ଦୀପାବଳିରେ ଘରେ ପ୍ରସ୍ତୁତ କରନ୍ତୁ ଗାଜର ବର୍ଫି, ଜାଣନ୍ତୁ କେମିତି ତିଆରି କରିବେ
ଗାଜର ହାଲୁଆ ସମସ୍ତଙ୍କୁ ବହୁତ ପସନ୍ଦ ହୋଇଥାଏ ଓ ସ୍ୱାଦିଷ୍ଟ ମଧ୍ୟ ହୋଇଥାଏ । ସେଥିପାଇଁ ଆପଣମାନେ ଗାଜରରେ ହାଲୁଆ କରି ନିଶ୍ଚିତ ଖାଇଥିବେ । ହେଲେ କେବେ ଗାଜରର ବର୍ଫି ଖାଇଛନ୍ତି । ତାହେଲେ ଆସନ୍ତୁ ଆମେ ଆଜି ଆପଣଙ୍କୁ ଜଣାଇବୁ ଯେ କିପରି ଭାବେ ଏହି ରେସିପି ପ୍ରସ୍ତୁତ କରିବେ ।

ଗାଜର ହାଲୁଆ ସମସ୍ତଙ୍କୁ ବହୁତ ପସନ୍ଦ ହୋଇଥାଏ ଓ ସ୍ୱାଦିଷ୍ଟ ମଧ୍ୟ ହୋଇଥାଏ । ସେଥିପାଇଁ ଆପଣମାନେ ଗାଜରରେ ହାଲୁଆ କରି ନିଶ୍ଚିତ ଖାଇଥିବେ । ହେଲେ କେବେ ଗାଜରର ବର୍ଫି ଖାଇଛନ୍ତି । ତାହେଲେ ଆସନ୍ତୁ ଆମେ ଆଜି ଆପଣଙ୍କୁ ଜଣାଇବୁ ଯେ କିପରି ଭାବେ ଏହି ରେସିପି ପ୍ରସ୍ତୁତ କରିବେ ।
ପ୍ରସ୍ତୁତ ପ୍ରଣାଳୀ :
ପ୍ରଥମେ ଗାଜରକୁ ଭଲ ଭାବେ ଧୋଇ ଦେବେ, ତା ପରେ ସେହି ଗାଜରକୁ ସାଇଜ ଭାବେ କାଟିଦେବେ । ଏହା ପରେ ଫୁଡ୍ ପ୍ରୋସେସରରେ ଦୁଇ ଚାମଚ କ୍ଷୀର ପକାଇ ଗ୍ରାଇଣ୍ଡିଂ କରନ୍ତୁ । ନଚେତ ଏହାକୁ ଗ୍ରେଟ୍ ମଧ୍ୟ କରିପାରିବେ । ଏହାପରେ ଏକ ପ୍ୟାନ୍ରେ ୨ ଚାମଚ ଘିଅ ନେଇ ତାକୁ ଗରମ ହେବାକୁ ଦିଅନ୍ତୁ ଏହା ପରେ ସେଥିରେ ଗ୍ରେଟ୍ କରି ରଖିଥିବା ଗାଜର ପକାଇବେ । ସେହି ଗାଜରକୁ ୮ ରୁ ୧୦ ମିନିଟ୍ ଫୁଟିବାକୁ ଦେବେ । ତା’ପରେ ସେଥିରେ କ୍ଷୀର ଓ କେଶର ପକାଇ ଦେବେ । ଏହି ସବୁ ଜିନିଷ ପକାଇ ଦେବେ ଏହାପରେ କ୍ଷୀର ଶୁଖିବା ପର୍ଯ୍ୟନ୍ତ ଫୁଟାଇବେ । ଏହାପରେ ଗୁଜୁରାତି, ଅମୁଲ ପାଉଡର, ବାଦାମ ଓ ନଡିଆକୁ ଗ୍ରାଇଣ୍ଡିଂ କରି ତାହାର ପାଉଡର କରିଦେବେ । ଯେପରି ଦେଖିବେ ଗାଜରରୁ କ୍ଷୀର ଶୁଖି ଯିବ, ସେଥିରେ ଚିନି ପାଇଦେବେ ।
ଏହାପରେ କମ୍ ଆଞ୍ଚରେ ଏହାକୁ ଫଉଟିବା ପାଇଁ ଦେବେ ଓ ଦେଖିବେ ସେଥିରୁ ଯେକରି ପାଣି ଶୁଖି ଯିବ । ତାହା ପରେ ପାଉଡର କରି ରଖିଥିବା ଜିନିଷକୁ ସେଥିରେ ପକାଇଦେବେ । ଏହି ସବୁ ଜିିନିଷକୁ ମିଶାଇବା ପରେ, ସେଥିରେ ଏକ ଛୋଟ ଚାମଚ ଘିଅ ପକାଇ ଦେବେ । ତା ପରେ ସେଥିରେ କାଟି ଥିବା ବାଦାମ ପକାଇ ଦେବେ । ଏହି ସବୁ ଜିନିଷ ପକାଇବା ପରେ ୫ ମିନିଟ୍ ଫୁଟାଇବେ । ଏହି ଜିନିଷ ଭଲ ଭାବେ ତିଆରି ହୋଇଗଲା ପରେ, ତାକୁ ଏକ ସାଇଜ୍ ଜାଗାରେ କାଢି ଦେବେ । ଏହା ପରେ ସେହି ରେସିପିକୁ ୨ ରୁ ୩ ମିନିଟ୍ ଫ୍ରିଜ୍ରେ ରଖିବେ । ଏହା ପରେ ତାକୁ ବର୍ଫି ସାଇଜ୍ରେ କାଟି ଦେବେ । ଏହାକୁ ସାଇଜ୍ ଭାବେ କାଟିବା ପରେ ଟେଷ୍ଟ କରିବେ । ଦେଖିବେ ଗାଜର ବର୍ଫି ଖାଇବା ପାଇଁ କେବେ ସ୍ୱାଦିଷ୍ଟ ହୋଇଛି ।