ଦିପାବଳୀରେ ପଡ଼ୁଛି ୫ ରାଜଯୋଗ, ଏହି ସବୁ ରାଶି ଉପରେ ବର୍ଷେ ପର୍ଯ୍ୟନ୍ତ ହେବ ଧନବର୍ଷା
ଚଳିତ ଦିପାବଳୀରେ ଶହ ଶହ ବର୍ଷ ପରେ ପଡୁଛି ବଢ଼ିଆ ରାଜଯୋଗ, ଏମିତିରେ ଅନେକ ରାଶି ଉପରେ ପଡିବ ଭଲ ପ୍ରଭାବ ।

ଆସନ୍ତା ନଭେମ୍ବର ୧୨ ତାରିଖ ଦିନ ସାରା ଦେଶ ପାଳିବ ଆଲୋକର ପର୍ବ ଦିପାବଳୀ । ଏହି ଦିନ ଅମାବାସ୍ୟା ତିଥି ରାତି ପ୍ରାୟ ୨ଟା ୩୦ ମିନିଟରୁ ଆରମ୍ଭ ହେବ । ତେବେ ଚଳିତ ଦିପାବଳୀରେ ଶହ ଶହ ବର୍ଷ ପରେ ପଡୁଛି ବଢ଼ିଆ ରାଜଯୋଗ, ଏମିତିରେ ଅନେକ ରାଶି ଉପରେ ପଡିବ ଭଲ ପ୍ରଭାବ । ସନ୍ଧ୍ୟାରେ ଲକ୍ଷ୍ମୀ ପୂଜା ସମୟରେ ବଢିଆ ଯୋଗ ପଡୁଛି । ଏହି ସମୟରେ ସୌଭାଗ୍ୟ ଅର୍ଜନ କରିବାର ବିଶେଷ ମୁହୁର୍ତ ପାଇବେ ।
ଆଲୋକର ପର୍ବ ଦୀପାବଳି, ଏହିଦିନ ଲୋକେ ସାଧାରଣଃ ଘରେ ମାଆ ଲକ୍ଷ୍ମୀ, ଧନର ଦେବତା କୁବେର, ଗଣେଶ ଓ ମାଆ ସରସ୍ବତୀଙ୍କୁ ପୂଜା କରାଯାଏ । ବିଶ୍ବାସ ରହିଛି ଯେ, ଏହି ଦେବତାଙ୍କୁ ପୂଜା କଲେ ଘରେ କୌଣସି ସମସ୍ୟା ରହେ ନାହିଁ । ବରଂ ଘରେ ଧନ ସହ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ। ମାତା ଲକ୍ଷ୍ମୀ ହେଉଛନ୍ତି ଧନ ଦାତ୍ରୀ । ମାତା ଲକ୍ଷ୍ମୀଙ୍କୁ ଧନ ଓ ବୈଭବର ଦେବୀରୂପେ ପୂଜା କରାଯାଏ। ଧାର୍ମିକ ମାନ୍ୟତା ଅନୁସାରେ ଆର୍ଥକ ସଙ୍କଟକୁ ଦୂର କରିବା ପାଇଁ ଦେବୀ ଲକ୍ଷ୍ମୀଙ୍କ ପୂଜା ଶୁଭ ହୋଇଥାଏ। ଦେଶରେ ମାତାଙ୍କର ଏଭଳି ମନ୍ଦିର ରହିଛି ଯାହାକୁ ଦେଖିବା ମାତ୍ରେ ଆର୍ଥକ ସମସ୍ୟା ସମାଧାନ ହୋଇଯାଏ ।ହିନ୍ଦୁ ଦେବତାମାନଙ୍କ ମଧ୍ୟରେ ମାତା ଲକ୍ଷ୍ମୀଙ୍କ ସ୍ଥାନ ସ୍ୱତନ୍ତ୍ର । ଏବେ ଧନତେରାସ୍ ପରେ ସମସ୍ତେ ଦୀପାବଳି କୁ ନେଇ ଉତ୍ସାହ ଅଛନ୍ତି । ଏହି ସମୟରେ ମାତା ଲକ୍ଷ୍ମୀଙ୍କର ପୂଜା ବିଶେଷ ଭାବେ କରାଯାଏ। କେବଳ ଧନତେରାସ୍ ନୁହେଁ ବରଂ ଦୀପାବଳିରେ ମଧ୍ୟ ମାଆଙ୍କୁ ପୂଜା କରି ଆପଣ ନିଜ ମନସ୍କାମନା ପୂର୍ଣ୍ଣ କରିପାରିବେ।
