ଏହି ପାତ୍ରରେ ଅର୍ପଣ କରନ୍ତୁ ନାହିଁ ଭୋଗ, ନଚେତ୍‌ ସହିବେ କ୍ଷତି

ଭୋଗ କିମ୍ବା ପ୍ରସାଦକୁ ପୂଜା କରିବା ସମୟରେ ଭଗବାନଙ୍କ ସାମ୍ନାରେ ରଖାଯାଏ । କିନ୍ତୁ ଆପଣଙ୍କ ମନରେ କେବେ ପ୍ରଶ୍ନ ଆସିଛି କି ଭଗବାନଙ୍କ ସାମ୍ନାରେ ଭୋଗକୁ କେତେ ସମୟ ପର୍ଯ୍ୟନ୍ତ ରଖିବା ଉଚିତ୍ ।

ହିନ୍ଦୁ ଧର୍ମରେ ଘରେ ଘରେ ପ୍ରତିଦିନ ପୂଜା କରିବାର ନିୟମ ରହିଛି । ଭଗବାନ ହେଉଛନ୍ତି ସୃଷ୍ଟିର ସ୍ରଷ୍ଟା । ତାଙ୍କ ଆଶୀର୍ବାଦ ପାଇବା ପାଇଁ ଭକ୍ତ ସବୁବେଳେ ଭଗବାନଙ୍କ ପୂଜା କରିଥାଏ । ଭଗବାନଙ୍କ ଚରଣରେ ନିଜକୁ ସମର୍ପଣ କରିବାର ପୂଜା ହିଁ ଏକମାତ୍ର ମାଧ୍ୟମ । ପୂଜା ସମୟରେ ସିନ୍ଦୁର, ଫୁଲ, ଦୀପ, ଧୂପ ଇତ୍ୟାଦି ଅର୍ପଣ କରି ଭଗବାନଙ୍କୁ ପ୍ରାର୍ଥନା କରାଯାଏ । ଏହା ପରେ ଭଗବାନଙ୍କୁ ଅର୍ପଣ କରାଯାଏ ପ୍ରସାଦ ବା ଭୋଗ । ପ୍ରଭୁଙ୍କ ନିକଟରେ ଭୋଗକୁ ଅର୍ପଣ କରିବା ପରେ ପରିବାରର ସମସ୍ତ ସଦସ୍ୟଙ୍କୁ ବଣ୍ଟା ଯାଇଥାଏ । ଭୋଗ ଅର୍ପଣ କରିବା ସମୟରେ କିଛି ନିୟମ ମାନିବା ଉଚିତ୍‌ । ଏହି ନିୟମକୁ ମାନି ଭଗବାନଙ୍କ ପୂଜା କଲେ ଆର୍ଶୀବାଦ ମିଳିଥାଏ । ତେବେ ଭଗବାନଙ୍କ ନିକଟରେ ଭୋଗ କରିବାର କେଉଁ ସ୍ୱତନ୍ତ୍ର ନିୟମ ରହିଛି ଆସନ୍ତୁ ଜାଣିବା । ଏହି ନିୟମକୁ ଅବମାନନା କଲେ ଆପଣଙ୍କ ଜୀବନରେ କ୍ଷତି ପହଞ୍ଚିବାର ମଧ୍ୟ ସମ୍ଭାବନା ରହିଛି ।

