୁଛି ଧନୁଯାତ୍ରା, କୃଷ୍ଣଙ୍କ ଲିଳା ଦେଖିବାକୁ ଉତ୍ସାହିତ ଲୋକେ

ଝାରୁସୁଗୁଡା: ଉଦଘାଟିତ ହୋଇଯାଇଛି ଧନୁଯାତ୍ରା । ଚଳିତ ୨୧ ରୁ ୨୭ ତାରିଖ ଯାଏଁ ଝାରସୁଗୁଡା ଜିଲ୍ଲା ମଥୁରା (କୁମୁଡାପାଲି) ଏବଂ ଗୋପପୁର(ଦଲକି) ଗ୍ରାମରେ ଅନୁଷ୍ଠିତ ହେଉଛି ଧନୁଯାତ୍ରା l ପ୍ରଥମ ସଂଧ୍ୟାରେ ମଥୁରା(କୁମୁଡାପାଲି) ସ୍ଥିତ କଂସଙ୍କ କାରାଗାରରେ ମାତା ଦେବକୀଙ୍କ ଅଷ୍ଟମ ସନ୍ତାନ ଭାବେ ଜନ୍ମ ହୋଇଥିଲେ ଭଗବାନ ଶ୍ରୀକୃଷ୍ଣ ।
ଗତକାଲି ମଧ୍ୟରାତ୍ରରେ ପ୍ରଭୁଙ୍କୁ ମୁଣ୍ଡରେ ବୋହି ଜମୁନା ନଦୀ ପାର୍ ହୋଇ ଗୋପପୁରକୁ ଯାତ୍ରା ଆରମ୍ଭ କରିଛନ୍ତି ପିତା ବାସୁଦେବ । ଆଜି ନାନ୍ଦୋତ୍ସବ ଏବଂ ଏହା ପରେ ପ୍ରତେକ ଦିନ ଭଗବାନ ଶ୍ରୀ କୃଷ୍ଣଙ୍କ ବିଭିନ୍ନ ଲିଳା ଅନୁଷ୍ଠିତ ହେବାର ଧାର୍ଯ୍ୟ କରାଯାଇଛି ।
ତେବେ ଆସନ୍ତା ୨୭ତାରିଖ ଦିନ କଂସ ବଧ ସହ ଧନୁଯାତ୍ରା ଉଦଯାପିତ ହେବ । କୁମୁଡାପାଲିରେ ଚଳିତ ବର୍ଷ ବହୁ ଧୁମଧାମରେ ଧନୁଯାତ୍ରା ଉତ୍ସବ ପାଳନ କରାଯାଉଛି । ଯାହାକୁ ଦେଖିବାକୁ ଜମୁଛି ଦର୍ଶକଙ୍କର ପ୍ରବଳ ଭିଡ ।ଜମୁଛି ଝାରସୁଗୁଡା ସ୍ଥିତ ଧନୁଯାତ୍ରା । ନାଚ ଗୀତରେ କମ୍ପୁଛି ମଞ୍ଚ । ସେପଟେ ଗୋପପୁର କୃଷ୍ଣମୟ । ଏପଟେ ରାଜ ନର୍ତ୍ତକୀଙ୍କ ନୃତ୍ୟରେ ଝୁମି ଉଠୁବ ରାଜ ଦରବାର ସହ ରଙ୍ଗ ମହଲ । ଯାହାକୁ ଦେଖିବା ପାଇଁ ଦର୍ଶକଙ୍କ ଉତ୍ସାହ କହିଲେ ନସରେ