ଜ୍ୟୋତିଷଶାସ୍ତ୍ର ଅନୁସାରେ ବିଗତ ସାତ ଶହ ବର୍ଷ ମଧ୍ୟରେ ଦିପାବଳୀରେ ଏଭଳି ଶୁଭ ଯୋଗର ସ୍ଥିତି ଦେଖିବାକୁ ମିଳିନଥିଲା । ଏବେ ଏହି ୫ ରାଜଯୋଗ କାରଣରୁ ଆସନ୍ତା ଦିପାବଳୀରେ ଲକ୍ଷ୍ମୀ ପୂଜା ସୁଖ ଏବଂ ସମୃଦ୍ଧି ପ୍ରଦାନ କରିବ । ଦୀପାବଳିରେ ଗ୍ରହଙ୍କ ସ୍ଥିତି ଦେଶର ପ୍ରତେକ ଲୋକଙ୍କ ପାଇଁ ଶୁଭ ହେବାକୁ ଯାଉଛି ।
୫ ରାଜଯୋଗ କ’ଣ ରହିବ ଜାଣନ୍ତୁ ?
ଦିପାବଳୀରେ ଗଜକେଶରୀ, ହର୍ଷ, ଉଭୟଚରୀ, କାହଲ ଏବଂ ଦୁର୍ଧରା ନାମକ ପାଞ୍ଚଟି ରାଜଯୋଗ ପଡ଼ୁଛି । ଯାହା ଶୁକ୍ର, ବୁଧ, ଚନ୍ଦ୍ର ଏବଂ ବୃହସ୍ପତିଙ୍କ ସ୍ଥିତି ଦ୍ୱାରା ଗଠିତ ହେବ । ଜ୍ୟୋତିଷ ଶାସ୍ତ୍ରରେ ଗଜକେଶରୀ ଯୋଗକୁ ସମ୍ମାନ ଏବଂ ଲାଭ ପ୍ରଦାନକାରୀ ବୋଲି ବିବେଚନା କରାଯାଏ । ହର୍ଷ ଯୋଗ ଧନ ଲାଭ, ସମ୍ପତ୍ତି ଏବଂ ପ୍ରତିଷ୍ଠା ବୃଦ୍ଧି କରେ । କାହଲ ଯୋଗ ସ୍ଥିରତା ଏବଂ ସଫଳତା ପ୍ରଦାନ କରେ । ଏଥି ସହିତ ଉଭୟାଚରୀ ଯୋଗ ଆର୍ଥିକ ସମୃଦ୍ଧି ଆଣିଥାଏ । ଦୁର୍ଧରା ଯୋଗ ଶାନ୍ତି ଏବଂ ଶୁଭ ଫଳ ପ୍ରଦାନ କରେ ।
ଏବେ ଜାଣନ୍ତୁ କେଉଁ ରାଶି ପାଇଁ ଶୁଭ ଫଳ ମିଳିବ :
ଆସନ୍ତା ଦିପାବଳୀରୁ ୫ ରାଶିଙ୍କ ପାଇଁ ଭଲ ସମୟ ଆରମ୍ଭ ହେଉଛି । ଏହି ୫ ରାଶି ହେଉଛି ମେଷ, ମିଥୁନ,କନ୍ୟା,ବିଛା ଏବଂ ମକର । ଏହି ପାଞ୍ଚଟି ରାଶିର ଲୋକ ବର୍ଷେ ପର୍ଯ୍ୟନ୍ତ ଆର୍ଥିକ ଲାଭବାନ ହେବେ । ଏହି ରାଶିଙ୍କ ବ୍ୟତିତ ଅନ୍ୟ ରାଶିର ବ୍ୟକ୍ତିଙ୍କ ପାଇଁ ଆସନ୍ତା ବର୍ଷ ମିଶ୍ରିତ ଫଳ ପ୍ରଦାନ କରିବ ।