ଭୋଗ କିମ୍ବା ପ୍ରସାଦକୁ ପୂଜା କରିବା ସମୟରେ ଭଗବାନଙ୍କ ସାମ୍ନାରେ ରଖାଯାଏ । କିନ୍ତୁ ଆପଣଙ୍କ ମନରେ କେବେ ପ୍ରଶ୍ନ ଆସିଛି କି ଭଗବାନଙ୍କ ସାମ୍ନାରେ ଭୋଗକୁ କେତେ ସମୟ ପର୍ଯ୍ୟନ୍ତ ରଖିବା ଉଚିତ୍ । କହି ରଖିବାକୁ ଚାହିଁବୁ କି ଭଗବାନଙ୍କ ନିକଟରେ ଭୋଗ ଅର୍ପଣ କରିବା ପରେ ଖୁବ ଶୀଘ୍ର ଏହାକୁ ଉଠାଇ ନେବା ଉଚିତ୍‌ । ଏହାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଭଗବାନଙ୍କ ସାମ୍ନାରେ ରଖିବା ସମ୍ପୂର୍ଣ୍ଣ ଭାବେ ଭୁଲ୍‌ ।
ଶାସ୍ତ୍ର ଅନୁଯାୟୀ ପ୍ରସାଦ ଅର୍ପଣ କରିବାର ପ୍ରାୟ ୫ ମିନିଟ୍ ପରେ ହିଁ ଭୋଗକୁ ମନ୍ଦିରରୁ ବାହାର କରିନେବା ଉଚିତ୍ । କୁହାଯାଏ ଯଦି ଭୋଗକୁ ମନ୍ଦିରରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରଖାଯାଏ ତେବେ ଏହା ଘରେ ନକାରାତ୍ମକତା ଆଣିଥାଏ । ପୌରାଣିକ ବିଶ୍ୱାସ ଅନୁଯାୟୀ ଯଦି ଭୋଗକୁ ମନ୍ଦିରରେ ଦୀର୍ଘ ସମୟ ଧରି ରଖାଯାଏ, ତେବେ ଦୁଷ୍ଟ ଶକ୍ତିମାନେ ଘର ଭିତରକୁ ପ୍ରବେଶ କରିବା ଆରମ୍ଭ କରିବେ ।

ଏହା ବ୍ୟତୀତ ଏହା ପଛରେ ବୈଜ୍ଞାନିକ କାରଣ ମଧ୍ୟ ରହିଛି । ଯଦି ଭୋଗକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଖୋଲା ରଖାଯାଏ ତେବେ ମାଛି କିମ୍ବା ଛୋଟ କୀଟପତଙ୍ଗ ଭୋଗରେ ବସନ୍ତି, ଯାହା ଦ୍ୱାରା ଆମ ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ଦେଖାଯାଏ । ଭୋଗକୁ ସବୁବେଳେ ଅନ୍ୟମାନଙ୍କ ସହ ବାଣ୍ଟି କରି ଖାଇବା ଉଚିତ୍‌ । ଏହା ଦ୍ୱାରା ଆପଣଙ୍କୁ ଭଗବାନଙ୍କ ଆଶୀର୍ବାଦ ମିଳିବ । ତେବେ ଆପଣ ଭୋଗ କରିବା ସମୟରେ କେଉଁ ପାତ୍ରରେ ଭଗବାନଙ୍କୁ ଭୋଗ ଅର୍ପଣ କରିବେ ଜାଣି ରଖନ୍ତୁ ।

ଶାସ୍ତ୍ର ଅନୁଯାୟୀ ଭଗବାନଙ୍କ ନିକଟରେ ଅର୍ପଣ କରାଯାଉଥିବା ଭୋଗକୁ ସବୁବେଳେ ସୁନା, ରୂପା, ତମ୍ବା, କାଠ କିମ୍ବା ମାଟିପାତ୍ରରେ ଅର୍ପଣ କରିବା ଉଚିତ୍ । ଷ୍ଟିଲ୍‌, ଆଲୁମିନିୟମ୍, ପ୍ଲାଷ୍ଟିକ୍ ଭଳି ପାତ୍ରରେ ଭୁଲରେ ମଧ୍ୟ ଭଗବାନଙ୍କୁ ଭୋଗ ଅର୍ପଣ କରନ୍ତୁ ନାହିଁ । ଏହା ଆପଣଙ୍କ ପାଇଁ ଅଶୁଭ ହୋଇପାରେ ।